ଆଜିର ରାଶିଫଳ

ସେପ୍ଟେମ୍ବର ମାସ ୨୭ ତାରିଖ ୨୦୨୬ ମସିହା (ରବିବାର)ଆଶ୍ୱିନମାସ- କୃଷ୍ଣପକ୍ଷ,ତିଥି- ପ୍ରତିପଦ ରାତ୍ରି ଘ୦୮/୫୫ ଗତେ ଦ୍ୱିତୀୟା,ନକ୍ଷତ୍ର- ଉତ୍ତରଭ।ଦ୍ର ଦିବା ଘ୧୧/୪୨ ଗତେ ରେବତୀ,ସୂର୍ୟୋଦୟ- ପ୍ରାତଃ ଘ୦୫/୪୦/୪୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୬/୩୧, ଯୋଗିନୀ ପୂର୍ବେ ରାତ୍ରି ଘ୦୮/୫୫ ଗତେ ଉତ୍ତରେ,ଧନୁ ରାଶିର ଘାତଚନ୍ଦ୍ର,ମେଷ ରାଶି ର ଘାତବାର,ପ୍ରତିପଦ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୄତେ ଏକପାଦ ଓ ରାତ୍ରି ଘ୦୮/୫୫ ଗତେ ଦ୍ଵୀପାଦ ପୁଷ୍କରଦୋଷ, କାଳବେଳା ଓ ବାରବେଳା – ଦିବା ଘ୧୦/୧୧ ଗତେ ଘ୦୧/୧୨ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୨୭ ଗତେ ଘ୦୮/୫୩ ମଧ୍ୟେ ଓ ଘ୦୧/୧୩ ଗତେ ଘ୦୩/୧୭ ମଧ୍ୟେ ରାତ୍ରି ଘ୦୮/୦୧ଗତେ ଘ୦୯/୩୪ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୪/୦୪ଗତେ ଘ୦୪/୫୪ ମଧ୍ୟେ,ଅଦ୍ୟ ପାଣିକଖାରୁ ଭକ୍ଷଣ ନିଷେଧ।
ମେଷ:-ବହୁଦିନର ଆଶା ଫଳବତୀ ହୋଇପାରେ। ଆପଣଙ୍କ ଉପରେ ଜନସାଧାରଣଙ୍କର ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। କଳ୍ପନା ବିଳାସୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବ। ପାରିବାରିକ ସୁଖ ମିଳିବ। ଆୟ ବୃଦ୍ଧି ହେବ।
ବୃଷ:-କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ଉଚ୍ଚ ଆଶା ଫଳବତୀ ହେବ। ଉତ୍ତମ ପରାମର୍ଶ ମିଳିବ। ଧର୍ମ-ଧାରଣା ରେ ବ୍ରତୀ ହେବେ। ମନସ୍କାମନା ପୂରଣ ହେବ। ସତ୍‌ସଙ୍ଗୀ ହେବେ। ଅର୍ଥ ମିଳିବ। ସଙ୍ଗଠକ ହେବେ।
ମିଥୁନ:-ରୋଜଗାର ବୃଦ୍ଧି ହୋଇ ପାରେ। ଧୈର୍ଯ୍ୟ ଧରି ପାରିଲେ ସୁଫଳ ମିଳିବ।ଅଧିକ ଦାୟିତ୍ବ ବହନ କରିପାରନ୍ତି।କାର୍ଯ୍ୟରେ ବାଧା ଉପୁଜି ପାରେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। କର୍ମକ୍ଷେତ୍ରରେ ପ୍ରତି ବନ୍ଧକ ଦେଖା ଦେଇପାରେ।
କର୍କଟ:-ଜମି-ଜମା ବାବଦ ବିବାଦ ବୃଦ୍ଧି ହୋଇପାରେ; ମାତ୍ର ଅବଶେଷରେ ବିଜୟୀ ହେବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। କୌଶଳରେ କାର୍ଯ୍ୟ ହାସଲ କରିବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ପ୍ରୀତି ଲାଭ ହେବ।
