ନକଲି ଫିନାଇଲ ଫେରିଲା

କିନ୍ତୁ ଜନ୍ତୁ ଖାଦ୍ୟର ନକଲି ଧରିବ କିଏ? 

ଭୁବନେଶ୍ୱର,୨୯ା୮(ଏସଏସନିଉଜ) ନନ୍ଦନକାନନରେ ଯୋଗାଣ ହେଉଥିବା ନକଲି ଫିନାଇଲ ଉପରୁ ଏବେ ପରଦା ଉଠିଛି । ଷ୍ଟୋର ବିଭାଗରେ ଜଣେ ଗାର୍ଡ ଏହାକୁ ଗ୍ରହଣ ନକରିବାରୁ ଠିକାଦାରଠାରୁ ମାଡଖାଇବା ଭଳି ଅଭିଯୋଗ ଆସିଥିଲା ।ପରେ ଏହାକୁ ଜଣେ ଫରେଷ୍ଟର କରିଥିଲେ ।ପରେ ଗଣମାଧ୍ୟମରେ ଏହାର ଚର୍ଚ୍ଚା ଯୋରଧରିବାପରେ ଜନ୍ତୁବିଭାଗ ଏସିଏଫ ଏହାରତଦନ୍ତ କରିଥିଲେ ।ପରେ ଗ୍ରହଣ କରାଯାଇଥିବା ନକଲି ଫିନାଇଲ ଫେରାଯାଇଥିଲା ।ଏହି ଘଟଣାପରେ କିଛି ବଡବଡିଆ ଅଧିକାରୀମାନଙ୍କ ସୁପାରିସରେବିନା ଟେଣ୍ଡରରେ ନକଲି ଫିନାଇଲ ଯୋଗାଣ ହେଉଥିବାର ସ୍ପଷ୍ଟ ଜଣାପଡିଥିଲା ।ତେବେ ନକଲି କୁ ବିରୋଧକରୁଥିବା ଗାର୍ଡମାଡଖାଇଲେ କିନ୍ତୁ ଏହି ନକଲି ଯୋଗଣକୁ ପ୍ରୋସହନ ଦେଉଥିବା ଜନ୍ତୁବିଭାଗର କେଉଁ ଅଧିକାରୀଙ୍କ ହାତ ରହିଛି ତାହା ଜାଣିବାପାଇଁ ଉଦ୍ୟମ ହେଉନଥିବାବେଳେ ଆଗକୁ ଟେଣ୍ଡର ପ୍ରକିୟାରେ ଫିନାଇଲ ଯୋଗାଣ କରିବାନେଇ ନିଷ୍ପତି ହେଉଥିବାର ଜଣାପଡିଛି ।ଏହି ଘଟଣାରେ ଜଣେ ଫରେଷ୍ଟରଙ୍କୁ ନୋଟିସ ହୋଇ ମାମଲା ରଫାଦଫା କରିବାକୁ ଉଦ୍ୟମ ଚାଲିଥିବା ଜଣାପଡଡିଛି।
ପ୍ରକାଶଯେ, ଜନ୍ତୁ ଖୁଆଡ ସଫେଇ ପାଇଁ ଫିନାଇଲ ବ୍ୟବହାର ହୁଏ।ଆସୁଥିବା ଫିନାଇଲର ଗୁଣବତ୍ତା ଜନ୍ତୁ ବିଭାଗର ଯାଞ୍ଚକରିବା କଥା । ଫରେଷ୍ଟ ଗାର୍ଡଙ୍କୁ ମାଡ଼ ମରାଯିବା ପରେ ବି ନକଲି ମାଲ ଷ୍ଟୋରରେ ରଖାଯାଇଥିଲା। କିନ୍ତୁ ଜନ୍ତୁବିଭାଗ ରେଞ୍ଜର ଓ ଏସିଏଫଙ୍କ କୈାଣସି ପ୍ରତିକ୍ରିୟା ରହିନଥିଲା ଏବେ ଯଦି ୬୫ ଟଙ୍କାର ଫିନାଇଲରେ ଏହି ହାଲ, ତେବେ ସେହି ଜନ୍ତୁ ବିଭାଗ ରେଞ୍ଜର ଓ କ୍ୟୁରେଟରଙ୍କ ଅଧୀନରେ ଥିବା ଜୀବଜନ୍ତୁମାନଙ୍କ ପାଇଁ ପ୍ରତିଦିନର ଲକ୍ଷ ଲକ୍ଷ ଟଙ୍କାର ଜନ୍ତୁ ଖାଦ୍ୟ – ମାଂସ, ମାଛ, ଚିକେନ, ଫଳ, ପନିପରିବା,ଗହମ , ଔଷଧର ମାନ କେମିତି ଯାଞ୍ଚ ହେଉଛି ତାହାକୁ ନେଇ ଏବେପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ଏହି ଖବର ପ୍ରକାସ ପରେ କର୍ତୁପକ୍ଷ ତପ୍ତର ଦେଖାଇଥିଲେ ।ଜନ୍ତୁବିଭାଗ ଏସିଏଫ ତଦନ୍ତ କରି ଫିନାଇଲ ଘଟଣାରେ ଜଣେ ଫରେଷ୍ଟରଙ୍କୁ ନୋଟିସ ଦେଇ କାମ ସାରିଦେଲେ ।ତେବେ ଦୀର୍ଘଦିନଧରି ଜନ୍ତୁବିଭାଗର କାହା ଅନୁମତିରେ ବିନାଟେଣ୍ଡରରେ ନକଲି ଫିନାଇଲ ଯୋଗାଣ ହେଉଥିଲା ତାହା ଜଣାପଡିଲାନାହିଁ ।ନନ୍ଦନକାନନରେ ନକଲି ଫିନାଇଲ ଘୋଟାଲା ଧରା ପଡିବା ପରେ ଏବେ ତାକୁ ଲୁଚାଇବାକୁ ବଡ ଷଡଯନ୍ତ୍ର ଚାଲିଛି ବୋଲି ଅଭିଯୋଗ ହେଉଛି। ବିଶ୍ୱସ୍ତ ସୂତ୍ର ଅନୁଯାୟୀ, ବିବାଦ ବଢିବା ପରେ ସମସ୍ତ ନକଲି ଫିନାଇଲକୁ ଚୁପଚାପ ଫେରାଇ ଦିଆଯାଇଛି ଏବଂ ଏବେ ନିୟମ ଦେଖାଇବା ପାଇଁ ଟେଣ୍ଡର ଡକାଯିବ ବୋଲି କୁହାଯାଉଛି । ଏନେଇ ଉପ ନିର୍ଦ୍ଦେଶକ ପ୍ରଦୀପ ମିରାସେ କହିଛନ୍ତି ଏହି ଘଟଣାରେ ଖୁବ୍ ଶୀଘ୍ର ପୂର୍ଣ୍ଣଚ୍ଛେଦ ପଡ଼ିବ ଏବଂ ଏ ସବୁ ଫିନାଇଲ କୁ ଫେରସ୍ତ କରାଯାଇଛି ବୋଲି ସୂଚନା ଦେଇଛନ୍ତି।ତେବେ ଏଠାରେ ପ୍ରଶ୍ନ ହେଉଛି, ଅସଲି ଦାମରେ ନକଲି ମାଲ ଦେଇ ଲକ୍ଷ ଲକ୍ଷ ଟଙ୍କାର ଲୁଟ କାହା ଇଙ୍ଗିତରେ ହେଉଥିଲା ତାର ହିସାବ କିଏ ଦେବ?

- Advertisement -

Leave A Reply

Your email address will not be published.