ନବଦିନାତ୍ମକ ପୂଜାର ନବଦିନେ ନବ ବେଶେ ,ନବ ପୁଷ୍ପେ ମା ତୁମେ
୧ – ପ୍ରଥମ ଦିନରେ ମାତା (ଶୈଳପୁତ୍ରୀ)ରଙ୍ଗ ତୁମ ହଳଦିଆ।
ସକାଳର ସୂର୍ଯ୍ୟକିରଣ ପରିଏ,
ଉତ୍ସାହେ ଜୀବନ ନୂଆ।
୨ – ଦ୍ୱିତୀୟ ଦିନରେ (ବ୍ରହ୍ମଚାରିଣୀ) ମା ,ତୁମେ ବିକାଶ ପ୍ରତୀକ।
(ସବୁଜ)ରଙ୍ଗରେ କ୍ଷେତ ଫଳିଥାଏ ,
ପୃଥିବୀ ଆଣେ ଚମକ।
୩ – ତୃତୀୟରେ (ଚନ୍ଦ୍ରଘଣ୍ଟା) ତୁମ ନାମ ,ଧୂସର ରଙ୍ଗର ଶୋଭା।
ଶାନ୍ତି ସନ୍ତୁଳନ ସ୍ଥିରତା ପ୍ରତୀକ ,
ଦିଶେ କେଡ଼େ ମନଲୋଭା।
୪ – ଚତୁର୍ଥ ଦିନରେ (କୁଷ୍ମାଣ୍ଡା) ନାମରେ ,ପାଣି କଖାରୁର ବଳୀ।
କମଳା ରଙ୍ଗରେ ଶୋଭା ପାଅ ତମେ ,
ଚାହାଁଣି ମା ଢଳି ଢଳି।
୫ – ପଞ୍ଚମରେ (ସ୍କନ୍ଦମାତା) ତୁମ ନାମ ,ଧଳା ରଙ୍ଗେ ସୋଭାପାଅ।
ଶାନ୍ତି , ପବିତ୍ରତା , ସରଳତା ଭାବେ ଭକ୍ତକୁ ଦର୍ଶନ ଦିଅ।
୬ – ଷଷ୍ଠ ଦିନ ମାତା (କାତ୍ୟାୟନୀ) ରୂପେ ,ନାଲି ରଙ୍ଗ ଶାଢ଼ୀ ଶୋଭା।
ଶକ୍ତି ସାହସର ପ୍ରତୀକଟି ତୁମେ,
କେଡ଼େ ମନୋହର ଅବା।
୭ – ସପ୍ତମ ଦିନଟି (କାଳରାତ୍ରି) ରୂପେ ,
ନୀଳ ରଙ୍ଗେ ପାଅ ଶୋଭା।
ଆକାଶ ସମୁଦ୍ର ଗଭୀରତା ତୁମେ ,
ଅନ୍ଧାରର ତୁମେ ପ୍ରଭା।
୮ – ଅଷ୍ଟମ ଦିନରେ (ମହାଗୌରି) ରୂପେ,ଗୋଲାପୀ ରଙ୍ଗକୁ ନେଇ।
ପ୍ରେମ , ସ୍ନେହ ଆଉ ମମତା ସୋନ୍ଦର୍ୟ୍ୟ
ଏକଜୁଟ ହୋଇଥାଇ।
୯ – ନବମ ଦିନରେ (ସିଦ୍ଧି ଦାତ୍ରୀ) ତୁମେ ,ବାଇଗଣୀ ରଙ୍ଗେ ଶୋଭା।
ସଂସାରର ସବୁ ବିଷକୁ ଭରିଣ ,
ନିଜେ ରଖିଥିଲ ଅବା।
ନବରଙ୍ଗ ବେଶେ ନବରଙ୍ଗ ପୁଷ୍ପେ
ଆସ ମା ଏ ଧରା ଧାମେ
କି ଦେଇ ପୂଜିବୁ ସବୁତ ତୁମର ,
ସନ୍ତାନ ତ ସବୁ ଆମେ।
ଆଜି(୧୫.୧୦.୨୦୨୬,ଗୁରୁବାର) ନବରାତ୍ରର ପଞ୍ଚମ ଦେବୀ – ସ୍କନ୍ଦମାତା
ସ୍କନ୍ଦମାତା ମାଦୁର୍ଗାଙ୍କର ପଞ୍ଚମ ରୂପ। କାର୍ତ୍ତିକେୟଙ୍କର ଅନ୍ୟନାମ ସ୍କନ୍ଦ। ଶିଶୁ ସ୍କନ୍ଦ ଏହାଙ୍କର କୋଳରେ ବିରାଜିତ ଥିବା ଦେଖାଯାଏ। ଏଣୁ ସେ ତାଙ୍କର ମାତା -ସ୍କନ୍ଦମାତା। ସାଧକଙ୍କର ମନ ଏହିଦିନ ବିଶୁଦ୍ଧ ଚକ୍ରରେ ଅବସ୍ଥାନ କରେ।
ଏହି ଦେବୀ ଚତୁର୍ଭୁଜା। ସେ ଗୋଟିଏ ଉର୍ଦ୍ଧ୍ୱ ହସ୍ତରେ ଶିଶୁ ସ୍କନ୍ଦକୁ ଧରିଥିବାବେଳେ ଉର୍ଦ୍ଧ୍ୱମୁଖି ଅନ୍ୟ ହସ୍ତରେ ପଦ୍ମପୁଷ୍ପ ଧାରଣ କରିଥାନ୍ତି। ତାଙ୍କର ଗୋଟିଏ ହସ୍ତ ନିମ୍ନମୁଖି ହୋଇ ଅଭୟ ମୁଦ୍ରାରେ ରହିଥାଏ। ଏବଂ ଅନ୍ୟ ହସ୍ତଟି ଉର୍ଦ୍ଧ୍ଵମୁଖି ହୋଇ ପଦ୍ମ ପୁଷ୍ପ ଧାରଣ କରିଥାଏ। ତାଙ୍କର ଶାରୀରିକ କାନ୍ତି ଶୁଭ୍ର। ତାଙ୍କର ବାହନ ସିଂହ। ପଞ୍ଚମ ଦିନର ଉପାସ୍ୟା। ଏହି ଦେବୀଙ୍କର ଉପାସନା କାଳରେ ସାଧାକଙ୍କର ମନ ବିଶୁଦ୍ଧ ଚକ୍ରରେ ଅବସ୍ଥାନ କରେ। ସେ ନିଜ ସ୍ୱରୂପର ବିଶୁଦ୍ଧ ଚେତନା ଦିଗରେ ଅଗ୍ରସର ହୁଅନ୍ତି। ତାଙ୍କର ମନ ପରମ ଶାନ୍ତି ଓ ସୁଖ ଅନୁଭବ କରେ।ଏବଂ ତାଙ୍କ ନିମନ୍ତେ ମୋକ୍ଷର ଦ୍ୱାର ଉନ୍ମୁକ୍ତ ହୋଇଯାଏ।
ଆଜିର ରାଶିଫଳ
Prev Post
