ଭୁବନେଶ୍ୱର, ୬।୧୦(ଏସଏସନିଉଜ)ରାଜ୍ୟ ସରକାର ଓଏଏସ୍ ଅଧିକାରୀ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି।ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।ଏହି ଆଧାରରେ କଟକ ଆର୍ଡିସି କାର୍ଯ୍ୟାଳୟରେ ବନ୍ଦୋବସ୍ତ ଓ ଚକବନ୍ଦୀ ଅତିରିକ୍ତ ଆୟୁକ୍ତ ଶୁଭାଶିଷ ମାନସିଂହଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ଶାସନ ସଚିବ,ବିବେକାନନ୍ଦ ସାହୁଙ୍କୁ ଭୁବନେଶ୍ୱରସ୍ଥିତ ରାଜସ୍ୱ ପର୍ଷଦ ସଦସ୍ୟଙ୍କ ଅଧୀନ ଅତିରିକ୍ତ ରିଭିଜନାଲ୍ କୋର୍ଟର ଅତିରିକ୍ତ ଆୟୁକ୍ତ,ବାସୁଦେବ ନାୟକଙ୍କୁ କଟକ ଆର୍ଡିସି କାର୍ଯ୍ୟାଳୟର ବନ୍ଦୋବସ୍ତ ଓ ଚକବନ୍ଦୀ ଅତିରିକ୍ତ ଆୟୁକ୍ତ, ପ୍ରତାପ ପ୍ରୀତିମୟଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ଶାସନ ସଚିବ, ଆଶୁତୋଷ ସାମଲଙ୍କୁ ଓଡ଼ିଶା ମାନବାଧିକାର ଆୟୋଗର ସଚିବ, ସରୋଜ କୁମାର ସ୍ୱାଇଁଙ୍କୁ କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)ର ସଚିବ ଏବଂ ମାୟାଧର ବେହେରାଙ୍କୁ ଅନୁଗୋଳର ଅତିରିକ୍ତ ଜିଲ୍ଲାପାଳ, ଅଶୋକ କୁମାର ଦାସଙ୍କୁ ଉଚ୍ଚଶିକ୍ଷା ବିଭାଗ, ଉମାକାନ୍ତ ପରିଡ଼ାଙ୍କୁ ପର୍ଯ୍ୟଟନ ବିଭାଗ, ଅନୁପ ପଣ୍ଡାଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପସଚିବ,ପରୀକ୍ଷିତ ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଉପସଚିବ, ରଶ୍ମିରଞ୍ଜନ ମହାନ୍ତଙ୍କୁ ଦେବଗଡ଼ ଉପଜିଲ୍ଲାପାଳ, ପ୍ରଭାତ କୁମାର ପରିଡ଼ାଙ୍କୁ ପାନପୋଷ ଉପଜିଲ୍ଲାପାଳ, କିଶୋର କୁମାର ପଣ୍ଡାଙ୍କୁ ନୟାଗଡ଼ ଉପଜିଲ୍ଲାପାଳ,ଚନ୍ଦ୍ରକାନ୍ତ ମଲ୍ଲିକଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଉପସଚିବ, ଯଦୁମଣି ନାଏକଙ୍କୁ ବୌଦ୍ଧ ଜିଲ୍ଲା ପରିଷଦର ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଆଶିଷ ରଞ୍ଜନ ସାହୁଙ୍କୁ ଅନୁଗୋଳ ଉପଜିଲ୍ଲାପାଳ, ପ୍ରେମଲାଲ ହିଆଲଙ୍କୁ ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ୍ ସିଲେକ୍ସନ କମିଶନର ଉପସଚିବ, ପ୍ରଣୟ ରଞ୍ଜନ ବେହେରାଙ୍କୁ ବାରିପଦା ଆଇଟିଡିଏର ପ୍ରକଳ୍ପ ପ୍ରଶାସକ, ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କୁ ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ ଆୟୁକ୍ତ, ବିଏମ୍ସିରେ ଅତିରିକ୍ତ ଆୟୁକ୍ତ ଥିବା କୈଳାଶ ଚନ୍ଦ୍ର ଦାସଙ୍କୁ ଖୋର୍ଦ୍ଧାର ଅତିରିକ୍ତ ଜିଲ୍ଲାପାଳ , ବିଏମ୍ସିର ସରକାରୀ ଅଧିକାରୀ ତାଲିକାରେ କୈଳାଶ ଚନ୍ଦ୍ର ଦାସ ଅତିରିକ୍ତ ଆୟୁକ୍ତ ଭାବେ ଉଲ୍ଲେଖ ରହିଥିଲା। ଡମ୍ବରୁଧର ମଲ୍ଲିକଙ୍କୁ ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ, ବିଜୟାନନ୍ଦ ସେଠୀଙ୍କୁ ଓଡ଼ିଶା ସେତୁ ନିର୍ମାଣ ନିଗମର ସାଧାରଣ ପ୍ରବନ୍ଧକ, ରାଜୀବ କୁମାର ବେହେରାଙ୍କୁ ଉଦଳା ଉପଜିଲ୍ଲାପାଳ, ଡି.ଏସ୍. ଶୁଭଦର୍ଶୀ ଯୋଶୀଙ୍କୁ ଚମ୍ପୁଆ ଉପଜିଲ୍ଲାପାଳ, ସ୍ୱାଗତ ଦାସଙ୍କୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଉପାୟୁକ୍ତ ଭାବେ ଦାୟିତ୍ୱ ଦିଆଯାଇଛି।
