କଟକ,୨୦।୮(ଏସଏସନିଉଜ)ଭାରତ ସରକାରଙ୍କର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ ନିଶା ମୁକ୍ତ ଭାରତ ଅଭିଯାନ ଶୀର୍ଷକ ଆଲୋଚନା ଚକ୍ର ଶ୍ରୀଶ୍ରୀ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି।
ଶ୍ରୀଶ୍ରୀ ଆୟୁର୍ବେଦମହାବିଦ୍ୟାଳୟ ଏବଂ ବାରଙ୍ଗ ମଧୁବନସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ବିଶ୍ଵବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଜାପିତା ଅନୁଷ୍ଠାନ ମୁଖ୍ୟ ବ୍ରହ୍ମାକୁମାରୀ ସ୍ନେହଲତା, କାଜଲଭଉଣୀ, ସ୍ମୃତି ଭଉଣୀ ଏବଂ ମହେନ୍ଦ୍ରଭାଇ, ମହାଦେବଭାଇ ପ୍ରମୁଖ ଯୋଗଦେଇ ନିଶା ବିରୋଧୀ ଜନ ସଚେତନତା ସୃଷ୍ଟିପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ଆୟୁର୍ବେଦ ମହାବିଦ୍ୟାଳୟର ଡେପୁଟିଡିନ୍ ପ୍ରଫେସର ନଗେନ୍ଦ୍ରପ୍ରସାଦ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ।ଡେପୁଟିଡିନ୍ ପ୍ରଫେସର ଦୁର୍ଗାପ୍ରସାଦ ଦାଶ ନିଶା ନିବାରଣ ଅଭିଯାନରେ ଛାତ୍ରଛାତ୍ରୀମାନଙ୍କ ଦାୟିତ୍ୱ ବିଷୟରେ ମତବ୍ୟକ୍ତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ପ୍ରଫେସର ରମାକାନ୍ତରାଉତ, ଡ.ଧ୍ରୁବପ୍ରସାଦ,ଡ.ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କ ସମେତ ଅତିଥିମାନଙ୍କ ସହ ଛାତ୍ରଛାତ୍ରୀମାନେ ନିଶା ବିରୋଧୀ ଉପରେ ଶପଥପାଠ କରିଥିଲେ ।ଏହି ଉପଲକ୍ଷେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନାଟକ,ପୋଷ୍ଟରଅଙ୍କନ ପ୍ରତିଯୋଗୀତା କରାଯାଇ କୃତୀଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା ।ଶେଷରେ ଡାକ୍ତର ଦେବାଶିଷଶତପଥି ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post
