ଆଉ ୨୫୮୯ ନୂଆ ପଜିଟିଭ୍ ,୧୦ ମୃତ

0 482

ଭୁବନେଶ୍ୱର,୧୯/୮ (ଏସ ଏସ ନିୟୁଜ ) ରାଜ୍ୟରେ ପୁଣି ୨୯ ଜିଲ୍ଲାରୁ ୨୫୮୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସେଥିମଧ୍ୟରୁ ୧୫୭୪ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୧୦୧୫ ସ୍ଥାନୀୟ ମାମଲା ରହିଛି। ଏହି କରୋନା ସଂକ୍ରମିତ ଚିହ୍ନଟଙ୍କ ମାଧରେ ଖୋର୍ଦ୍ଧାରୁ ୪୬୬, ଗଞ୍ଜାମରୁ ୨୪୨, ପୁରୀରୁ ୨୩୫, କଟକରୁ ୨୨୨, ରାୟଗଡ଼ାରୁ ୨୧୧, ସୁନ୍ଦରଗଡ଼ରୁ ୧୫୫, ବାଲେଶ୍ୱରରୁ ୧୫୦ ଓ ମୟୂରଭଞ୍ଜରୁ ୧୧୭ ଜଣ ଅଛନ୍ତି।ସେହିପରି ଯାଜପୁରରୁ ୯୫, କୋରାପୁଟରୁ ୯୨, ମାଲକାନଗିରିରୁ ୭୩, ବରଗଡ଼ରୁ ୬୭, ସମ୍ବଲପୁରରୁ ୬୬, କେନ୍ଦୁଝରରୁ ୫୩, ଭଦ୍ରକରୁ ୪୭, କଳାହାଣ୍ଡିରୁ ୪୨, ଗଜପତି ଓ ନବରଙ୍ଗପୁରରୁ ୩୬ ଲେଖାଏଁ, କନ୍ଧମାଳରୁ ୩୦, ସୋନପୁରରୁ ୨୬, ଢେଙ୍କାନାଳରୁ ୨୫, ଜଗତସିଂହପୁରରୁ ୨୧, ଅନୁଗୁଳରୁ ୨୦, ଝାରସୁଗୁଡ଼ାରୁ ୧୮, ବୌଦ୍ଧରୁ ୧୬, ନୟାଗଡ଼ରୁ ୧୧, କେନ୍ଦ୍ରାପଡ଼ାରୁ ୧୦, ନୂଆପଡ଼ାରୁ ୬ ଏବଂ ବଲାଙ୍ଗୀରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୭,୧୨୨ ରେ ପହଞ୍ଚିଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଜରିଆରେ ସୂଚନା ଦିଆଯାଇଛି।ଏହା ସହିତ ଗଞ୍ଜାମରୁ ୪, ଭୁବନେଶ୍ୱର ଓ ସୁନ୍ଦରଗଡ଼ରୁ ୨ ଲେଖାଏଁ, ଭଦ୍ରକ ଓ ବରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତକୁ ମିଶାଇ ୧୦ କରୋନା ରୋଗୀଙ୍କର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଯାହାଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୭୨କୁ ବୃଦ୍ଧି ପାଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଜରିଆରେ ସୂଚନା ଦିଆଯାଇଛି।

Leave A Reply

Your email address will not be published.