ଫାଟିଲା ଭାର୍ଗବୀ ନଦୀବନ୍ଧ

0 810

ସାକ୍ଷୀଗୋପାଳ,୯/୯(ଏସ ଏସ ନିୟୁଜ ) ଭାର୍ଗବୀ ନଦୀ ବନ୍ଧ ଦୁଇଫାଳ ହୋଇଯାଇଛି । ଚଳିତବର୍ଷ ଭାର୍ଗବୀ ନଦୀରେ ବନ୍ୟା ଜଳ ପ୍ରବାହିତ ହୋଇଥିଲା । ବନ୍ୟା ଜଳ କମିଲା ପରେ ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଗବକୁଣ୍ଡ କଟର ପୂର୍ବ ପଟ ବନ୍ଧ ଜମାରସୁଆଁ ନିକଟରେ ପ୍ରାୟ ୧୫୦ ଫୁଟ ଲମ୍ବର ନଦୀବନ୍ଧରେ ଫାଟ ସୃଷ୍ଟି ହୋଇ ଦୁଇ ଫାଳ ହୋଇଯାଇଛି ନଦୀବନ୍ଧ। ପ୍ରତିବର୍ଷ ନଦୀବନ୍ଧ ମରାମତି ପାଇ ଲକ୍ଷାଧିକ ଟଙ୍କା ଖର୍ଚ ହେଉଛି ।ହେଲେ ଏହାର ସ୍ଫ୍ତାୟୀ ପ୍ରତିକାର କରାଯାଉନାହି ।ଯାହାକୁ ନେଇ ଚିନ୍ତା ପ୍ରକଟ କରିବା ସହ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ଗ୍ରାମବାସୀ ।

Leave A Reply

Your email address will not be published.