ଆଜିର ରାଶିଫଳ

ଅକ୍ଟୋବର ମାସ ୧୩ ତାରିଖ ୨୦୨୬ ମସିହା (ମଙ୍ଗଳବାର)ଆଶ୍ୱିନମାସ- ଶୁକ୍ଳପକ୍ଷ,ତିଥି- ତୃତୀୟା ରାତ୍ରି ଘ୧୧/୦୯ ଗତେ ଚତୁର୍ଥୀ,ନକ୍ଷତ୍ର- ବିଶାଖା ରାତ୍ରି ଘ୦୨/୧୦ ଗତେ ଅନୁରାଧା,ସୂର୍ୟୋଦୟ- ପ୍ରାତଃ ଘ୦୫/୪୫/ ୨୩,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୨୩/୦୯,ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ୧୧/୦୯ ଗତେ ନୈରୁତକୋଣେ,ମକର ରାଶିର ଘାତବାର,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ମୃତେ ଦ୍ଵିପାଦ ରାତ୍ରି ଘ୦୨/୧୦ ଗତେ ଏକପାଦ ପୁଷ୍କର ଦୋଷ,କାଳବେଳା -ଦିବା ଘ୧୨/୫୯ ଗତେ ଘ୦୨/୨୮ ମଧ୍ୟେ,ବାରବେଳା – ଦିବା ଘ୦୭/୧୦ ଗତେ ଘ୦୮/୪୦ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୩୨ ମଧ୍ୟେ ଓ ଘ୦୮/୪୧ ଗତେ ଘ୧୧/୨୦ ମଧ୍ୟେ ଓ ରାତ୍ରି ଘ୦୭/୪୯ ଗତେ ଘ୦୮/୩୫ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୦୬/୪୯ ଗତେ ଘ୦୭/୪୫ ମଧ୍ୟେ,ଅଦ୍ୟ ପୋଟଳ ଭକ୍ଷଣ ନିଷେଧ।
ମେଷ:-ଆଜି ଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ। ପୂଜାର୍ଚନା ପାଇଁ ଅନୁକୁଳ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ବିଦେଶ ଯିବା ଲୋକ ଶୁଭ ଖବର ପାଇବେ।
ବୃଷ:-ଆଜି ନିଜେ ଜୀବନରେ କିଛି କରିବା ପାଇଁ ମନରେ ନୂଆ ନୂଆ ଚିନ୍ତା ଉତ୍ପନ୍ନ ହେବ।ନେତାଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ ଜୀବନ ଶାନ୍ତିମୟ ହେବ।
ମିଥୁନ:-ଆଜି ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।କିଛି ନୂଆ ଅନୁଭବ କରି‌େବ। ପଇସା ଯେମିତି ଆସିବ; ସେମିତି ଖର୍ଚ୍ଚ ହୋଇଯିବ। ଅଫିସ୍‌ରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।
କର୍କଟ:-ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବିଦେଶରେ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସ˚କେତ ମିଳିପାରେ। ହୋଟେଲ ଓ ଖୁଦ୍ର ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ।
