୨୦୨୬ ମସିହା,ଅଗଷ୍ଟମାସ,୨୧ତାରିଖ,ଶୁକ୍ରବାର,ଶ୍ରୀମନ୍ଦିରେ ବାଡ଼ିନୃସିଂହ ବିଜେ ।ଋତୁ-ବର୍ଷାଋତୁର (ଦ୍ବିତୀୟମାସ)ସୂର୍ଯ୍ୟ-ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୨/୧🌅ପୁରୀକୁ ସୂର୍ଯ୍ୟାସ୍ତ-ଘ୬/୮/୩,ଶ୍ରାବଣମାସ,ଶୁକ୍ଳପକ୍ଷ,
ଭୃଗୁବାସ,ତିଥି-ନବମୀ ରାତ୍ରିଘ୧୧/୧୩ମିପର୍ଯ୍ୟନ୍ତ ତଦନ୍ତେ ଦଶମୀ।ନକ୍ଷତ୍ର- ଅନୁରାଧା ନକ୍ଷତ୍ର ଦିବାଘ୧୨/୧୩ମି ପର୍ଯ୍ୟନ୍ତ ତଦନ୍ତେ ଜ୍ୟେଷ୍ଠା ନକ୍ଷତ୍ର,ଯୋଗିନୀସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ପୂର୍ବ ଦିଗରେ, ରାତ୍ରି ଘ୧୧/୧୩ମି ପରେ ଉତ୍ତରଦିଗରେ। ରିକ୍ତାତିଥି ଓ ବୈଧୃତିଯୋଗଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଚନ୍ଦ୍ରଶୁଦ୍ଧି-ବୃଷ, ମିଥୁନ,କର୍କଟ,କନ୍ୟା, ତୁଳା,ବିଛା,ମକର,କୁମ୍ଭ ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ।
ଘାତଚନ୍ଦ୍ର-ଘାତଚନ୍ଦ୍ର ନାହିଁ,ଘାତବାର-ବିଛା,ଧନୁ ଓ ମୀନରାଶିର ଘାତବାର।
ତାରାଶୁଦ୍ଧି-୧।୩।୫।୭।୯।୧୦।୧୨।୧୪।୧୬।୧୮।୧୯।୨୧।୨୩।୨୫।୨୭ ଏହି ନକ୍ଷତ୍ରମାନଙ୍କର ଏବଂ ଦିବା ଘ୧୨/୧୩ମିପରେ ୧।୨।୪।୬।୮।୧୦।୧୧।୧୩।୧୫।୧୭।୧୯।୨୦।୨୨।୨୪।୨୬ ଏହି ନକ୍ଷତ୍ରମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକ ଶ୍ରାଦ୍ଧ-ନବମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ- ଅଲାବୁ(ଲାଉ)ରାତ୍ରି ଘ୧୧/୧୩ମିପରେ କଳମ୍ବୀ(କଳମଶାଗ)ଭକ୍ଷଣ ନିଷେଧ,ଅଶୁଭବେଳା-(ବାର ଓ କାଳବେଳା) ଦିବା ଘ୮/୪୦ମି ରୁ ଘ୧୧/୪୭ମିପର୍ଯ୍ୟନ୍ତ,(କାଳରାତ୍ରି) ରାତ୍ରି ଘ୮/୫୫ମି ରୁ ଘ୧୦/୨୨ମି ପର୍ଯ୍ୟନ୍ତ।