ଅଯୋଧ୍ୟା ହେବ ପର୍ଯ୍ୟଟକଙ୍କ ଭୂସ୍ୱର୍ଗ

0 275

ସଂକ୍ଷେପରେ ଆଜି ସକାଳର ଖବର, ତାରିଖ ୨୭/୦୮/୨୦,ଗୁରୁବାର ।
୧-ପୂଜା ଛୁଟି ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ । କୋଭିଡ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ଚାଷୀଙ୍କୁ ସୁବିଧାରେ ଓ ଶୀଘ୍ର କୃଷି ଋଣ ଯୋଗାଇଦେବାକୁ ନିର୍ଦ୍ଦେଶ ।
୨-କମିଲା ୩୦ ପ୍ରତିଶତ ସିଲାବସ୍ । କରୋନା ପାଇଁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ସଂଶୋଧିତ ସିଲାବସ୍ SCERT, BSE ଓ CHSE ୱେବସାଇଟରେ ଏହା ଉପଲବ୍ଧ ହେବ । ସୂଚନା ଦେଲେ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।
୩-ରାଜ୍ୟରେ ବଡ଼ ଧରଣର ବନ୍ୟା ଆଶଙ୍କା ନାହିଁ : ଜଳ ସମ୍ପଦ ବିଭାଗ।ସମ୍ଭାବ୍ୟ ବନ୍ୟା ମୁକାବିଲା : ୫ ଜିଲ୍ଲାରେ ଓଡ୍ରାଫ୍‍ ଟିମ୍‍ ମୁତୟନ।
୫-ଅଯୋଧ୍ୟା ହେବ ପର୍ଯ୍ୟଟକଙ୍କ ଭୂସ୍ୱର୍ଗ, ମୋଦି ସରକାର ଖର୍ଚ୍ଚ କରିବେ ୧ ଲକ୍ଷ କୋଟି ଟଙ୍କା।
୬-ବୈତରଣୀ ନଦୀରେ ବନ୍ୟା ଆଶଙ୍କା ପାଇଁ ପ୍ରଭାବିତ ଅଞ୍ଚଳ ବାସୀଙ୍କୁ ଜିଲ୍ଲାପାଳଙ୍କ ସତର୍କ ସୂଚନା
୭-ଓଡିଶାରେ ବର୍ଷା: ବୁଡାଉଛି, ଭସାଉଛିଟ୍ଟ ଲଗାଣ ବର୍ଷାରେ ବେହାଲ ଓଡିଶା । ପାଣି ସୁଅରେ ଭାସିଗଲା ମିନି ଟ୍ରକ, ଆନନ୍ଦପୁରରେ ବୁଡିଲା କାର, ଡ୍ରାଇଭରଙ୍କ ମୃତ୍ୟୁ । ବାରିପଦାରେ ପାଣି ମାଡରେ ଭୁଶୁଡିଗଲା କୋଠା ଘର । ଆରଡିରେ ଆଖଣ୍ଡଳମଣୀଙ୍କ ମନ୍ଦିରରେ ପଶିଲା ପାଣିଟ୍ଟ ଲଗାଣ ବର୍ଷାରେ ସାରା ରାଜ୍ୟରୁ ଆସିଲା ବର୍ଷା ବିତ୍ପାତର ଭୟଙ୍କର ଦୃଶ୍ୟଟ୍ଟ
୮-ଗ୍ରାମ୍ୟ ଅର୍ଥନୀତିର ପୁନରୁଦ୍ଧାର ନିମନ୍ତେ ଅଧିକ ଋଣ ସହାୟତା ଦିଆଯିବା, ସ୍ବୟଂ ସହାୟକ ଗୋଷ୍ଠୀ, ଏମଏସଏମଇଗୁଡ଼ିକର ବିକାଶ କରିବା ଏବଂ ଏଥିପାଇଁ ଅଧିକ ଋଣ ସହାୟତା ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ।
୯-ମହାନଦୀ ଜଳବିବାଦ ମାମଲା : ୩୬ ପ୍ରସଙ୍ଗ ନିର୍ଦ୍ଧାରଣ କରିବା ପରେ ପୁଣି ୭ ପ୍ରସଙ୍ଗକୁ ଯୋଡ଼ିଲେ ଟ୍ରିବ୍ୟୁନାଲ।
୧୦-ନିତି ଆୟୋଗ ରପ୍ତାନି ପ୍ରସ୍ତୁତି ସୂଚୀ ୨୦୨୦ : ଶୀର୍ଷ ୫ରେ ଓଡ଼ିଶା।
