୨୦୨୬ମସିହା, ଅଗଷ୍ଟମାସ, ୩୧ ତାରିଖ, ସୋମବାର, ଅଙ୍ଗଭେଟ ତୃତୀୟା, ଗୌରୀଚତୁର୍ଥୀ ।ଚତୁର୍ଥୀ ଚନ୍ଦ୍ରୋଦୟ ବ୍ୟାପିନୀ ଗ୍ରାହ୍ୟା,” ଶ୍ରୀ ଗୌରୀ ପୂଜନଂ ଓ ଚନ୍ଦ୍ରାର୍ଘ୍ୟଦାନଂ ।
ଋତୁ-ବର୍ଷାଋତୁର (ଦ୍ବିତୀୟମାସ)ସୂର୍ଯ୍ୟ-ଦକ୍ଷିଣାୟନ🌄ପୁରୀକୁ ସୁର୍ଯ୍ୟୋଦୟ- ଘ୫/୩୩/୪୬🌅ପୁରୀକୁ ସୂର୍ଯ୍ୟାସ୍ତ- ଘ୫/୫୯/୨୬,ଭାଦ୍ରବମାସ,କୃଷ୍ଣପକ୍ଷ,ଚନ୍ଦ୍ରବାସ,
ତିଥି-ତୃତୀୟା ଦିବା ଘ୮/୪୨ମି ପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ ।ନକ୍ଷତ୍ର- ରେବତୀ ନକ୍ଷତ୍ର ରାତ୍ରି ଘ୩/୫୭ମି ପର୍ଯ୍ୟନ୍ତ ତଦନ୍ତେ ଅଶ୍ବିନୀ ନକ୍ଷତ୍ର ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟ କୋଣରେ, ଦିବା ଘ୮/୪୨ମି ପରେ ନୈର୍ଋତ କୋଣରେ ।ରିକ୍ତାତିଥି, ବିଷ୍ଟିକରଣ ଓ ପାପଯୁକ୍ତ ଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ ।ଚନ୍ଦ୍ରଶୁଦ୍ଧି- ମେଷ, ବୃଷ, ମିଥୁନ,କନ୍ୟା,ତୁଳା,ମକର ଓ ମୀନ ଏହି ରାଶି ମାନଙ୍କର ଏବଂ ରାତ୍ରି ଘ୩/୫୭ମିପରେ ବୃଷ, ମିଥୁନ, କର୍କଟ, ତୁଳା, ବିଛା, ମକର ଓ କୁମ୍ଭ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ।
ଘାତଚନ୍ଦ୍ର–ଧନୁ ରାଶିର ଏବଂ ରାତ୍ରି ଘ୩/୫୭ମି ପରେ ମେଷରାଶିର ଘାତଚନ୍ଦ୍ର ।ଘାତବାର-ମିଥୁନ ରାଶିର ଘାତବାର।ତାରାଶୁଦ୍ଧି-୧।୨।୪।୬।୮।୧୦।୧୧।୧୩।୧୫।୧୭।୧୯।୨୦।୨୨।୨୪।୨୬ ଏହି ନକ୍ଷତ୍ରମାନଙ୍କର ଏବଂ ରାତ୍ରି ଘ୩/୫୭ମି ପରେ ୨।୩।୫।୭।୯।୧୧।୧୨।୧୪।୧୬।୧୮।୨୦।୨୧।୨୩।୨୫।୨୭ ଏହି ନକ୍ଷତ୍ର ମାନଙ୍କର ତାରାଶୁଦ୍ଧି।ସାମ୍ବତ୍ସରିକ ଶ୍ରାଦ୍ଧ-ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।ନିଷିଦ୍ଧଖାଦ୍ୟ-ପଟୋଳ,ଦିବା ଘ୮/୪୨ମିପରେ ମୂଳକ(ମୂଳା)ଭକ୍ଷଣ ନିଷେଧ ।ଅଶୁଭବେଳା-(କାଳବେଳା) ଦିବା ଘ୭/୮ମି ରୁ ଘ୮/୪୦ମି ପର୍ଯ୍ୟନ୍ତ(ବାରବେଳା) ଦିବା ଘ୨/୪୯ମି ରୁ ଘ୪/୨୨ମିପର୍ଯ୍ୟନ୍ତ(କାଳରାତ୍ରି) ରାତ୍ରି ଘ୧୦/୧୭ମି ରୁ ଘ୧୧/୪୫ମି ପର୍ଯ୍ୟନ୍ତ।ଶୁଭ ବେଳା-
