ଧବଳେଶ୍ବର ମନ୍ଦିରରେ ଧର୍ମଘଟରେ ବସିଲେ ପୂଜକ

0 311

ଆଠଗଡ,୮/୯(ଏସ ଏସ ନିୟୁଜ ) ଓଡ଼ିଶାରେ କରୋନା କଟକଣା ମଧ୍ୟରେ କୌଣସି ଦେବାଦେବୀ ମନ୍ଦିର ଖୋଲିବା ପାଇଁ ସରକାର ଅନୁମତି ଦେଇନଥିବା ବେଳେ କେନ୍ଦ୍ର ସରକାର ଜୁନ ମାସରୁ ଦେବାଦେବୀ ମନ୍ଦିର ଖୋଲିବାକୁ କହିଛନ୍ତି ।ରାଜ୍ୟ ସରକାରଙ୍କର ନିଷ୍ପତିକୁ ଓଡିଶା ମନ୍ଦିର ସେବାୟତ ସଂଘ ବିରୋଧ କରିବାସହ ଦେବୋତ୍ତର ଆୟୁକ୍ତଙ୍କ ଜରିଆରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ସଂଘ ପକ୍ଷରୁ ପ୍ରଦାନ କରାଯାଇଛି।ରାଜ୍ୟ ଦେବୋତ୍ତର ଅଧୀନରେ ଥିବା ମନ୍ଦିର ଗୁଡିକ ଗତ ସାତମାସ ଧରି ବନ୍ଦ ରହିବା ଦ୍ଵାରା ସେବାୟତମାନେ ପରିବାର ଚଳାଇବାରେ ଅସୁବିଧା ର ସମ୍ମୁଖିନ ହେଉଥିବାର ଅଭିଯୋଗ କରିଛନ୍ତି ।ସରକାରୀ ସହାୟତା ନ ମିଳିବା ଯୋଗୁ ଏଭଳି କଠୋର ନିଷ୍ପତ୍ତି ନେବା ଆରମ୍ଭ କରିଛନ୍ତି ବୋଲି ସଂଘ ପକ୍ଷରୁ କୁହାଯାଇଛି ।ମନ୍ଦିର ଖୋଲିବା ସହ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ନଦେଲେ ମନ୍ଦିରର ନୀତିକାନ୍ତି ବନ୍ଦ କରିଦିଆଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.