ଆଜିର ରାଶିଫଳ

ଅକ୍ଟୋବର ମାସ ୧୯ ତାରିଖ ୨୦୨୬ ମସିହା (ସୋମବାର)ଆଶ୍ୱିନମାସ- ଶୁକ୍ଳପକ୍ଷ,ତିଥି- ଅଷ୍ଟମୀ ଦିବା ଘ୧୦/୪୪ ଗତେ ନବମୀ,ସୂର୍ୟୋଦୟ- ପ୍ରାତଃ ଘ୦୫/୪୭/୦୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୮ /୨୨,ଯୋଗିନୀ ଐଶ।ନ୍ୟେ ଦିବା ଘ୧୦/୪୪ ଗତେ ପୂର୍ବେ,ସିଂହରାଶିର ଘାତଚନ୍ଦ୍ର,ମିଥୁନ ରାଶିର ଘାତବାର,ନବମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତେ ଦିବା ଘ୦୮/୨୪ ମଧ୍ୟେ ଏକପାଦ ପୁଷ୍କର ଦୋଷ,କାଳବେଳା-ଦିବା ଘ୦୭/୧୨ ଗତେ ଘ୦୮/୪୦ ମଧ୍ୟେ,ବାରବେଳା – ଦିବା ଘ୦୧/୨୨ ଗତେ ଘ୦୩/୫୦ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୧୧ମଧ୍ୟେ ଓ ଘ୦୮/୫୬ ଗତେ ଘ୧୧/୨୨ ମଧ୍ୟେ ଓ ରାତ୍ରି ଘ୦୭/୪୦ ଗତେ ଘ୧୦/୫୪ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ନ।ସ୍ତି,ଅଦ୍ୟ ନଡ଼ିଆ ଦିବା ଘ୧୦/୪୪ ଗତେ ଲାଉ ଭକ୍ଷଣ ନିଷେଧ।
ମେଷ :-ଆଜି ଆପଣଙ୍କର ଆକସ୍ମିକ ଧନ ଲାଭ ଯୋଗ ରହିଛି। ସାହାଯ୍ୟର ହାତବଢାଇବା ପାଇଁ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ
ବୃଷ:-ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟ ମାନଙ୍କର ନିର୍ଣ୍ଣୟ ଠାରୁ ଅଧିକ ଗୁରୁତ୍ତ୍ୱ ହେବ ।
ମିଥୁନ :-ଆଜି ଆପଣଙ୍କ ଆତ୍ମିୟମାନେ ଆପଣଙ୍କୁ ସାହାଯ୍ୟ କରିବେ । ସେମାନଙ୍କ ଛୋଟ ଛୋଟ ଚ଼େଷ୍ଟା ଆପଣଙ୍କ ମନକୁ ଛୁଇଁଯିବ । ସେମାନଙ୍କ ସାହାଯ୍ୟ ଏବଂ ଭଲ ପାଇବା ଯୋଗୁଁ ଆପଣ ସେମାନଙ୍କୁ କୃତଜ୍ଞତା ଜଣାଇବେ ।
କର୍କଟ : ଆଜି ଆପଣ କୌଣସି ସମସ୍ୟାରେ ପଡିଛନ୍ତି ,ସେଥିପାଇଁ ଆପଣଙ୍କୁ ମିଳୁଥିବା ସାହାଯ୍ୟ ଆପଣଙ୍କୁ ସମସ୍ୟାରୁ ମୁକୁଳିବାର ବାଟ ସାହାଯ୍ୟ କରିବ । ଆପଣ ଏହାଦ୍ୱାରା ଜାଣି ଖୁସି ହେବେ ଯେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର ପୁତ୍ରମାନେ ଆଗେଇ ଆସିବେ ।