(ଅମୃତବେଳା) ସୂର୍ଯ୍ୟୋଦୟରୁ ଦିବା ଘ୭/୧୧ମି ମଧ୍ୟେ,ଘ୧୦/୨୪ମି ରୁ ଘ୧୨/୪୮ମିମଧ୍ୟେ,ରାତ୍ରି ଘ୬/୪୧ମି ରୁ ଘ୯/୫ମିମଧ୍ୟେ,ଘ୧୧/୨୯ମି ରୁ ଘ୨/୪୧ମି ପର୍ଯ୍ୟନ୍ତ (ମାହେନ୍ଦ୍ରବେଳା) ଦିବା ଘ୩/୧୨ମି ରୁ ଘ୪/୪୮ମି ପର୍ଯ୍ୟନ୍ତ ।ପୁଷ୍କର ଦୋଷ- ମୃତବ୍ୟକ୍ତିଙ୍କ ପୁଷ୍କର ଦୋଷନାହିଁ ।ପ୍ରଥମ ରଜୋଶ୍ଚକ୍ରେ- ରଜଶ୍ଚକ୍ରେବେଶ୍ୟା,ଶାନ୍ତି କରଣୀୟ,ଦିବା ଘ୮/୪୨ମି ମଧ୍ୟେ ତିଥିଦୋଷ ହେତୁ (ଦୁର୍ଗାଙ୍କୁ ଲାଲ ରଙ୍ଗର ପୁଷ୍ପ ଅର୍ପଣ)ଶୁଭକର୍ମ- ନାହିଁ ।
🐐ମେଷ👉ଆଜି ଆର୍ଥିକ,ମାନସିକ ଏବଂ ସାମାଜିକ ସ୍ଥିତିକୁ ଋଦ୍ଧିମନ୍ତ କରିବ।ଯେକୌଣସି ପରିସ୍ଥିତି ଓ ପରିବେଶରେ ନିଜକୁ ଆଡ୍ଜଷ୍ଟ କରିନେଲେ କୃତକାର୍ଯ୍ୟ ହେବେ। କର୍ମକ୍ଷେତ୍ରରେ କିମ୍ବା ସରକାରୀ କାମରେ ହଠାତ୍ ବାହାରକୁ ଯାତ୍ରା କରିବାକୁ ପଡ଼ିପାରେ।ଦୀର୍ଘଦିନରୁ ଲାଗି ରହିଥିବା ବିବାଦ ସମାଧାନର ରାସ୍ତା ସୁଗମ ହୋଇଯିବ।
🐂ବୃଷ👉ଆପଣଙ୍କୁ କର୍ମଧାରାରେ ପରିବର୍ତ୍ତନ ଆଣିବାକୁ ପଡ଼ିପାରେ। ବିଭିନ୍ନ ପ୍ରକାରର ଘରୋଇ ସମସ୍ୟା ମଧ୍ୟରେ ଅଣନିଃଶ୍ୱାସୀ ହୋଇ ଏକପ୍ରକାର ବ୍ୟତିବ୍ୟସ୍ତ ହୋଇପାରନ୍ତି। ଆନୁଷ୍ଠାନିକ କାମ, ପ୍ରକାଶନ,କଚେରି ମାମଲା ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂରହେବ। ପୂର୍ବ ଯୋଜନା ଅନୁଯାୟୀ କାମ କରି କିଛିଟା ସଫଳତା ମଧ୍ୟ ପାଇବେ।
👩❤️👨 ମିଥୁନ👉ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ବିତର୍କ ସୃଷ୍ଟି ହୋଇପାରେ।ଯାନବାହନ, ଜମିଜମା, ଗୃହସୀମା, ମାଲିମକଦ୍ଦମା ଓ ଆନୁଷ୍ଠାନିକ କର୍ମରେ ସମସ୍ୟା ଲାଗିରହିବ।ପଡ଼ୋଶୀଙ୍କ ସହ ଏକ ସାମାନ୍ୟ କାରଣରୁ ସମ୍ପର୍କ ହାନି ଘଟିପାରେ। ସ୍ଥଗିତ କାମକୁ ସମ୍ପୂର୍ଣ୍ଣ କରିବା ସକାଶେ ଅନ୍ୟମାନଙ୍କର ସାହାଯ୍ୟ ନେଇ କାମ ହାସଲ କରିବେ।

🦀କର୍କଟ👉ଆଜିର ଗ୍ରହସ୍ଥିତି ପ୍ରତ୍ୟେକ କାର୍ଯ୍ୟକୁ ସଫଳତାର ଶୀର୍ଷକୁ ନେବାରେ ସାହାଯ୍ୟ କରିବ। ରବିଙ୍କ ପ୍ରଭାବରୁ ଅର୍ଥ ଓ ସମ୍ମାନ ଲାଭରେ ନିଜକୁ ଗୌରବାନ୍ବିତ ମନେକରିବେ। ସଭାସମିତି, ଆନୁଷ୍ଠାନିକ କାମ ଓ ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ।ସାହିତ୍ୟରେ ଉନ୍ନତି ଓ ଏହା ସହ ବ୍ୟବସାୟରେ ଲାଭବାନ୍ ହେବେ।
🦁 ସିଂହ👉ଦୀର୍ଘଦିନରୁ ଲାଗି ରହିଥିବା ସ୍ବାସ୍ଥ୍ୟ ସମସ୍ୟାରେ ମନ ଭାରାକ୍ରାନ୍ତ ରହିପାରେ। ଭୁଲ୍ ବୁଝାମଣା କାରଣରୁ ପରିବାର ଭିତରେ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବେ।ଅନେକାଂଶରେ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଦ୍ୱନ୍ଦ୍ୱର ସମ୍ମୁଖୀନ ହେବାକୁ ପଡ଼ିପାରେ। ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ମିଳିବ।
