ଭୁବନେଶ୍ୱର, ୨୦|୮(ଲିଙ୍ଗରାଜ ରାଉତ)ରାଜ୍ୟର ଗର୍ବ ଓ ଗୌରବ ସାଜିଥିବା ନନ୍ଦନକାନନରେ ବାଘ ଛୁଆ ପ୍ରିନ୍ସ,ବ୍ଲାକ୍ ବକ୍ ମୃତ୍ୟୁ ପରେ ଆଜି ପୁଣି ଏକ ଜଳହସ୍ତୀର ମୃତ୍ୟୁ ହୋଇଛି।ଗୋଟିଏ ସପ୍ତାହ ଭିତରେ ୩ଟି ଜନ୍ତୁଙ୍କ ମୃତ୍ୟୁ ଜନ୍ତୁ ବିଭାଗର ପରିଚାଳନାଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସୂଚନା ଅନୁସାରେ ଜଳହସ୍ତୀଟି ଦୀର୍ଘଦିନ ଧରି ଅସୁସ୍ଥ ଥିଲା।ଏସିଏଫ୍ ଡା. ରୁଦ୍ର ରଥଙ୍କ ତତ୍ୱାବଧାନରେ ଡାକ୍ତରୀଟିମ୍ ଚିକିତ୍ସା କରୁଥିଲେ ବୋଲି କୁହାଯାଉଥିଲା, ତଥାପି ଜଳହସ୍ତୀକୁ
ବଞ୍ଚାଯାଇ ପାରିଲେନାହିଁ। ତେବେ ପ୍ରଶ୍ନଉଠୁଛି,ଅସୁସ୍ଥ ପ୍ରାଣୀଙ୍କ ଚିକିତ୍ସା ପ୍ରୋଟୋକଲ୍ କଣ ରହିଛି? OUATର CWHବିଶେଷଜ୍ଞ ଟିମ୍ କୁ ସମୟ ମତେ ସାମିଲ କରାଯାଉଛି କି?
ପ୍ରକାଶଯେ ,ବାଘ ମୌସୁମୀ-ରାଜେଶଙ୍କ ଛୁଆ, ଜୟଶ୍ରୀ-ଅମିତ୍ ଙ୍କ ବାଘ ଛୁଆ ପ୍ରିନ୍ସ, ଖୁଆଡନଂ ୬୮ର ବ୍ଲାକ୍ ବକ୍ ଏବଂ ଏବେ ଜଳହସ୍ତୀ -ଏମିତି ଲଗାତାର ମୃତ୍ୟୁ କଣ କେବଳ ପ୍ରାକୃତିକ କାରଣବୋଲି କହି ଦାୟିତ୍ଵ ସାରି ଦିଆଯିବ? ବିଡମ୍ବନାର ବିଷୟ ପ୍ରତ୍ୟେକ ମୃତ୍ୟୁପରେ ଗୋଟିଏ ମାନଗଢା ଉତ୍ତର -“ବ୍ୟବଚ୍ଛେଦପରେ ଜଣାପଡିବ।କିନ୍ତୁ ପରବର୍ତ୍ତୀ ସମୟରେ ଆସୁଥିବା ବ୍ୟବଚ୍ଛେଦ ରିପୋର୍ଟ ସାର୍ବଜନୀନ ହୁଏନା।
ବାରମ୍ବାରମୃତ୍ୟୁ ନନ୍ଦନକାନନର ସ୍ୱାସ୍ଥ୍ୟ ପରିଚାଳନାବ୍ୟବସ୍ଥା ଉପରେ ପ୍ରଶ୍ନ ଛିଡା କରୁଛି,ଏନେଇ ଉଚ୍ଚସ୍ତରୀୟ ତଦନ୍ତ ଓ ସମସ୍ତ ବ୍ୟବଚ୍ଛେଦରିପୋର୍ଟ ସାର୍ବଜନୀନ କରିବାକୁ ଦାବି ହେଉଛି।
