ନନ୍ଦନକାନନରେ ନକଲି ଫିନାଇଲ ଘୋଟାଲା

ପ୍ରତିବାଦ କଲାରୁ ଫରେଷ୍ଟ ଗାର୍ଡଙ୍କୁ ମାଡ଼

ଭୁବନେଶ୍ୱର,୧୯।୮(ଏସଏସନିଉଜ) ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପୁଣି ବେପାର ଓ ଗୁଣ୍ଡାଗିରି ! ସଫେଇ ସାମଗ୍ରୀ ନାଁରେ ନକଲି ସାମଗ୍ରୀ ଯୋଗାଣ ହେଉଥିବାର ଘଟଣା ଆଜି ଧରାପଡିଛି। ଆର ଆର ଡିଷ୍ଟ୍ରିବ୍ୟୁଟର ପକ୍ଷରୁ ବୁଧବାର ଆସିଥିବା ୧୩୦ ବୋତଲ ଫିନାଇଲ ମଧ୍ୟରୁ ଅଧିକାଂଶ ମାଟିଆ ରଙ୍ଗର ଓ ବିନା ସିଲର ନକଲି ଥିଲା। ଡ୍ୟୁଟିରେ ଥିବା ଫରେଷ୍ଟ ଗାର୍ଡ ସନ୍ତୋଷ ତରାଇ ଏହାକୁ ରିସିଭ କରିବାକୁ ମନା କରିବା ପରେ କିପରି ବର୍ଷ ବର୍ଷ ଧରି ଏହି କାରବାର ଚାଲିଥିଲା ତାହା ପଦାକୁ ଆସିଛି।
ଏହା ପରେ ଷ୍ଟୋର ରେଞ୍ଜର ଅଫିସ ସମ୍ମୁଖରେ ତାଙ୍କୁ ଗାଳିଗୁଲଜ ଓ ମାଡ଼ ମରାଯାଇଥିବା ନେଇ ସେ ବିଭାଗୀୟ ରେଞ୍ଜରଙ୍କ ପାଖରେ ଅଭିଯୋଗ କରୁଥିବାର ଜଣାପଡିଛି।
ଏନେଇ ଫରେଷ୍ଟ ଗାର୍ଡ ସନ୍ତୋଷ ତରାଇ,କୁହନ୍ତି ମୁଁ ଯାଞ୍ଚ କଲାବେଳେ କଳା ଫିନାଇଲ ଜାଗାରେ ମାଟିଆ ରଙ୍ଗର ଏବଂ ବିନା ସିଲ୍ ଓ ବିନା ବ୍ରାଣ୍ଡର ନକଲି ମାଲ ହୋଇଥିବାର ଅନୁଭବ କରିବାରୁ ତାକୁ ଗ୍ରହଣ କହିପାରିବିନି ବୋଲି ମନା କରିବାରୁ ମୋତେ ମାଡ଼ ମରାଗଲା। ସିସିଟିଭି ଯାଞ୍ଚ କଲେ ପକୃତ୍ ସତ ଜଣାପଡିବ ବୋଲି କହିଛନ୍ତି ।ଅନ୍ୟପଟେ ସେମିତି କିଛି ହୋଇନି ବୋଲି -ଷ୍ଟୋର ରେଞ୍ଜର କପିଳଧର ପ୍ରଧାନ କହିଛନ୍ତି।କାରଣ ରେଞ୍ଜର ବାବୁ ତ ମାଡ ଖାଇନହନ୍ତି ତେଣୁ ତାଙ୍କୁ କାହିଁକି ବାଧିବ ବୋଲି ପ୍ରଶ୍ନ ଉଠୁଛି।
ଘଟଣା ବିଷୟରେ ଶୁଣିଲି, ତଦନ୍ତ କରି ଦେଖୁଛି ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ପ୍ରଦୀପ ମିରସେ
କହିଛନ୍ତି ।
ତେବେ ଏଠାରେ ପ୍ରଶ୍ନ ଉଠୁଛି ଏହି ସାମଗ୍ରୀକୁ ଆର ଆର ଡିଷ୍ଟ୍ରିବୁଟର
ଟେଣ୍ଡର ନେଇଛି ତ ? ଯଦି ନେଇଛି ବର୍ଷ ବର୍ଷ ଧରି କେମିତି ମାଲ ଯୋଗାଉଛି ? ଏହା ପଛରେ କେଉଁ ଛାମୁଆ ଅଧିକାରୀଙ୍କ ହାତ ଅଛି ? ମାସକୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ କେମିତି ଆସୁଛି ଏବଂ ଅସଲି ଦାମରେ ନକଲି ମାଲ ଯୋଗାଇ କିଏ ମାଲାମାଲ ହେଉଛି।
ଏସବୁ ପ୍ରଶ୍ନର ଉତ୍ତର ଏବେଠାରୁ ନଖୋଜିଲେ ଓ ବଡ଼ବଡ଼ିଆ ଚୌକିରେ ବସି ଏଭଳି କାରନାମା କରୁଥିବା ଅଧିକାରୀଙ୍କୁ ସାବାଡ ଏବେଠାରୁ ନକଲେ ଆଗାମୀ ଦିନରେ ନନ୍ଦନକାନନକୁ ବଦନାମ ହେବାରେ କେହି ରୋକି ପାରିବେନି ବୋଲି ଆଲୋଚନା ହେଉଛି।

- Advertisement -

Leave A Reply

Your email address will not be published.