ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ୧୦ ଦଫା ଦାବୀପତ୍ର 

0 471

ଡେଲାଙ୍ଗ ୮/୯(ଏସଏସନିୟୁଜ )ଅଲଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ ପକ୍ଷର ରାଜ୍ୟ ସଂମ୍ପାଦକ ରଘୁନାଥ ଦାଶଙ୍କ ନେତୃତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ସଂଗଠନ ପକ୍ଷରୁ ୧୦ ଦଫା ଦାବୀପତ୍ର ମୁଖ୍ୟ ମନ୍ତ୍ରୀଙ୍କ ଉଦେଶ୍ୟରେ ତହସିଲଦାର ରାଜେନ୍ଦ୍ର କୁମାର ଅଚାରିଆଙ୍କୁ ପ୍ରଦାନ କରାଯାଇଛି । ହିରାକୁଦ ଡ୍ୟାମରୁ ଜଳ ନିସ୍କସନ ଫାଟକ ଗୁଡିକୁ ଏକ କାଳିନ ଖୋଲି ଦେବା ଫଳରେ ଏହାର ଶାଖା ନଦୀ ଗୁଡିକରେ ବନ୍ୟାଜଳ ଆସି ଅନେକ ସ୍ଥାନରେ ଘାଇ ସୃଷ୍ଟି କରିଦେଇଥିଲା ।ପୁରୀ,ଜଗତସିଂହପୁର, କଟକ,ଖୋର୍ଦ୍ଧା ଆଦି ଜିଲ୍ଲାଗୁଡିକରେ ବନ୍ୟାରେ ଉବୁଟୁବୁ ହେବାର ଦେଖିବାକୁ ମିଳିଥିଲା । ପର୍ଯ୍ୟୟ କ୍ରମେ ୫-୧୦ କରି ଗେଟ ଖୋଲାଯାଇଥାନ୍ତା ତେବେ ଆଦୌ ବନ୍ୟା ହୋଇନଥାନ୍ତା ।ଏହା ସମ୍ପର୍ଣ୍ଣ ମନୁଷ୍ୟ କୃତ୍ୟ ବୋଲି ଏ.ଆଇ.କେ.କେ.ଏମ.ଏସ ଦାବୀ କରିଛି । ଏହି ମଣିଷ କୃତ ବନ୍ୟାରେ ୩୬ ଟି ରୁ ଉର୍ଦ୍ଧ୍ୱ ଘାଇ ହେବାଦ୍ୱାରା ହଜାର ହଜାର ଏକର ଧାନ ଜମି ଜଳମଗ୍ନ ହେବା ସହିତ ଶହଶହ ଗ୍ରାମର ଲୋକମାନେ ଏବେବି ଜଳବନ୍ଦିରେ ରହିଛନ୍ତି । ଖରିଫ ପସଲ ସମୂର୍ଣ୍ଣ ଉଜୁଡି ଯିବା ସହିତ ଲୋକଙ୍କର ବାର୍ଷିକ ଖାଦ୍ୟ ନଷ୍ଟ ହୋଇଯାଇଛି । ପୂର୍ବରୁ କରୋନା ମହାମାରୀ ଯୋଗୁ ବିଭିନ୍ନ ରାଜ୍ୟରେ କାର୍ଯ୍ୟରତ ପ୍ରବାସୀ ଓଡିଆ ଶ୍ରମିକ ମାନେ ରାଜ୍ୟକୁ ଫେରି କୌଣସି କାମଧନ୍ଦା ପାଉ ନଥିବା ବେଳେ ଏବେ ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ପୂର୍ବରୁ ଗତ ଫନୀ ବାତ୍ୟାରେ କ୍ଷୟକ୍ଷତି ର ଭରଣା ହୋଇନଥିବା ବେଳେ ବନ୍ୟା ପରେ ସରକାର ଘୋଷଣା କରିଥିବା ରିଲିଫ ଏବେ ଲୋକଙ୍କ ନିକଟରେ ପହଂଚି ପାରୁନାହିଁ । ସରକାର ଘୋଷଣା କରିଥିବା ରିଲିଫ ରେସନକାର୍ଡଧାରୀଙ୍କ ପାଇଁ ଉଦ୍ଧିଷ୍ଟ ଥିବା ବେଳେ ରାସନ କାର୍ଡ ପାଇ ନଥିବା ହଜାରହଜାର ବନ୍ୟା କ୍ଲିଷ୍ଟ ପରିବାର ସରକାର ଙ୍କ ଅନୁଦାନରୁ ବଂଚିତ ହେଉଛନ୍ତି । ରେସନକାର୍ଡପାଇ ନଥିବା ବନ୍ୟାକ୍ଲିଷ୍ଟ ପରିବାରକୁ ସରକାରଙ୍କ ଘୋଷିତ ରିଲିଫ ପ୍ରଦାନ କରାଯାଉ । ପାଣି ଘେର ରେ ରହିଥିବା ପରିବାରଙ୍କୁ ଏକ ମାସ ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଯୋଗଇ ଦିଆଯାଉ । କ୍ଷତି ଗ୍ରସ୍ତ ଚାଷୀଙ୍କୁ ଏକର ପିଛା ୨୦ ହଜାର ଟଙ୍କା କ୍ଷତିପୂରଣ ଦିଆଯାଉ । ଗତଫନୀ ବାତ୍ୟା ଓ ବନ୍ୟାରେ ଭାଙ୍ଗିଯାଇଥିବା ଘର ବାବଦରେ ଟଙ୍କା ପରିବର୍ତ୍ତେ ସରକାରଙ୍କ ଦାୟିତ୍ୱରେ ପରିବାର ପିଛା ଅନୁନ ୨ ବଖରା କୋଠା ଘର ନିର୍ମାଣ କରାଯାଉ । ଏକ ମାଷ୍ଟର ପ୍ଲାନ ଜରିଆରେ ପ୍ରତ୍ୟେକ ମୌଜାରେ ପାଟନାଳି ଖୋଳାଯାଇ ଚିଲିକା ହ୍ରଦସହିତ ସଂଯୋଗ କରାଯାଉ । ସମସ୍ତ ପ୍ରକାରର କୃଷି ଋଣ ସମ୍ପୂର୍ଣ୍ଣ ଛାଡ କରାଯାଉ । ଆଗାମି ରବି ଋତୁ ଚାଷପାଇଁ ବିନା ସୁଧରେ କୃଷିଋଣ ଯୋଗାଇଦିଆଯାଉ । ଶତକଡା ପଂଚସ୍ତରି ଭାଗ ସବସିଡ୍‌ରେ ସାର ,ବିହନ, କିଟନାଶକ ଓ କୃଷିଯନ୍ତ୍ରପାତି ଯୋଗଇଦିଆଯାଉ । ବନ୍ୟା ସମୟରେ ଭାଙ୍ଗିଯାଇଥିବା ସମସ୍ତ ଘାଇ ସ୍ଥାନରେ ପଥର ବନ୍ଧ ନିର୍ମାଣ କରାଯିବା ସଂଙ୍ଗେସଂଙ୍ଗେ ଦୁର୍ବଳ ଥିବା ନଦୀ ବନ୍ଧକୁ ଯୁଦ୍ଧ କାଳିନ ଭିତ୍ତିରେ ମରାମତି କରାଯାଉ । ମନରେଗା କାର୍ଯ୍ୟକ୍ରମ ଅଧିନରେ ସବୀନିମ୍ନ ୨୦୦ ଦିନ ଓ ଦୌନିକ ନଗଦ ୬୦୦ ଟଙ୍କା ଦେଇ କାମ ଯୋଗାଇଦିଆଯାଉ । ଏହି ପ୍ରତିବାଦ ସଭାରେ ସଂଗଠନର ରାଜ୍ୟ ସମ୍ପାଦକ ରଘୁନାଥ ଦାଶ,କମ୍ରେଡ ଦିନବନ୍ଧୁ ପରିଡା,ସଂଗଠନର ବ୍ଲକ ସଭାପତି ବଟକୃର୍ଷ୍ଣ ସ୍ୱାଇଁ,ସଂମ୍ପାଦକ ଗଙ୍ଗାଧର ପ୍ରଧାନ,ତ୍ରୀନାଥ ପ୍ରଧାନ ,ପଦ୍ମଚରଣ ଜେନା,ଗୋଲଖ ବରାଳ ପ୍ରମୁଖ ଉପସ୍ଥିତ ଥିଲେ । (ଡ଼େଲାଙ୍ଗରୁ ଚିତଜେନା ଙ୍କ ରିପୋର୍ଟ )

Leave A Reply

Your email address will not be published.