ସି˚ହ:-ଆଜି ଶୁଭଗ୍ରହ ଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିଛି। ସଫଳତାର ଶିଖର ଆଡ଼କୁ ଅଗ୍ରସର ହେବେ। ଆୟ ବୃଦ୍ଧି ହେବ। ବନ୍ଧୁବାନ୍ଧବଙ୍କ ସହିତ ଖୁସି ବାଣ୍ଟିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ସ୍ବାସ୍ଥ୍ୟ ପ୍ରତି ଟିକେ ଧୢାନ ଦିଅନ୍ତୁ।
କନ୍ୟା:-ଆଜି ନିଜର ମିଷ୍ଟ ବ୍ୟବହାରରେ ସବୁ କାମ କରିନେବେ। ପ୍ରବନ୍ଧକର୍ତ୍ତା ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦେବେ। ନୂଆ ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। କଳାକାରଙ୍କୁ କାର୍ଯ୍ୟକ୍ରମର ଅନୁବନ୍ଧ ମିଳିବ।
ତୁଳା:-ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆପଣଙ୍କୁ କେହି ବନ୍ଧୁତାର ହାତ ବଢ଼ାଇବେ। ବିଦ୍ୟୁତ୍ ଓ ବଡ ବ୍ୟବସାୟୀମାନେ ନୂଆ ଡିଲ୍‌ କରିପାରନ୍ତି। ବାହନ କିଣିବା ଲାଗି ମନ ବଳିବ।
ବିଛା:-ଆଜି କୌଣସି କାର୍ଯ୍ୟକୁ ନୂଆ କରି ମୂଳରୁ ଆରମ୍ଭ କରିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ଆଇନକାନୁନ ମାମଲାର ସହଜରେ ସମାଧାନ ହୋଇଯିବ। ପ୍ରେମପ୍ରସଙ୍ଗଯୁକ୍ତ ଜୀବନରେ ଖୁବ୍‌ ଆନନ୍ଦ ମିଳିବ।
ଧନୁ:- ଆର୍ଥିକ ଲାଭ ପାଇଁ ଭଲ ଦିନଟିଏ। କୌଣସି କାମରୁ ଯଥେଷ୍ଟ ଲାଭ ପାଇବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବା ଲାଗି ବଜାରକୁ ଯିବେ। ସନ୍ଧ୍ୟାରେ ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ।
ମକର:-ପରିବାରରେ ଏକତା ଓ ପ୍ରେମ ବଢ଼ିବ। ସ୍ଥଗିତ ଥିବା କାମ ପୂରା କରିବାରେ ସହଯୋଗୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ।
କୁମ୍ଭ:-ପିତାଙ୍କ କହିବା ମାର୍ଗରେ ଚାଲନ୍ତୁ, ଆପଣଙ୍କୁ ସଫଳତା ମିଳିବ। ବିଦେଶରେ ବ୍ୟବସାୟ କରୁଥିବା ବ୍ୟକ୍ତିବିଶେଷ ଆଜି ବଡ଼ ଡିଲ୍‌ କରିବେ। ପଇସାକୁ ନେଇ କାହାରି ସହିତ ବିବାଦ ହୋଇପାରେ। ଦାମ୍ପତ୍ୟ ଜିବନରେ ପ୍ରିତି ବଜାୟ ରହିବ।
ମୀନ:-ଆଧୢାତ୍ମିକ ଭାବନାରେ ସମୟ ବିତିବ। ବିଭିନ୍ନ କ୍ଷେତ୍ରରେ ଜ୍ଞାନ ଅର୍ଜନ କରିବାକୁ ପ୍ରୟାସ କରିବେ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ଚାକିରି ସମ୍ବନ୍ଧୀୟ ଖୁସି ଖବର ମିଳିବ।