ସିଂହ:-ଆଜି ଧନଲାଭ ହେବା ସହ ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ନିଜର ଚ଼େଷ୍ଟା ଏବଂ ସ୍ନେହ ବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ । ଆପଣ ସେମାନଙ୍କ ସ୍ନେହ ପାଇଁ ବହୁତ ଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେ କରିବେ ।
କନ୍ୟା:-ଆପଣ ଯେଉଁ ଲୋକଙ୍କ ସହିତ ଚ଼ାଲୁଛନ୍ତି ସେହି ଆପଣଙ୍କର କଳିକଜିଆ ଶେଷ କରି ପାରିବ । କୌଣସି ଘରୋଇ କଳିକଜିଆ ଯେଉଁଟା କି ଆପଣଙ୍କର ଅଶାନ୍ତିର କାରଣ ହୋଇଥିଲା, ସମସ୍ତଙ୍କର ଅଶାନ୍ତିର କାରଣ ହୋଇଥିଲା, ଏବେ ଶେଷ ହୋଇଯିବ ।
ତୁଳା:- ଆଜି ଆପଣଙ୍କ ମନ କରିବ ଯେ ,ଆପଣ ଆପଣଙ୍କ ସବୁ କାମ ଏକ ପାର୍ଶ୍ୱରେ ରଖି ନିଜ ପରିବାର ଓ ବନ୍ଧୁମାନଙ୍କ ସହ ଭଲ ସମୟ ବ୍ୟତିତ କରନ୍ତୁ । ନିଜ ପସନ୍ଦର ଖାଦ୍ୟ ଓ ପୁରାତନ ଘନିଷ୍ଠ ବନ୍ଧୁମାନଙ୍କ ସହ ମିଳାମିସା କରିବାର ସୁଯୋଗ ମିଳିବ।
ବିଛା:-ଆପଣ ଏ ପରିସ୍ଥିତିରେ ଅଛନ୍ତି ଯେ ଆପଣଙ୍କୁ ଅନେକ ଅଧିକାର ଓ କ୍ଷମତା ମିଳିବ । ଏଥିରେ ଆପଣଙ୍କୁ ବହୁତ ଆନନ୍ଦ ମିଳିବ କିନ୍ତୁ ଏହା ଧ୍ୟାନ ରଖିବା ଉଚ଼ିତ୍ ଯେ ଏହି ଅଧିକାର ସହିତ ଆପଣଙ୍କୁ ଅତିରିକ୍ତ ଦାୟୀତ୍ତ୍ୱ ମଧ୍ୟ ମିଳିବ ।
ଧନୁ:-ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି ।
ମକର : -ଏହି ସମୟ ନିଜ ସାଙ୍ଗ ସାଙ୍ଗରେ କୌଣସି କଳି କଜିଆରେ ପଡ଼ନ୍ତୁ ନାହିଁ । ବୋଧ ହୁଏ ସମସ୍ତେ ଚ଼ିନ୍ତାର ସମ୍ମୁଖୀନ ହୋଇଛନ୍ତି, ଯାହାର କାରଣ ଚ଼ିନ୍ତାର ପରିବେଶ ସୃଷ୍ଟି ହୋଇଛି ।ପ୍ରତିକ୍ଷେତ୍ରରେ ସତର୍କ ରହି କାର୍ଯକରିବା ବୁଦ୍ଧିମାନର କାର୍ଯହେବ।
କୁମ୍ଭ :-ଅନ୍ୟ ଲୋକ ଆପଣଙ୍କ ଦୟାକୁ ଭୂଲ ବାଟରେ ନେବା ପାଇଁ ଚ଼େଷ୍ଟା କରିବେ । ମନେରଖ ଜୀବନରେ ପ୍ରତ୍ୟେକ ଜିନିଷର ସନ୍ତୁଳିତ ହେବା ଆବଶ୍ୟକ ଅଟେ ଏଥିପାଇଁ ଆବଶ୍ୟକତା ଠାରୁ ଅଧିକ ଦୟା କରିବା ମଧ୍ୟ ଠିକ୍ ନୁହେଁ ।