🧕କନ୍ୟା👉ଘଟିଯାଇଥିବା ଘଟଣା ମନରେ ଆଲୋଡ଼ନ ସୃଷ୍ଟି କରିବା ଫଳରେ ସ୍ଥିର ଭାବରେ ରହିପାରିବେ ନାହିଁ। ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ମିତ୍ରମାନେ ପରୋକ୍ଷ ଶତ୍ରୁତା ଆଚରଣ କରିବେ।ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି କାରଣରୁ ବ୍ୟବସାୟରେ ମନାନ୍ତର ଦେଖାଦେବ। ପ୍ରତ୍ୟେକ କ୍ଷେତ୍ରରେ ଟେନ୍ସନ୍ ଦୂର ହେବ ଓ ସୁଖଭ୍ରମଣ ଯୋଗ ରହିଛି।
⚖️ତୁଳା👉ଶିଳ୍ପ, ବାଣିଜ୍ୟରେ କ୍ଷତି, ଯାନବାହନରୁ ଆଘାତ ଏବଂ ବନ୍ଧୁ ବର୍ଗରେ ମନାନ୍ତର ଘଟିପାରେ। କର୍ମକ୍ଷେତ୍ରରେ କେତେକ କାର୍ଯ୍ୟରେ ବହୁ କଷ୍ଟରେ ସଫଳତା ହାସଲ କରିବାର ଆଶା କରାଯାଇପାରେ। ଜମିଜମା ପ୍ରଭୃତି କିଣାବିକାରେ ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି। ସନ୍ତାନଙ୍କ ସ୍ୱାସ୍ଥ୍ୟ ଓ ସ୍ୱଭାବ ଯୋଗୁଁ ସାମୟିକ ବିଚଳିତ ହେବେ।
🦂ବିଛା👉ନିକଟରେ ରହୁଥିବା ଈର୍ଷାଳୁ ବ୍ୟକ୍ତିଙ୍କ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ। କର୍ମକ୍ଷେତ୍ରରେ ସାହାଯ୍ୟକାରୀ ମନୋବୃତ୍ତି ହେତୁ ସହକର୍ମୀଙ୍କ ସହ ସଦ୍ଭାବ ବୃଦ୍ଧି ହୋଇପାରେ। ଆଜି ଘରକୁ ଫେରିବା ସମୟରେ କିଛି ମୂଲ୍ୟବାନ୍ ଜିନିଷ ଆଣିପାରନ୍ତି। ମାଲି ମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ।
🏹ଧନୁ👉ଘର ଅପେକ୍ଷା ବାହାର ଲୋକ ଆପଣଙ୍କ ପକ୍ଷ ନେବେ। ଅଟକିଥିବା କାମ ହାସଲ ପାଇଁ ଚେଷ୍ଟା କଲେ କେତେକାଂଶରେ ସଫଳ ମଧ୍ୟ ହେବେ। ବାଣିଜ୍ୟରେ ସାଧାରଣ ସମସ୍ୟାଟି ପାଇଁ ବିଶେଷ ଅସୁବିଧା ହେବ ନାହିଁ। ନୂତନ କର୍ମ ସଂସ୍ଥାନ ପାଇଁ ମନ ବଳିବ ଏବଂ ଏଥିପାଇଁ ଜଣାଶୁଣା ବ୍ୟକ୍ତିଙ୍କ ପରାମର୍ଶ ମାନିବା ଠିକ୍ ହେବ।
🐊ମକର👉ସମ୍ପର୍କୀୟ ଲୋକଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ଅସୁବିଧାର ସମ୍ମୁଖୀନ ହେବେ। ବାକି ପଡ଼ିଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ବନ୍ଧୁଙ୍କ ଅନୁରୋଧରେ ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ, କିନ୍ତୁ ଅସ୍ଥିରତା ଦେଖାଦେବାର ସମ୍ଭାବନା ରହିଛି। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରଖିବା ପାଇଁ ଚେଷ୍ଟା ବିଫଳ ହେବ ନାହିଁ।
