ପୁଣି ୩୬୮୨ ନୂଆ ପଜିଟିଭ , ମୃତ୍ୟୁ ୮

0 323

ଭୁବନେଶ୍ୱର,୨୮/୮ (ଏସଏସନିୟୁଜ ) ରାଜ୍ୟରେ ପୁଣି ୩୦ ଜିଲ୍ଲାରୁ ୩୬୮୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇ ରେକର୍ଡ ସୃଷ୍ଟି ହୋଇଛି । ତନ୍ମଧ୍ୟରୁ ୨୨୪୧ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୧୪୪୧ ସ୍ଥାନୀୟ ମାମଲା ରହିଛି।ଖୋର୍ଦ୍ଧାରୁ ୭୭୫ ,ପଜିଟିଭ୍ ,ରାୟଗଡ଼ାରୁ ୪୯୫, କଟକରୁ ୩୬୯, ମୟୂରଭଞ୍ଜରୁ ୨୭୨, ଗଞ୍ଜାମରୁ ୧୭୪, ବରଗଡ଼ରୁ ୧୫୨, କୋରାପୁଟରୁ ୧୪୦, ସମ୍ବଲପୁରରୁ ୧୨୮, ପୁରୀରୁ ୧୧୫ ,ନୟାଗଡ଼ରୁ ୧୦୯ , ଯାଜପୁରରୁ ୮୮, ବାଲେଶ୍ୱରରୁ ୮୭, ମାଲକାନଗିରିରୁ ୮୬, ବଲାଙ୍ଗୀରରୁ ୬୮, ଢେଙ୍କାନାଳରୁ ୬୧, କେନ୍ଦୁଝରରୁ ୫୯, ଅନୁଗୁଳରୁ ୫୬, ଭଦ୍ରକରୁ ୫୧, ଗଜପତିରୁ ୪୮, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରୁ ୪୪ ଲେଖାଏଁ, ଝାରସୁଗୁଡ଼ାରୁ ୪୩, କଳାହାଣ୍ଡିରୁ ୪୧, ନବରଙ୍ଗପୁରରୁ ୩୮, କନ୍ଧମାଳରୁ ୩୬, ସୋନପୁର ଓ ସୁନ୍ଦରଗଡ଼ରୁ ୨୭ ଲେଖାଏଁ, ନୂଆପଡ଼ାରୁ ୨୩, ବୌଦ୍ଧରୁ ୧୪ ଓ ଦେବଗଡ଼ରୁ ୧୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୪,୬୬୮ରେ ପହଞ୍ଚିଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଜରିଆରେ ସୂଚନା ଦିଆଯାଇଛି।ଏହାସହିତ ଆଉ ୮ କରୋନା ରୋଗୀଙ୍କର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।ମୃତକଙ୍କ ମଧ୍ୟରେ ଗଞ୍ଜାମ ଓ ଭୁବନେଶ୍ୱରରୁ ୨ ଲେଖାଏଁ, ରାୟଗଡ଼ା, ବଲାଙ୍ଗୀର, ଭଦ୍ରକ ଓ ବରଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।ଏହାକୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୫୬ରେ ପହଞ୍ଚିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦେଇଛି।

Leave A Reply

Your email address will not be published.