୧୧-କୋଲକାତାରୁ ବିମାନ ଯୋଗେ ପହଞ୍ଚିଲା ବ୍ରେନ୍‌-ଡେଡ୍‌‌ ରୋଗୀଙ୍କ ଫୁସ୍‌ଫୁସ୍‌, ହାଇଦ୍ରାବାଦରେ ରୋଗୀ ପାଇଲେ ନୂଆ ଜୀବନ।
୧୨-ଦେଶରେ ସକ୍ରିୟ ରୋଗୀଙ୍କ ଠାରୁ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩.୫ ଗୁଣ ବୃଦ୍ଧି, ୭୬% ଅତିକ୍ରମ କଲା ଆରୋଗ୍ୟ ହାର।
୧୩-ରିଜର୍ଭ ବ୍ୟାଙ୍କ ଦେଲା ବଡ ତଥ୍ୟ । ୨୦୧୯-୨୦ ଆର୍ଥିକ ବର୍ଷରେ ଦେଶରେ ହୋଇଛି ୧.୯ ଲକ୍ଷ କୋଟିର ବ୍ୟାଙ୍କ ଠକେଇ ।
୧୪-ଜାତୀୟ ରାଜପଥ ଶୁଳ୍କ ନିୟମରେ ସଂଶୋଧିତ ; ଏଣିକି ଫାଷ୍ଟ ଟ୍ୟାଗ୍ ଥିଲେ ଟୋଲ ପ୍ଲାଜାରେ ମିଳିବ ରିହାତି।
୧୫–ଚର୍ଚ୍ଚାରେ ‘ରିସାଇକେଲ ମ୍ୟାନ୍ ଅଫ୍ ଇଣ୍ଡିଆ’ ବିନିଶ ଦେଶାଇ । ବ୍ୟବହାର ହୋଇଥିବା ଫେସ୍ ମାସ୍କ ଓ ପିପିଇ କିଟରେ ତିଆରି କଲେ ଇକୋ-ଫ୍ରେଣ୍ଡଲି ଇଟା ।
୧୬-ଜମି ହଡ଼ପ କଲେ ୧୪ ବର୍ଷ ଜେଲ: ଗୁଜରାଟ ସରକାରଙ୍କ ନୂଆ ନିୟମ ।
୧୭-ନିଟ୍ ଓ ଜେଇଇ (ମେନ୍) ପ୍ରବେଶିକା ପରୀକ୍ଷା ଘୁଞ୍ଚାଇବାକୁ ସୁପ୍ରିମକୋର୍ଟ ଯିବାକୁ ମୁଖ୍ୟମନ୍ତ୍ରୀ ମାନଙ୍କୁ କହିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କହିଲେ, ଛାତ୍ରଛାତ୍ରୀଙ୍କ ପାଇଁ ଆମକୁ କରିବାକୁ ପଡିବ ସ୍ୱର ଉତ୍ତୋଳନ ।
୧୮-ପରୀକ୍ଷା ସ୍ଥଗିତ ରଖିବାକୁ ଦାବି ଜୋର ଧରିଥିବା ବେଳେ ପ୍ରକାଶ ପାଇଲା ନିଟ-୨୦୨୦ ଆଡମିଟ୍ କାର୍ଡ।
୧୯-ଚାଇନାର ୨୪ଟି କମ୍ପାନୀକୁ କଳା ତାଲିକାଭୁକ୍ତ କଲା ଆମେରିକା।
୨୦-ପଞ୍ଜାବ ବିଧାନସଭା ଅଧିବେଶନ ଆରମ୍ଭ ହେବାର ୨ଦିନ ପୂର୍ବରୁ ୨୩ ବିଧାୟକ ଓ ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
୨୧-କୋଇଲା ଗ୍ୟାସିଫିକେସନ,ୟୁରିଆ ଉତ୍ପାଦନ ପ୍ରକଳ୍ପର ଅଗ୍ରଗତି ନେଇ କେନ୍ଦ୍ରମନ୍ତ୍ରୀବଳରଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ।
୨୨-ହୁ’ର ବଡ ଘୋଷଣା, ପୋଲିଓ ମୁକ୍ତ ହେଲା ଆଫ୍ରିକା।
୨୩-ଆଇସିସି ରାଙ୍କିଙ୍ଗ: ଦିନିକିଆରେ ଟପ୍-୨ରେ ବିରାଟ କୋହଲି ଓ ରୋହିତ ଶର୍ମା, ବୋଲିଂ ମାନ୍ୟତାରେ ଶୀର୍ଷରେ ବୁମରା।

Leave A Reply

Your email address will not be published.