ଶୁଭବେଳା-(ଅମୃତବେଳା) ସୂର୍ଯ୍ୟୋଦୟ ରୁ ଦିବା ଘ୭/୯ମି ମଧ୍ୟେ,ଘ୭/୫୮ମି ରୁ ଘ୧୦/୨୨ମି ମଧ୍ୟେ,ଘ୧୨/୪୬ମି ରୁ ଘ୨/୨୨ମି ମଧ୍ୟେ,ଘ୩୫୮ମି ରୁ ଘ୫/୩୪ମି ମଧ୍ୟେ,ରାତ୍ରି ଘ୭/୩୮ମି ରୁ ଘ୯/୧୪ମି ମଧ୍ୟେ,ଘ୩/୩୮ମି ରୁ ଘ୪/୨୬ମିପର୍ଯ୍ୟନ୍ତ(ମାହେନ୍ଦ୍ରବେଳା) ରାତ୍ରି ଘ୧୦/୫୦ମି ରୁ ଘ୧୧/୩୮ମିମଧ୍ୟେ,ଘ୪/୨୬ମି ରୁ ରାତ୍ରିଶେଷ ଘ୫/୩୨ମି ପର୍ଯ୍ୟନ୍ତ.ପୁଷ୍କର ଦୋଷ- ମୃତବ୍ୟକ୍ତିଙ୍କ ପୁଷ୍କରଦୋଷ ନାସ୍ତି,ପ୍ରଥମ ରଜୋଶ୍ଚକ୍ରେ-ରଜଶ୍ଚକ୍ରେ କନ୍ୟାର ଦିବା ଘ୧୨/୧୩ମି ପରେ ଦଶମାସ ଗଣ୍ଡଦୋଷ । ଫଳଂ ସ୍ତ୍ରୀ ଦରିଦ୍ରା ।ଘୃତକାଂସ୍ୟପାତ୍ର,ଶୁକ୍ଳବସ୍ତ୍ର,ତିଳସୁବର୍ଣ୍ଣ,ତଣ୍ଡୁଳଦାନ,ଶାନ୍ତି କରଣୀୟ।ରଜଶ୍ଚକ୍ରେ ପୁତ୍ରିଣୀ,ରାତ୍ରି ଘ୧୧/୧୩ମିପର୍ଯ୍ୟନ୍ତ ତିଥିଦୋଷହେତୁ(ଦୁର୍ଗାଙ୍କୁ ଲାଲରଙ୍ଗରପୁଷ୍ପ ଅର୍ପଣ) ।
ଶୁଭକର୍ମ- ନାସ୍ତି ।
🐐ମେଷ👉ଆଜିର ଯାତ୍ରା,ବାଣିଜ୍ୟ,ବ୍ୟବସାୟରୁ ଅର୍ଥଲାଭ ହେବା ସାଙ୍ଗକୁ ପ୍ରିୟଜନଙ୍କ ଦେଖାସାକ୍ଷାତ୍ରୁ ଖୁସିରହିବେ।ମତପାର୍ଥକ୍ୟ କାରଣରୁ ବନ୍ଧୁ କିମ୍ବା ପରିବାର ସହ ମନୋମାଳିନ୍ୟ ସୃଷ୍ଟିର ଆଶଙ୍କା ରହିଛି।ଆଧ୍ୟାତ୍ମିକ ଗ୍ରହ ଶନିଙ୍କ ଆଶୀର୍ବାଦରୁ ଧାର୍ମିକ ପରିବେଶରେ ଦେବଦର୍ଶନ ସାଙ୍ଗକୁ ବନ୍ଧୁମିଳନରୁ ଆନନ୍ଦ ଅନୁଭବ କରିପାରନ୍ତି।
🐂ବୃଷ👉ବନ୍ଧୁଙ୍କସହ ସୁସମ୍ପର୍କ ଅଭାବରୁ ପାରିବାରିକ ସ୍ତରରେ ଅଟକିଥିବା କାମ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ଆଜିର ଯାତ୍ରା ପ୍ରୀତିପ୍ରଦ ରହିବା ସାଙ୍ଗକୁ ଖର୍ଚ୍ଚପରିମାଣ ବୃଦ୍ଧି ମନସ୍ତାପର କାରଣହେବ।ବନ୍ଧୁଟି ପରିସ୍ଥିତିରେ ପଡି ଦୂରେଇଯିବାରୁ ମନ ଅତୀତକୁ ଖୋଜି ବୁଲିବ।ହିତୈଷୀଙ୍କ ପ୍ରେରଣାରେ ଆଧ୍ୟାତ୍ମିକ କାର୍ଯ୍ୟରେ ରୁଚି ବଳିପାରେ।
👩❤️👨 ମିଥୁନ👉ଆଜି ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ଅବଶ୍ୟମ୍ଭାବୀ।ସେବାମନୋବୃତ୍ତି କାରଣରୁ ସାଙ୍ଗସାଥୀ ମେଳରେ ବେଶି ସମୟ କାଟିପାରନ୍ତି।ଆଜିର ଫେରିବା ବାଟରୁ କିଛି ନୂଆ ଜିନିଷ ଘରକୁ ଆଣିପାରନ୍ତି। ବନ୍ଧୁଗହଣରେ ବିଳାସପ୍ରାଚୁର୍ଯ୍ୟ ମଧ୍ୟରେ ସମୟ ଅତିବାହିତ କରିବେ।