ସିଂହ:-କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଧର୍ମ-କର୍ମ ସଂପାଦନ କରି ପାରନ୍ତି।କର୍ମ କୁଶଳତା ପ୍ରକାଶ ପାଇବ। କର୍ମକ୍ଷେତ୍ରରେ ବିଜୟୀ ହେବେ।ସାମାଜିକ କ୍ଷେତ୍ରରେ କିଛିଟା ଉନ୍ନତି ସାଧନ ହୋଇପାରେ। ଦେବଦର୍ଶନ ଯୋଗରହିଛି ।
କନ୍ୟା:-ଯୋଗାଯୋଗରେ ପ୍ରଗତି ଘଟିବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧିପାଇବ। ଯାତ୍ରାସମୟରେ ସତର୍କରେ ଚଳିବାକୁ ପଡ଼ିବ। ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁୁଛି। ବହୁବିଧ ଧନ ଓ ଉତ୍ତମ ଗୁଣର ଆଧାର ହେବେ।
ତୁଳା:-କାର୍ଯ୍ୟରେ ଅବହେଳା କଲେ ଧନକ୍ଷୟ ହେବାର ସମ୍ଭାବନା ଅଛି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ମିଥ୍ୟା ଅଭିଯୋଗ ପାଇଁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସ୍ୱାଭିମାନୀ ହେବେ।
ବିଛା:-ବନ୍ଧୁଙ୍କ ସାହାଯ୍ୟ ପାଇ ଉତ୍‍ଫୁଲ୍ଲିତ ହୋଇପାରନ୍ତି। ଯଶସ୍ୱୀ ହେବେ। ଭାଗ୍ୟବାନ ହେବେ। ବିନୀତ ସ୍ୱଭାବର ହୋଇପାରନ୍ତି। କର୍ମକ୍ଷେତ୍ର ରେ ପ୍ରଭାବ ବିସ୍ତାର କରିବେ। ଶତ୍ରୁ ବିନାଶ କରିବାରେ ସକ୍ଷମ ହେବେ।
ଧନୁ:-ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ। ଦୀର୍ଘଦିନର ଆଶା ପୂର୍ଣ୍ଣ ହେବ। ଠାକୁରଙ୍କୁ ଦର୍ଶନ କରିବାରେ ସୁଯୋଗ ଅଛି। ବସ୍ତ୍ର-ଭୂଷଣ ଲାଭ ହେବ। କର୍ମତତ୍ପରତା ପ୍ରକାଶ ପାଇବ। ବ୍ୟବସାୟ ଲାଭଜନକ ହେବ।
ମକର:-ସଫଳତାର ନିକଟବର୍ତ୍ତୀ ହେବେ। ପରଚର୍ଚ୍ଚା ଆପଣଙ୍କ ପାଇଁ ଶୁଭଙ୍କରନୁହେଁ। ଭ୍ରମଣ ଯୋଗ ଅଛି। ମାନ୍ୟତାପ୍ରାପ୍ତ ହୋଇପାରନ୍ତି।ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ।ସର୍ବାଙ୍ଗୀନ ଉନ୍ନତିନେଇ ବଦ୍ଧ ପରିକର ହୋଇପାରନ୍ତି।
କୁମ୍ଭ:-କେତେକ କ୍ଷେତ୍ରରେ ନିରବଦ୍ରଷ୍ଟା ସାଜିପାରନ୍ତି। ଭୟ ଓ ଆଶଙ୍କା ଲାଗି ରହି ଥିଲେ ବି ବହୁ ଶୁଭ ଫଳ ଆଶା କରାଯାଏ।ଖଳଲୋକଙ୍କୁ ଚିହ୍ନଟକରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି।ଉଦାର ଓ ଦାନଶୀଳ ହେବେ।
ମୀନ:-ଏପରି କାର୍ଯ୍ୟ ନକରନ୍ତୁ; ଯୋଉଁ ଥିରେ କି ନିଜ ସୁନାମର ଆଞ୍ଚ ଆସିବ।ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ।ସୁସ୍ଥ ଓ ନିରାମୟ ରହିବେ।ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ।ପଦୋନ୍ନତି ମିଳିପାରେ।