🏺କୁମ୍ଭ👉ଆଜି ଯାହା କରିବାକୁ ଚିନ୍ତା କରିଛନ୍ତି, ତାହା ସମ୍ପନ୍ନ କରିବାରେ ଅସୁବିଧା ହେବନାହିଁ। ପରିବହନ, ବ୍ୟବସାୟରେ ସମସ୍ୟାକୁ ସୁଧାରି ନେବେ। ସଭାସମିତି, ଆନୁଷ୍ଠାନିକ କାମ ପ୍ରଭୃତିରେ କିମ୍ବା ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ବନ୍ଧୁ ସାହାଯ୍ୟ ସହଯୋଗର ଦୃଢ଼ ପ୍ରତିଶ୍ରୁତି ଦେବେ, କିନ୍ତୁ ଠିକ୍ ସମୟରେ ଠକି ଦେବେ।
🐟ମୀନ👉ବାରମ୍ବାର ଚେଷ୍ଟା ଦ୍ୱାରା କାର୍ଯ୍ୟ ହାସଲ ହେତୁ ମାନସିକ ସ୍ଥିତି ଭଲ ରହିବ। ପଡ଼ୋଶୀଙ୍କ ପରାମର୍ଶ ରେ ପାରିବାରିକ ସ୍ଥିତିରେ ସୁଧାର ଆଣିବାକୁ ଚେଷ୍ଟା କଲେ ସଫଳତା ପାଇବେ। କର୍ମକ୍ଷେତ୍ରରେ ଅସମର୍ଥିତ ସୂତ୍ରରୁ ଭୁଲ୍ ଖବର ପାଇ ବିବ୍ରତ ହୋଇପାରନ୍ତି। ବହୁତ ଖଟଣି ହେତୁ ଶାରୀରିକ ଅସୁସ୍ଥତା ଅନୁଭବ କରିବାର ସୂଚନା ରହିଛି।
🕉️ନୀତିବାଣୀ🕉️
ପାଦରେ ଆଘାତ ଲାଗିଲେ ମଣିଷ ଚାଲିବା ଶିଖିଥାଏ, ଠିକ୍ ସେହିପରି ମନରେ ଆଘାତ ଲାଗିଲେ ଏକୁଟିଆ ବଞ୍ଚିବା ଓ ମଣିଷ ଚିହ୍ନିବା ଶିଖିଥାଏ।
ବେଳେ ବେଳେ ସବୁ ଦୁଃଖକୁ ଲୁଚେଇ ମୁଁ ଭଲ ଅଛି ବୋଲି କହିବାକୁ ପଡିଥାଏ କାହିଁକିନା ଅବୁଝା ଦୁଃଖକୁ ବୁଝିବାର ଶକ୍ତି ସମସ୍ତଙ୍କ ପାଖରେ ନଥାଏ।
ନା ଅସ୍ତ୍ର ଦ୍ବାରା ମିଳିଥାଏ ନା ଅଧିକାର ଦ୍ବାରା ମିଳିଥାଏ ହ୍ରୁଦୟରେ ସ୍ଥାନ କେବଳ ଆମ ବ୍ଯବହାର ଦ୍ବାରା ମିଳିଥାଏ।
ଯାହାର ରକ୍ଷା ଇଶ୍ବର କରନ୍ତି ତାହାର କ୍ଷତି କିଏ କରିବ?ପବନ ଯେଉଁ ଦୀପ ଶିଖାକୁ ସୁରକ୍ଷା ଦେବ ତାକୁ କିଏ ଲିଭାଇବ।
ଶତ ଚେଷ୍ଟା କରି ଭାବିଥରେ ଦେଖ
ଅଟେ ଆମେ ଅଭ୍ରଭେଦୀ,
ଦୁନିଆ ଦାଣ୍ଡରେ ହଜିବାନି କେବେ
ପାରିବେନି କେହି ଖେଦି…
ଯେଉଁକଥା ହୃଦୟରେ ଅଛି ତାକୁ କହିବା ପାଇଁ ସହଜ କର ଏବଂ ଯେଉଁକଥା ଅନ୍ୟ ହୃଦୟରେ ଅଛି ତାକୁ ବୁଝିବା ପାଇଁ ପ୍ରୟାସ କର ।ସବୁ ହସୁଥିବା ଚେହେରା କେବଳ ଖୁସି Timeରେ ହସି ନ ଥାଏ ,ବେଳେବେଳେ ନିଜର ଅକୁହା ଦୁଃଖକୁ ଲୁଚାଇବାକୁ ଯାଇ ଦୁନିଆଁଆଗରେ ହସିବାର Acting କରିବାକୁ ପଡ଼ିଥାଏ ।