🦀କର୍କଟ👉ଅନୁକୂଳ ଗ୍ରହସ୍ଥିତି ଜନିତ ଆପଣଙ୍କ ଲୋକପ୍ରିୟତା ଏବଂ ସାମାଜିକ ସମ୍ମାନ ବୃଦ୍ଧି ପାଇବ।ପ୍ରତ୍ୟେକ କାମରେ,ବିବାଦରେ,ପ୍ରତିଯୋଗିତାରେ ତଥା କଚେରି ମାମଲାରେ ସଫଳତା ପାଇବେ।ବଜାର ସଉଦା କିଣିବାରେ ସତର୍କ ନ ହେଲେ ଠକାମିରେ ପଡିପାରନ୍ତି। ସଭାସମିତି,ପରିବହନ,ସଙ୍ଗୀତ,ଆଧ୍ୟାତ୍ମିକ କାର୍ଯ୍ୟ କ୍ଷେତ୍ରରୁ ସୁଫଳ ମିଳିବ।
🦁 ସିଂହ👉ବନ୍ଧୁଙ୍କ ଦ୍ୱାରା ଅନୁପ୍ରଣୀତ ହୋଇ ଆନୁଷ୍ଠାନିକ କିମ୍ବା ଧାର୍ମିକ କାର୍ଯ୍ୟ ସକାଶେ ଖର୍ଚ୍ଚ କରିବାକୁ ମନସ୍ଥ କରିପାରନ୍ତି। ଆଜିର ଯାତ୍ରାରେ ଅଭିଳଷିତ ଫଳସାଙ୍ଗକୁ ବସ୍ତ୍ରଭୂଷଣ, ଯାନବାହନ,ବନ୍ଧୁମିଳନ ପ୍ରାପ୍ତି ଘଟିପାରେ। ଆଲୋଚନା ମାଧ୍ୟମରେ ପାରିବାରିକସମସ୍ୟାର ସମାଧାନ ଘଟିବ। ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିପାରନ୍ତି।
🧕କନ୍ୟା👉ଆଜିର ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କୁ ଧନସମ୍ମାନ ସାଙ୍ଗକୁ ବନ୍ଧୁଗହଣରେ ମିଷ୍ଟାନ୍ନ ପ୍ରାପ୍ତିହେବ। ଶନିଙ୍କ କୁପ୍ରଭାବରୁ ଭୁଲ୍ ବୁଝାମଣା ହେତୁ ପରିବାରରେ ସମସ୍ୟାର ଆଶଙ୍କା ରହିଛି।ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ଆଶଙ୍କା ରହିଛି।ଅତ୍ୟଧିକ ଖଟଣି ହେତୁ ସ୍ନାୟବିକ ଦୁର୍ବଳତାର ଆଶଙ୍କାକୁ ଏଡାଇ ହେବ ନାହିଁ।
⚖️ତୁଳା👉ଆଜି ଏକାଧାରରେ ଅର୍ଥସାଙ୍ଗକୁ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ସମ୍ମାନ, ସମ୍ବର୍ଦ୍ଧନା, ଉପଢ଼ୌକନାଦି ପାଇପାରନ୍ତି। ଈର୍ଷାପରାୟଣ ଆତ୍ମୀୟମାନେ ବିରୋଧାତ୍ମକ କଥା କହିପାରନ୍ତି।ସ୍ବାର୍ଥହାସଲ ନହୋଇ ପାରିବାକାରଣରୁ ସେମାନେ ସମାଲୋଚନା କରିପାରନ୍ତି।ପରିବାର,ବାଣିଜ୍ୟ,ଯାତ୍ରା,ନୂତନ କର୍ମାରମ୍ଭ ପାଇଁ ଶୁଭପ୍ରଦ ରହିବ।
