ପୁଣି ଗୋଟିଏ ବାହାନା!

ଚାଲିଗଲା ଘଡ଼ିଆଳ ଜୀବନ...

ଭୁବନେଶ୍ୱର, ୬|୧୦(ଏସଏସନିଉଜ) ନନ୍ଦନକାନନରେ ପୁଣି ଏକ ଘଡ଼ିଆଳ କୁମ୍ଭୀର ଛୁଆର ମୃତ୍ୟୁ ହୋଇଛି। କର୍ତ୍ତୃପକ୍ଷ ଏହି ମୃତ୍ୟୁ ‘ଭିସେରାଲ୍ ଗାଉଟ୍’ ଯୋଗୁଁ ହୋଇଛି, ଯାହା ଫଳରେ ‘ହେମୋପେରିକାର୍ଡିୟମ୍’ ସୃଷ୍ଟି ହୋଇଥିଲା ଅର୍ଥାତ୍ ବୃକ୍‌କ ବିଫଳତା ବୋଲି କୁହାଯାଇଛି। ପ୍ରାଣୀବିଶେଷଜ୍ଞ ଙ୍କ ମତରେ, ଭିସେରାଲ ଗାଉଟ୍ ହଠାତ୍ ହେଉଥିବା ରୋଗ ନୁହେଁ। ଏହା ଦୀର୍ଘଦିନ ଧରି ବୃକକ୍ ବିଫଳତା । ନିର୍ଜଳନ ଏବଂ ଖାଦ୍ୟ-ପାଣି ପରିଚାଳନାରେ ତ୍ରୁଟି ଯୋଗୁଁ ହୋଇଥାଏ। ତେବେ ପ୍ରଶ୍ନ ଉଠୁଛି, ଏତେ ଦିନ ଧରି ବୃକକ୍ ଖରାପ ହେଉଥିଲେ ବି ପ୍ରାଣୀ ଉଦ୍ୟାନରେ ୬ ଜଣ ଡାକ୍ତର ଥିଲେ ବି ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି କିନ୍ତୁ ଏହା କିପରି ଜାଣିପାରୁନାହାନ୍ତି। ସରୀସୃପ ବର୍ଗରେ ଭିସେରାଲ୍ ଗାଉଟ୍ ହେବାର ମୁଖ୍ୟ କାରଣ ହେଉଛି, ଡିହାଇଡ୍ରେସନ୍ (ପାଣି ଅଭାବ) ବା ଜଳର ଅମ୍ଳ-କ୍ଷାର ମାତ୍ରା ଠିକ୍ ନ ରହିବା , ଭୁଲ୍ ଖାଦ୍ୟ ପରିମାଣ ଓ ପ୍ରୋଟିନ୍ ଅଧିକ ହେବା ଏବଂ ଦୀର୍ଘ ଦିନ ଧରି ଚିକିତ୍ସାରେ ଅବହେଳାବୋଲି ପ୍ରାଣୀ ବିଶେଷଜ୍ଞଙ୍କ ମତ ଦିଅନ୍ତି ତେବେ ସାଧାରଣରେ ପ୍ରଶ୍ନ ଉଠେ , ଯଦି ବାରମ୍ବାର ବୃକ୍‌କ ବିଫଳତାରୁ ଘଡ଼ିଆଳ ମରୁଛନ୍ତି, ତେବେ କ୍ୟୁରେଟର ଓ ଜନ୍ତୁ ବିଭାଗ,ଡାକ୍ତର ଏତେ ଦିନ ଧରି କ’ଣ କରୁଥିଲେ? ଜଳ ପରୀକ୍ଷା ରିପୋର୍ଟ ହୋଇନଥିଲା କି ? ଖାଦ୍ୟ ଚାର୍ଟ ଠିକ୍ ନଥିଲା କି ? ଗୋଟିଏ ପରେ ଗୋଟିଏ ମୃତ୍ୟୁ ପରେ ବି ପ୍ରୋଟୋକଲ ସୁଧୁରିଲା ନାହିଁ କାହିଁକି?
ଅଭିଯୋଗ ହେଉଛି, ପ୍ରତ୍ୟେକ ଥର ଭିସେରାଲ୍ ଗାଉଟ୍ ଭଳି ବୈଜ୍ଞାନିକ ଶବ୍ଦ ପଛରେ ପରିଚାଳନାଗତ ତ୍ରୁଟିକୁ ଲୁଚାଇ ଦିଆଯାଉଛି। ଏହା ଏକ ସହଜ ବାହାନା ପାଲଟିଛି ବୋଲି ଚର୍ଚ୍ଚା ଏବେ ଜୋର ଧରିଛି।
ଉଲ୍ଲେଖଯୋଗ୍ୟଯେ , ଏହା ପୂର୍ବରୁ ଜାନୁଆରୀ ଶେଷ ସପ୍ତାହରେ ମଧ୍ୟ ନନ୍ଦନକାନନରେ ୫ଟି ବଉଳା କୁମ୍ଭୀରଙ୍କ ମୃତ୍ୟୁ ହୋଇଥିଲା, ଯାହାର କାରଣ ଦୁର୍ବଳତା ବୋଲି କୁହାଯାଇଥିଲା।ସେହିପରି ସେପ୍ଟେମ୍ୱର ୨୪ ତାରିଖରେ ଏକ ତିନି ମାସର ଘଡିଆଳ କୁମ୍ଭୀରର ମୃତ୍ୟୁ ହୋଇଥିବା ବେଳେ ପୁଣି ସୋମବାର ଆଉ ଗୋଟେ ଏକ ବର୍ଷିୟ ମାଇ ଘଡିଆଳ କମ୍ଭୀରର ମୃତ୍ୟୁ ହୋଇଛି ।
ସବୁଠୁ ବଡ଼ କଥା ହେଲା, ଘଡ଼ିଆଳ କୁମ୍ଭୀର ଆନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘ(ଆଇୟୁସିଏନ)ର ଲାଲ ତାଲିକାରେ ଅତ୍ୟନ୍ତ ବିପଦାପନ୍ନ ପ୍ରଜାତି। ଓଡ଼ିଶାର ସତକୋଶିଆ ଏହାର ଶେଷ ଆଶ୍ରୟ। ଏଭଳି ପ୍ରଜାତିର ବାରମ୍ବାର ମୃତ୍ୟୁ ହେଉଥିବା ବେଳେ କେବଳ ବ୍ୟବଚ୍ଛେଦ ରିପୋର୍ଟରେ ରୋଗର ନାଁ ଲେଖିଦେଲେ ଦାୟିତ୍ୱ ସରିଯିବ କି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

- Advertisement -

Leave A Reply

Your email address will not be published.