୪ପର୍ଯ୍ୟାୟରେ ହେବ ବାରଙ୍ଗ ଗଣେଶ ପୂଜା ଭସାଣୀ

ବାଜିବନି ଡିଜେ,ରାତି୧୦ରେ ସରିବ ଭସାଣି

କଟକ,୭।୯(ଏସଏସନିଉଜ)ଆଉ ଦିନ କେଇଟା ପରେ ଅଗ୍ରଦେବ ଗଜାନନଙ୍କ ପୂଜାରୁ ଆରମ୍ଭ ହେବ ପାର୍ବଣ ।ଗଣେଶ ପୂଜା ଓ ଭସାଣିକୁ ଶାନ୍ତିଶୃଙ୍ଖଳା ସହ ସମ୍ପ୍ରନ୍ କରିବାପାଇଁ ବାରଙ୍ଗଥାନା ପରିସରରେ ସୋମବାର ରାତିରେ ଏକ ପ୍ରସ୍ତୁତିବୈଠକ ଅନୁଷ୍ଠିତ ହୋଇଯାଇଛି।ବାରଙ୍ଗ ଆଞ୍ଚଳିକ ଶାନ୍ତି କମିଟି ଓ ବାରଙ୍ଗଥାନାର ମିଳିତ ଉଦ୍ୟମରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ କମିସିନେରେଟ ପୋଲିସର ସମସ୍ତ ନିୟମମାନି ପୂଜା ମଣ୍ଡପ ଓ ଭସାଣି କାର୍ଯ୍ୟ ସମ୍ପ୍ରନ୍ କରିବାକୁ ଥାନା ଅଧିକାରୀ ବିକାଶ ପଲାଇ ଉପସ୍ଥିତ ପୂଜା କମିଟି କର୍ମକର୍ତ୍ତା ମାନଙ୍କୁ ଅନୁରୋଧ କରିଥିଲେ।


ବାରଙ୍ଗ ଅଞ୍ଚଳରେ ପାଖାପାଖୀ ୫୦ରୁ ଉର୍ଦ୍ଧ ପୂଜାମଣ୍ଡପରେ ପ୍ରଭୁ ଗଜାନନ ପୂଜା ପାଇବେ। ପୂଜା ମଣ୍ଡପରେ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ରାତି ୧୦ଟା ଭିତରେ ସାରିବା ସହ ଅଳ୍ପ ଶବ୍ଧର ସାଉଣ୍ଡ ଲଗାଇବାକୁ କୁହାଯାଇଛି।ଭଷାଣି ଉତ୍ସବ ଚାରଟିପର୍ଯ୍ୟାୟରେ ହେବାକୁ ନିଷ୍ପତ୍ତି ନିଆଯାଇଛି।୧୪ତାରିଖରେ ଗଣେଶ ପୂଜା ପଡ଼ୁଥିବା ବେଳେ ଭସାଣି ଉସବ ପ୍ରତିରବିବାର ଅର୍ଥାତ୍ ୨୦,୨୭,୪ ଓ ୧୧ ତାରିଖ ୪ଟି ପର୍ଯ୍ୟାୟରେ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।ଏହାସହ ଭଷାଣି ଉତ୍ସବରେ ଆତସବାଜି, ଡିଜେ, ବଡ଼ ଗାଡ଼ି, ପଲଥିନି, ଅଶ୍ଳୀଳ ନୃତ୍ୟକୁ ସାମିଲ ନକରିବାକୁ ନିଷ୍ପତ୍ତି ହୋଇଥିବାର ଶାନ୍ତି କମିଟି ସମ୍ପାଦକ ସୁରେଶ ମହାନ୍ତି ସୂଚନା ଦେଇଛନ୍ତି।ଏହି ବୈଠକରେ ଶାନ୍ତି କମିଟି ସଭାପତି ପ୍ରତାପ ଚନ୍ଦ୍ର ପାଣି,ଟ୍ରକ୍ ଆସୋସିଏସନ୍ ସଭାପତି ବିଜୟ  କୁମାର ପଣ୍ଡାଙ୍କ  ସମେତ ବାରଙ୍ଗ ଅଞ୍ଚଳର ସମସ୍ତ ପୂଜା ମଣ୍ଡପ କର୍ମକର୍ତାମାନେ ଯୋଗଦେଇଥିଲେ।

- Advertisement -

Leave A Reply

Your email address will not be published.