🦂ବିଛା👉ବୃହସ୍ପତି ପ୍ରଭାବରେ ଭଲମନ ନେଇ କାମ କଲେ ମଧ୍ୟ ଅର୍ଥସଙ୍କଟ, ବ୍ୟବହାରରେ ବ୍ୟତିକ୍ରମର ଆଶଙ୍କା ରହିଛି।କେତେକ କ୍ଷେତ୍ରରେ ଧର୍ମସଙ୍କଟରେ ପଡି କଣ କରିବେ କିମ୍ବା ନକରିବେ ଏହି ଦ୍ୱନ୍ଦ୍ୱରେ ପଡିପାରନ୍ତି। ଅନ୍ୟମାନଙ୍କ ସକାଶେ କିଛିକରି ପ୍ରଶଂସିତ ହେବେ।ବିଶିଷ୍ଟବ୍ୟକ୍ତିଙ୍କ ସଙ୍ଗଲାଭରୁ ଉଚ୍ଚ ସମ୍ମାନ ଓ ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି।
🏹ଧନୁ👉ଅନୁକୂଳ ଗ୍ରହଯୋଗରୁ କାର୍ଯ୍ୟସିଦ୍ଧି,ସଫଳ ଆଲୋଚନା ସାଙ୍ଗକୁ ବନ୍ଧୁଦର୍ଶନରେ ଖୁସି ରହିବେ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇବା ଠିକ୍ ହେବନାହିଁ। ହୋଟେଲ,ଦୋକାନ,ବାଣିଜ୍ୟ ପ୍ରଭୃତିରୁ ଆଶା କରୁଥିବା ଫଳ ଅବଶ୍ୟମିଳିବ।ଦୀର୍ଘଦିନର ପରିକଳ୍ପିତ ନୂତନ କାମଟିଏ କରି ଆତ୍ମତୃପ୍ତି ଲାଭ କରିପାରନ୍ତି।
🐊ମକର👉ପଦସ୍ଥ ବ୍ୟକ୍ତିଙ୍କ ସହାୟତାରୁ ସ୍ଥଗିତକାର୍ଯ୍ୟ ତ୍ୱରାନ୍ବିତ ହେବ। ଘରୋଇ କଥାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଆତ୍ମତୃପ୍ତି ଲଭିବେ। ଈର୍ଷାପରାୟଣ ବ୍ୟକ୍ତିବିଶେଷ ଶତ୍ରୁତାକରି କାର୍ଯ୍ୟରେ ପ୍ରତିରୋଧ ଘଟାଇପାରନ୍ତି। ଅର୍ଥ ସମ୍ପର୍କ, ବନ୍ଧୁଙ୍କୁ ଭଲ ପାଇବା,ଅତିଥିଚର୍ଚ୍ଚା,ଯାତ୍ରା,ଆଇନ ଅଦାଲତ ପ୍ରଭୃତି କ୍ଷେତ୍ରରେ ସଫଳତା ନିଶ୍ଚିତ ମିଳିବ।
🏺କୁମ୍ଭ👉ଗ୍ରହଙ୍କ ପ୍ରତିକୂଳତାଜନିତ ଉଦ୍ୟମ ସଫଳରେ କିଛିଟା ପ୍ରତିବନ୍ଧକ ଆସିବ। ତଥାପି ଆପଣଙ୍କୁ ସତ୍ସଙ୍ଗର ସାନ୍ନିଧ୍ୟ ଓ ଧାର୍ମିକ ଅନୁଷ୍ଠାନରେ ସକ୍ରିୟ ଭୂମିକାର ସୁଯୋଗ ଦେଇପାରେ।ଗୃହନିର୍ମାଣ,ଗାଡିକିଣା,କରଜ ଦେବା ଆଦିରେ ମନ ଦେଇପାରନ୍ତି।ପ୍ରଶାସନସ୍ତରରେ କାର୍ଯ୍ୟ ସାଧନ କିମ୍ବା ଆଶା ପୂରଣରେ ବନ୍ଧୁ ସାହାଯ୍ୟ କରିବେ।
🐟ମୀନ👉ଭୁଲ୍ ବୁଝାମଣାଜନିତ ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେବ। ତଥାପି ଯାତ୍ରା,ଶିଳ୍ପ,ବାଣିଜ୍ୟ,ପରିବହନପାଇଁ ଦିନଟି ବହୁତ ଶୁଭଙ୍କରୀ ହେବ। ହଠାତ୍ ହଜିଯାଇଥିବାବ୍ୟକ୍ତି,ଚୋରି ଯାଇଥିବା ଜିନିଷର ଖୋଜଖବର ପାଇପାରନ୍ତି।କେତେକକ୍ଷେତ୍ରରେ ନିଜର ଅସହାୟତା ପ୍ରକାଶ କରି ଲଜ୍ଜିତ ହେବାକୁ ପଡ଼ିପାରେ।
