ଅଧାରୁ ବନ୍ଦ ହେଲା ରାସ୍ତା କାମ, କାର୍ଯ୍ୟାନୁଷ୍ଠାନ ଦାବୀ କଲେ ଗ୍ରାମବାସୀ

0 271

ମାଲକାନାଗିରି,୨/୮ (ଏସ୍.ଏସ୍ .ନିୟୁଜ ) ଦୀର୍ଘ ଦିନର ଦାବୀ ପୁରଣ ହେଲା। ରାସ୍ତାର ଉନ୍ନତିକରଣ ପାଇଁ ଫଳକ ମରାଗଲା । ଟେଣ୍ଡର ଡକାଯାଇ ରାସ୍ତାକାମ ଆରମ୍ଭ ହେଲା। ହେଲେ ଆକଧାରେ ରହି ଗଲା ରାସ୍ତା କାମ। ମଉଳିଗଲା ଦୁଇଟି ଗ୍ରାମବାସୀଙ୍କର ଆଶା । ଖଇରପୁଟ ପଞ୍ଚାୟତ ସମିତିର କଡମଗୁଡା ଗ୍ରାମ ପଞ୍ଚୟତରେ ଏହି ଭଳି ଘଟଣା ଘଟିଛି।       ପ୍ରକାସ ଯେ,ଖଇରପୁଟ ପଞ୍ଚାୟତ ସମିତି ଅନ୍ତର୍ଗତ କଡମଗୁଡା ଗ୍ରାମ ପଞ୍ଚୟତର ର ଉିନ୍ନତିକରଣ ପାଇଁ କଡମଗୁୁଡ। ଠାରୁୁ ଚେପଲପଡା ପର୍ଯ୍ୟନ୍ତ ରାସ୍ତାର ଉନ୍ନତି କରଣ ନିମନ୍ତେ ୨୫ ଲକ୍ଷ୍ୟ ଟଙ୍କା ର ବ୍ୟୟ ବରାଦ କରାଯାଇଥିଲା। ଟେଣ୍ଡର  ପ୍ରକ୍ରୟା ହୋଇ କାମ ମଧ୍ୟ ଆରମ୍ଭ ହୋଇଥିଲା।କିନ୍ତୁ କିଛି ବାଟ ରାସ୍ତା କାମ ହେବା ପରେ ଉକ୍ତ କାମକୁ ସେଠାରେ ବନ୍ଦ କରିଦିଆ ଯାଇଥିଲା।ଏହି କାର୍ଯ୍ୟ ତଦାରଖ ଦାୟିତ୍ଵରେ ଥିବା ବ୍ଲ୍କକ କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ଙ୍କ ଠାରୁ  ଗ୍ରାମବାସୀମାନେ କାମ ବନ୍ଦର କାରଣ ଜାଣିବାକୁ ଚାହିଁ ଆଶାନୁରୂପକ ଉତ୍ତର ପାଇପାରିନଥିଲେ । ଏହାପରେ ଗ୍ରାମବାସୀମାନେ  ଉଭୟ ଅଧିକାରୀଙ୍କ ବିରୁଧରେ କାର୍ଯ୍ୟାନୁଷ୍ଠ।ନ୍   ନେବାପାଇଁ  ଏକ ଦାବିପତ୍ର  ମୁଖ୍ୟମନ୍ତ୍ରୀ, ଫାଇବ ଟି ସଚିବ,ପଂଚାୟତରାଜ ବିଭାଗର ସଚିବ ଓ ଜିଲ୍ଲାପାଳ ମାଲକାନଗିରି ଙ୍କୁ ପଠାଇଛନ୍ତି । ଏ ସମ୍ପର୍କରେ  ଖଇରପୁଟ ବ୍ଲକ୍ ର କନିଷ୍ଠ ଯନ୍ତ୍ରୀ ଶ୍ରୀ ରାକେଶ କୁମାର ମଲ୍ଲିକ ଙ୍କୁ ପଚାରିବାରୁ ସେ କହିଲେ ଲୋକଙ୍କ ଅଭିଯୋଗର କୌଣସି ସତ୍ୟତା ନାହିଁ।ବିନା କାରଣରେ ଲୋକମାନେ ଅଭିଯୋଗ କରୁଛନ୍ତି। ସେଇ ରାସ୍ତା କାମ ପୁଣି ଥରେ ଆରମ୍ଭ କରାଯିବ ବୋଲି  କହିଛନ୍ତି।

Leave A Reply

Your email address will not be published.