ଆଶ୍ୱିନଶୁକ୍ଳ ଏବଂ ଚୈତ୍ରଶୁକ୍ଳ ପ୍ରତିପଦାଠାରୁ ନବମୀ ପର୍ଯ୍ୟନ୍ତ ନବରାତ୍ର ପାଳନ ଆରମ୍ଭ ହୋଇଯାଇଛି। ନବରାତ୍ର ନଅଦିନରେ ମାଆ ଦୁର୍ଗାଙ୍କ ନଅରୂପ ନବଗୌରୀ ବା ନବଦୁର୍ଗାଙ୍କୁ ଆରାଧନା କରାଯାଏ । ଆଜି ତୃତୀୟ ଦିବସରେ ମାଆ ଚନ୍ଦ୍ରଘଣ୍ଟା ସ୍ୱରୁପରେ ଦର୍ଶନ ଦେବେ
(୧୩ ଅକ୍ଟୋବର, ମଙ୍ଗଳବାର)
ଚନ୍ଦ୍ରଘଣ୍ଟା – ମହିଷାସୁର ବଧ ନିମନ୍ତେ ଯେତେ ବେଳେ ମାଦୁର୍ଗା ଆବିର୍ଭୁତା ହୋଇଥିଲେ ସମସ୍ତ ଦେବତାମାନେ ମିଶି ତାଙ୍କ ହାତରେ ଆୟୁଧମାନ ପ୍ରଦାନ କରିଥିଲେ ।ଦେବରାଜ ଇନ୍ଦ୍ର ସେତିକିବେଳେ ମାଆଙ୍କୁ ଘଣ୍ଟାଟିଏ ପ୍ରଦାନ କରି ଥିଲେ ।ଇନ୍ଦ୍ର ଦେବୀଙ୍କ ଠାରୁ ଯେଉଁ ବ୍ରହ୍ମଜ୍ଞାନ ପାଇଥିଲେ ତାହାକୁ ବିଶ୍ୱରେ ଘୋଷିତ କରିବାପାଇଁ ସେ ଏହି ଘଣ୍ଟା ଇନ୍ଦ୍ରଙ୍କୁ ଦେଇଥିଲେ lଏ ଘଣ୍ଟାରେ ଐରାବତ ହସ୍ତୀର ବଳ ପୁରି ରହିଥିଲା।ଏଣୁ କୁହାଯାଇଛି :-
ଦଦୌ ତସ୍ୟେ ଶହଶ୍ରାକ୍ଷୋ
ଘଣ୍ଟା ଭୈରବତାଦ ଗଜାତ୍ l
ସର୍ଵ ଵାଦ୍ୟମୟୀ ଏ ଘଣ୍ଟାର ଧ୍ୱନି ଅତୀବ ତୀବ୍ର ।ବିଶ୍ୱ ସୃଷ୍ଟି ମୂଳରେ ଯେଉଁ ନାଦବ୍ରହ୍ମ ନିହିତ ରହିଛି ସେଥିରୁ ଏ ଘଂଟାର ଉଦ୍ଭବ।ସାଧକ ମାତୃଶକ୍ତିର ନିକଟବର୍ତ୍ତୀ ହେଲେ ଏହି ଘଣ୍ଟାର ଧ୍ୱନି ଶୁଣିପାରିଥାନ୍ତି ।ଯେଉଁମାନେ ଭୋଗାଶକ୍ତ ।ମୃତ୍ୟୁ ବେଳେ ସେମାନେ ଯମ ରାଜଙ୍କ ବାହନ ମହିଷ ବେକର ଘଣ୍ଟି ଧ୍ୱନୀ ଶୁଣି ପାରନ୍ତି ।ମାତୃ ସେବକଙ୍କୁ ଏହା ମାତୃଆବାହନୀ ଧ୍ୱନିଭାବେ ପ୍ରତୀତ ହୋଇଥାଏ ।ଦେବୀଙ୍କ ମସ୍ତକରେ ଘଣ୍ଟା ଆକୃତିର ଅର୍ଦ୍ଧଚନ୍ଦ୍ର । ସୁବର୍ଣ୍ଣ ସଦୃଶ ଦେବୀଙ୍କର ଲାବଣ୍ୟମୂର୍ତ୍ତି । ତିନି ନେତ୍ର ଓ ଦଶ ହାତରେ ଧାରଣ କରିଛନ୍ତି ଦଶଟି ଆୟୁଧ ।ଦେବୀ ସିଂହାରୁଢ଼ା,ଯୁଦ୍ଧ ପାଇଁ ପ୍ରସ୍ତୁତ ।ଦେବୀ ବୀର ରସର ଅପୂର୍ବ ମୂର୍ତ୍ତି ।ଦେବୀଙ୍କ ଗ୍ରହ ଶୁକ୍ର ,ମନ୍ତ୍ର – ଓଁ ଦେବୀ ଚନ୍ଦ୍ରଘଣ୍ଟାଐ ନମଃ….
ଶ୍ରୀ ଚନ୍ଦ୍ରଘଣ୍ଟା ଦେବୀ-
ଚନ୍ଦ୍ରାର୍ଧଭୂଷାଂ ମଣିଘଣ୍ଟନାଦାଂ
ସିଂହାରୂଢାଂ ଦଶବାହୁସମ୍ପନ୍ନାମ୍ ।
ଶତ୍ରୁକ୍ଷୟକାରିଣୀଂ ଶାନ୍ତିଦାତ୍ରୀଂ
କର୍ପୂରନୀରାଜନମର୍ପୟାମି ॥୩॥

- Advertisement -

Leave A Reply

Your email address will not be published.