🌿 ଦୀର୍ଘ ସମୟ ପର୍ଯ୍ୟନ୍ତ ସୁସ୍ଥ ଓ ଯୁବା ରହିବାର ସହଜ ଉପାୟ 🌿
​ଦୈନନ୍ଦିନ ଜୀବନର କିଛି ଛୋଟ ଛୋଟ ଅଭ୍ୟାସ ଆମ ଶରୀରକୁ ସବୁବେଳେ ସୁସ୍ଥ, ନିରୋଗ ଏବଂ ଚଳଚଞ୍ଚଳ ରଖିବାରେ ସାହାଯ୍ୟ କରେ। ଆସନ୍ତୁ ଜାଣିବା ଏପରି କିଛି ସହଜ ଓ ଉପକାରୀ ଘରୋଇ ଟିପ୍ସ:
​🚽 ଖାଇବାର ୩୦ ମିନିଟ୍ ମଧ୍ୟରେ ପରିସ୍ରା କରନ୍ତୁ: ଏହା ଦ୍ୱାରା କିଡନୀରେ ପଥୁରୀ (Kidney Stone) ହେବାର ଆଶଙ୍କା ଦୂର ହୁଏ।
​🍃 ଅଧିକ ଗରମ ଅନୁଭବ ହେଉଛି କି? ବେଲ ପତ୍ରର ରସ ବା ବେଲ ସର୍ବତ ପିଅନ୍ତୁ, ଏହା ଶରୀରକୁ ପ୍ରାକୃତିକ ଭାବେ ଥଣ୍ଡା ରଖେ।
​🥗 ଅତ୍ୟଧିକ ଝାଳ ବାହାରୁଛି କି? ଖାଦ୍ୟରେ ପ୍ରଚୁର ପରିମାଣରେ ସବୁଜ ପନିପରିବା ସାମିଲ କରନ୍ତୁ।
​❤️ ଗାଧୋଇବା ପରେ ୧ ଗ୍ଲାସ ପାଣି ପିଅନ୍ତୁ: ଏହା ରକ୍ତଚାପ (Blood Pressure) ନିୟନ୍ତ୍ରଣ କରିବାରେ ବେଶ୍ ସହାୟକ ହୋଇଥାଏ।
​🦷 ଫିଟିକିରି ପାଣିରେ କୁଳି କରନ୍ତୁ: ଦାନ୍ତ ଓ ମାଢ଼ିକୁ ମଜବୁତ ରଖିବା ସହ ମୁହଁର ଦୁର୍ଗନ୍ଧ ଦୂର କରିବାରେ ଏହା ଲାଭଦାୟକ।
​🥛 ଏସିଡିଟି (Acidity) ସମସ୍ୟା ଅଛି କି? ତୁରନ୍ତ ଉପଶମ ପାଇଁ ଥଣ୍ଡା କ୍ଷୀର ପିଅନ୍ତୁ।
​🧆 ହାତ-ଗୋଡ଼ ଝିମ୍-ଝିମ୍ ହେଉଛି କି? ଖାଦ୍ୟରେ ଭିଜା ବା ସିଝା ଚଣା (ବୁଟ) ସେବନ କରନ୍ତୁ, ଏହା ଶରୀରକୁ ଶକ୍ତି ଦିଏ।
​🌾 ଶରୀରରେ ଜଳାପୋଡ଼ା ଅନୁଭବ ହେଉଛି କି? ପାନମଧୁରୀ ବ୍ୟବହାର କରନ୍ତୁ ବା ପାନମଧୁରୀ ଭିଜା ପାଣି ପିଅନ୍ତୁ।
​

- Advertisement -

Leave A Reply

Your email address will not be published.