ମୀନ:-ଆପଣଙ୍କର କୌଣସି ପ୍ରିୟଜନ ସହିତ ସମ୍ପର୍କ ଖରାପ ହୋଇଯାଇଛି । ଏହି ସମୟ ଆପଣ ନିଜ କ୍ରୋଧକୁ ଆୟତ୍ତରେ ରଖିବାର ସମୟ ଅଟେ । ଆପଣ ଏହି ସମୟରେ ପୁରୁଣା ମିଠାସ୍ମୃତିକୁ ମନେପକାଇ ପରଷ୍ପରକୁ ଗୁରୁତ୍ତ୍ୱ ଦେବା ଉଚ଼ିତ୍ ହେବ ।
ଆଜି ନବରାତ୍ରର ଶେଷଦିନର ମା ସିଦ୍ଧିଦାତ୍ରୀ
ସିଦ୍ଧିଦାତ୍ରୀ ମା ଦୁର୍ଗାଙ୍କର ନବମ ଶକ୍ତି।ମାର୍କଣ୍ଡେୟ ପୁରାଣରେ ଯେଉଁ ଅଷ୍ଟ ସିଦ୍ଧିର ବର୍ଣ୍ଣନା ଅଛି। ତାହା ହେଉଛି ଅଣିମା,ମହିମା,ଗରିମା,ଲଘିମା,ପ୍ରାପ୍ତି , ପ୍ରକାମ୍ୟ,ଇଶିତ୍ ଓ ବଶିତ୍ଵ। ତେବେ ବ୍ରହ୍ମବୈବର୍ତ୍ତ ପୁରାଣରେ ଏହି ସିଦ୍ଧିର ସଂଖ୍ୟା ୧୮ବୋଲି ବର୍ଣ୍ଣିତ ଅଛି। ଏହି ସକଳସିଦ୍ଧିର ଅଧିକର୍ତ୍ତ୍ରୀ ଓ ଦାତ୍ରୀ ଦେବୀ ସିଦ୍ଧିଦାତ୍ରୀ
ଦେବୀ ପୁରାଣ ଅନୁସାରେ ଭଗବାନ ଶିବ ଏହାଙ୍କର କୃପାରେ ହିଁ ସକଳ ସିଦ୍ଧି ପ୍ରାପ୍ତ ହୁଅନ୍ତି।ଦେବୀଙ୍କର ଅନୁକମ୍ପା ଫଳରେ ଶିବଙ୍କର ଅର୍ଦ୍ଧାଙ୍ଗ ଦେବୀଙ୍କର ହୋଇଥିଲା। ଏବଂ ଶିବ ଅର୍ଦ୍ଧନାରିଶ୍ୱର ଭାବରେ ପ୍ରସିଦ୍ଧ ହୋଇଥିଲେ।
ଏହି ଦେବୀ ନବରାତ୍ରୀର ନବମ ତଥା ଶେଷ ଦିନର ଉପାସ୍ୟା। ସେ ଉଭୟ ସିଂହବାହନା ଓ ପଦ୍ମାସନ ରୂପରେ ପରିଲକ୍ଷିତ ହୁଅନ୍ତି। ଏହି ଦେବୀଚତୁର୍ଭୁଜା। ତାଙ୍କର ଦକ୍ଷିଣ ଦୁଇ ହସ୍ତରେ ଚକ୍ର ଓ ଗଦା ଏବଂ ବାମ ଦୁଇ ହସ୍ତରେ ଶଙ୍ଖ ଓ ପଦ୍ମ ଶୋଭାପାଏ। ତାହାଙ୍କର ପୂଜା କଲେ ଭକ୍ତ ଓ ସାଧକ ସିଦ୍ଧିର ଅଧିକାରୀ ହୁଅନ୍ତି। ସଂସାରର କିଛିବି ତାଙ୍କ ପାଇଁ ଅଗମ୍ୟ ହୋଇ ରହେ ନାହିଁ। ସେ ବ୍ରହ୍ମାଣ୍ଡ ବିଜୟର କ୍ଷମତା ଲାଭ କରନ୍ତି।
ଏହିପରି ଭାବରେ ନବରାତ୍ରୀରେ ନବ ଦୁର୍ଗାଙ୍କର ଉପାସନା ଭକ୍ତ ଓ ସାଧକଙ୍କୁ କୃତାର୍ଥ କରିଥାଏ।ମାଦୁର୍ଗା ଆପଣଙ୍କର ଚଲାପଥ କୁସୁମିତ କରନ୍ତୁ ସତ୍ୟ ସନ୍ଧାନ ପରିବାର ତରଫରୁ ମାଙ୍କ ଚରଣରେ ପ୍ରାର୍ଥନା – ଜୟ ମା ଦୁର୍ଗେ

- Advertisement -

Leave A Reply

Your email address will not be published.