🕉️ନୀତିବାଣୀ🕉️
ଏମିତି ସମୟ ଆସିଥିଲା ଦିନେ
ସୁଖ ଦୁଃଖ ହେବା ପାଇଁ,
ଅଦିନ ବରଷା ଭାଙ୍ଗି ଦେଇଗଲା
ମନ ମୋର ଭଲ ନାହିଁ…
ଅର୍ଥପଛରେ ନଗୋଡେଇବା ଆପଣ ପଶୁପକ୍ଷୀମାନଙ୍କଠାରୁ ଶିଖିପାରିବେ
ଯେଉଁଠାରେ ବାସକଲେ ଶିକ୍ଷା ସ୍ବାସ୍ଥ୍ୟ ସଭ୍ୟତା ଏବଂ ସମ୍ମାନ ଲାଭର ସୁବିଧା ନଥାଏ ସେଠାରେ ବାସକରିବା ଠିକ୍ ନୁହେଁ ।ନିଜ ଲଢେ଼ଇ ନିଜକୁ ହିଁ ଲଢ଼ିବାକୁ ପଡ଼ିବ କାହିଁକିନା ଲୋକେ କେବଳ Advice ଦିଅନ୍ତି ସାଥ୍ ନୁହେଁ ।

🥕 ଗାଜର ଖାଇବାର ସ୍ୱାସ୍ଥ୍ୟ ଉପକାରିତା….
ଗାଜରଖାଇବା ଆଖିର ସ୍ୱାସ୍ଥ୍ୟ ଭଲ ରଖିବାରେ,ରୋଗପ୍ରତିରୋଧକ ଶକ୍ତି ବଢ଼ାଇବାରେ,ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବାରେ ଏବଂ ତ୍ୱଚାକୁ ଉଜ୍ଜ୍ୱଳ ରଖିବାରେ ସହାୟକ ହୋଇଥାଏ।
ମୁଖ୍ୟ ସ୍ୱାସ୍ଥ୍ୟ ଉପକାରିତା:-
● 👁️ଦୃଷ୍ଟିଶକ୍ତି ଉନ୍ନତକରେ:-ଗାଜରରେ ବିଟା-କାରୋଟିନ୍ ଭରପୂର ଥାଏ। ଶରୀର ଏହାକୁ ଭିଟାମିନ୍-Aରେ ପରିଣତକରେ,ଯାହା ଆଖିକୁ ସୁସ୍ଥ ରଖିବାରେ ସହାୟକ।
● 🛡️ରୋଗ ପ୍ରତିରୋଧକଶକ୍ତି ବଢ଼ାଏ:-ଗାଜରରେ ଥିବା ଭିଟାମିନ୍-A ଓ ଭିଟାମିନ୍-Cଶରୀରର କୋଷଗୁଡ଼ିକୁ ସୁରକ୍ଷାଦେବା ସହ ରୋଗ ପ୍ରତିରୋଧକ କ୍ଷମତାକୁ ମଜବୁତକରେ।
● 🍽️ହଜମରେ ସାହାଯ୍ୟ କରେ:-ଗାଜରରେ ଥିବା ଖାଦ୍ୟ ତନ୍ତୁ (ଫାଇବର) ହଜମ ପ୍ରକ୍ରିୟାକୁ ସୁସ୍ଥ ରଖେ ଏବଂ କୋଷ୍ଠକାଠିନ୍ୟ ରୋକିବାରେ ସହାୟକ ହୁଏ।
● ✨ତ୍ୱଚାର ସ୍ୱାସ୍ଥ୍ୟ ଭଲ ରଖେ:-ଗାଜରରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଓ ଭିଟାମିନ୍ ତ୍ୱଚାର କୋଷକୁ ସୁସ୍ଥରଖିବା ଏବଂ ସୂର୍ଯ୍ୟକିରଣର କ୍ଷତିରୁ ସୁରକ୍ଷା ଦେବାରେ ସହାୟକ।
ଆଜିର ରାଶିଫଳ
Prev Post
