ବାଣ ସାଜିଲା କାଳ

0 537

ଖବର ଆଜିର,ତାରିଖ ୦୯/୦୯/୨୦ ବୁଧବାର
୧-ସେପ୍ଟେମ୍ବର ୨୧ରୁ ନବମ-ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଆଂଶିକ ଭାବେ ଖୋଲିବ ବିଦ୍ୟାଳୟ, କେନ୍ଦ୍ର ସରକାର ଜାରି କଲେ ଏସଓପି।
୨-ସୀମାରେ ଶକ୍ତି ଦେଖାଇଲା ଭାରତ: ରେଜାଙ୍ଗ ଲାରେ ଭାରତ-ଚୀନ ସେନା ମୁହାଁମୁହିଁ, ଭାରତୀୟ ସେନାକୁ ହଟାଇବାକୁ ଡ୍ରାଗନ୍ ସେନାର ପ୍ରୟାସ; ଭାରତର ଫାଙ୍କା ଗୁଳିଚାଳନା ଜବାବରେ ଚୀନ୍ କରିଥିଲା ଗୁଳିମାଡ଼ ।
୩–ଲଦାଖର ଆଗୁଆ ଘାଟିରେ ପ୍ରଥମ ଥର ପାଇଁ ଆଇଟିବିପି ନିୟୋଜିତ କଲା ମହିଳା ଡାକ୍ତର।
୩-ଏବେ ମିଳିବ ୱେଟିଂ ଟିକେଟରୁ ମୁକ୍ତି – ଭାରତୀୟ ରେଳବାଇ ଆରମ୍ଭ କରୁଛି କ୍ଲୋନ୍ ଟ୍ରେନ ସ୍କିମ୍।
୪-ଆସନ୍ତା ୫ଦିନ ପାଇଁ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ, ୨୪ ଘଣ୍ଟା ମଧ୍ୟରେ ବଜ୍ରପାତ ସହିତ ପ୍ରବଳ ବର୍ଷାର ସମ୍ଭାବନା।
୫-ହୀରାକୁଦ ଜଳଭଣ୍ଡାରକୁ ହାଇଓ୍ଵା ଖସିବା ଘଟଣା, ଦୁଇ ନିଖୋଜଙ୍କ ମୃତଦେହ ଉଦ୍ଧାର ।
୬-ଶାଶୂଘରେ ବର୍ଷାଙ୍କୁ ପୋଲିସ ସୁରକ୍ଷା : ବେଡରୁମରେ ଭିଡିଓ ସୁଟ୍ କରୁଥିବା ୨ ଯୁବକ ଥାନାରେ ହାଜର, ପଲ୍ଲୀରୁ ଦିଲ୍ଲୀ ଯାଏଁ ସେଲିବ୍ରିଟିଙ୍କ ଦାମ୍ପତ୍ୟ କଳି ଥମୁନି।
୭-ଅଭିନେତ୍ରୀଙ୍କୁ ମହଙ୍ଗା ପଡ଼ିଲା ଡ୍ରଗ୍ସ କାରବାର ଲିଙ୍କ୍ । ୩ ଦିନର ଛାନଭିନ୍ ଏବଂ ୧୯ ଘଂଟାର ଜେରା ପରେ ରିୟା ଚକ୍ରବର୍ତୀଙ୍କୁ ଗିରଫ କଲା ଏନସିବି।
୮-ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଖାରଜ, ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଗଲେ ରିୟା।
୯-କୋଭିଡ୍‌ରେ ମୃତ ପୁଲିସଙ୍କୁ ମିଳିବ ଅବଶିଷ୍ଟ ଚାକିରି କାଳର ଦରମା, ପୁଲିସ ମୁଖ୍ୟାଳୟରେ ଡିଜିଙ୍କ ବୈଠକ.।
୧୦-ଚାଇନା କମ୍ପାନୀ ଟେନସେଣ୍ଟ ସହିତ ସମ୍ପର୍କ ଭାଙ୍ଗି ଭାରତକୁ ପ୍ରତ୍ୟାବର୍ତନ କରିବା ପ୍ରସ୍ତୁତିରେ ପବଜି ଗେମ।
୧୧-ଭୁବନେଶ୍ୱରର ଫୁଲନଖରା ନିକଟ ତ୍ରିନାଥ ବଜାର ଛକରୁ ମଙ୍ଗଳବାର ଦିନ ଦ୍ବିପ୍ରହରେ ଜଣେ ମହିଳାଙ୍କଠୁ ଦୁର୍ବୃତ୍ତମାନେ ୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।
୧୨-ତେଲୁଗୁ ଅଭିନେତା ଜୟା ପ୍ରକାଶ ରେଡ୍ଡୀଙ୍କ ମଙ୍ଗଳବାର ଦିନ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ହୃଦଘାତରେ ମୃତ୍ୟୁ ଘଟିଛି। ତାଙ୍କୁ ୭୩ ବର୍ଷ ହୋଇଥିଲା।
୧୩-ଖୁସିରେ ଫୁଟାଉଥିବା ବାଣ ସାଜିଲା କାଳ । ବାଣ ପାଇଁ ଜଳିଗଲା ୭୦୦୦ ଏକର ବିଶିଷ୍ଟ ଜଙ୍ଗଲ । ବାସ ହରାଇଲେ ଶହ ଶହ ପରିବାର । ଏଭଳି ଏକ ଘଟଣା ଦକ୍ଷିଣ କାଲିଫର୍ଣ୍ଣିଆରେ ଘଟିଛି ।
୧୪-ଫୋର୍ବସ ଧନୀ ତାଲିକାର ୧ମ ସ୍ଥାନରେ ଜେଫ ବେଜୋସ, ୬ଷ୍ଠ ସ୍ଥାନରେ ମୁକେଶ ଅମ୍ବାନି।
୧୫-ୟୁନିସେଫ୍‌ର ବଡ଼ ଅଭିଯାନ, ୧୭୦ ଦେଶକୁ କରୋନା ଭ୍ୟାକ୍‌ସିନ୍ ଯୋଗାଇବାକୁ ରଖିଛି ଲକ୍ଷ  ।

Leave A Reply

Your email address will not be published.