ପ୍ଲାକାର୍ଡ ଧରି କାର୍ଯ୍ୟାନୁଷ୍ଠାନ ଦାବି କଲେ ରୁପା ଗାଙ୍ଗୁଲି

0 528

ଖବର ଆଜି ସକାଳର,ତାରିଖ ୨୨/୦୯/୨୦ ମଙ୍ଗଳବାର ।
୧-ଚମକିଲେ ଚହଲ , ବାଙ୍ଗାଲୋର ବୋଲିଂରେ ଧରାଶାୟୀ ହେଲା ହାଇଦ୍ରାବାଦ । ୧୦ ରନରେ ବିଜୟ ହାସଲ କଲା ବିରାଟ ବାହିନୀ।
୨-କୃଷି ବିଲକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ପ୍ରଧାନମନ୍ତ୍ରୀ । କହିଲେ, ପୂର୍ବ ଭଳି ଜାରି ରହିବ ଏମଏସପି, ବନ୍ଦ ହେବନି ମଣ୍ଡି ବ୍ୟବସ୍ଥା । ବିରୋଧୀଙ୍କୁ ଟାର୍ଗେଟ୍ କରି କହିଲେ, ଚାଷୀଙ୍କୁ ଭ୍ରମିତ କରୁଛନ୍ତି ବିରୋଧୀ।
୩-ବଙ୍ଗୋପସାଗରରେ ଘନୀଭୂତ ହେଲା ଲଘୁଚାପ: ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା।
୪-ଦୁଗ୍ଧଜାତ ଉତ୍ପାଦ ପ୍ରସ୍ତୁତ କରୁଥିବା କ୍ବାଲିଟି କମ୍ପାନି ବିରୋଧରେ ୧୪୦୦ କୋଟି ଟଙ୍କାର ବ୍ୟାଙ୍କ୍ ଠକେଇ ମାମଲା ରୁଜୁ କଲା ସିବିଆଇ।
୫-ମୌସୁମୀ ଅଧିବେଶନ ପୂର୍ବରୁ ବଦଳିଲା ବିଧାନସଭାର ରୂପରେଖ, ପ୍ରତ୍ୟେକ ସଦସ୍ୟଙ୍କ ସିଟ୍ ଆଗରେ ଲାଗିଲା କାଚ ।
୬-କୃଷକଙ୍କୁ କେନ୍ଦ୍ର ସରକାରଙ୍କ ବଡ ଉପହାର, ୬ଟି ରବି ଫସଲ ଉପରେ ବଢିଲା ଏମଏସପି।
୭-‘ବିଏସ୍ଏଫ୍‘ ଆଇଜି ଭାବେ ନିଯୁକ୍ତ ହେଲେ ଓଡ଼ିଶା କ୍ୟାଡର୍ ଆଇପିଏସ୍ ଅଧିକାରୀ ସୁଶାନ୍ତ କୁମାର ନାଥ।
୮-ପ୍ରଥମ ଥର ପାଇଁ ଭାରତୀୟ ନୌସେନା ଯୁଦ୍ଧପୋତରୁ ହେଲିକପ୍ଟର୍ ଚଳାଇବେ ଦୁଇ ମହିଳା ଅଧିକାରୀ।
୯-ନଦୀରେ ଭାସିଗଲା ଯବାନଙ୍କୁ ନେଇ ଯାଉଥିବା ବସ୍ । ନକସଲ ଅପରେସନ ସାରି କ୍ୟାମ୍ପକୁ ଫେରୁଥିବା ସମୟରେ ମାଲକାନଗିରି ସୀମାନ୍ତ ବିଜାପୁରରେ ଅଘଟଣ : ଅଳ୍ପକେ ବଂଚିଗଲେ ୩୦ ଯବାନ ।
୧୦-ସଂସଦରେ କାଷ୍ଟିଂ କାଉଚ ଝଡ । ବିଜେପି ସାଂସଦ ରବି କିଷନ କହିଲେ, ମାମଲାକୁ ଗମ୍ଭୀରତାର ସହ ନେବାର ରହିଛି ଆବଶ୍ୟକତା । ପ୍ଲାକାର୍ଡ ଧରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ରୁପା ଗାଙ୍ଗୁଲି।
୧୧-ରାଜ୍ୟସଭାରେ ହଙ୍ଗାମା କରିଥିବା ସାଂସଦଙ୍କ ଉପରେ ସଭାପତିଙ୍କ କାର୍ଯ୍ୟାନୁଷ୍ଠାନ । ୮ ସାଂସଦ ସପ୍ତାହେ ପାଇଁ ସସପେଣ୍ଡ । ଭେଙ୍କେୟା କହିଲେ : ଗୃହରେ ଏଭଳି ବ୍ୟବହାର ଲଜ୍ଜାଜନକ।
୧୨-କଟକ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ । ନିଆଁକୁ ଆୟତ କଲେ ଅଗ୍ନିଶମ କର୍ମଚାରୀ : ଚିକିତ୍ସାଧୀନ ଥିବା ୧୨୭ ରୋଗୀଙ୍କୁ କରାଗଲା ସ୍ଥାନାନ୍ତର, ସମସ୍ତେ ସୁରକ୍ଷିତ : ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ, ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର।
୧୩-ରିଜର୍ଭ ବ୍ୟାଙ୍କ ତଥ୍ୟ; ବର୍ଷକରେ ଏକ ଲକ୍ଷ ​କୋଟିରୁ ଅଧିକ ମୂଲ୍ୟର ଦୁଇ ହଜାର ଟଙ୍କିଆ ନୋଟ୍ ଗାଏବ
୧୪-ଏପ୍ରିଲ-ଅଗଷ୍ଟରେ ଚୀନ୍‌ରୁ ଆମଦାନୀ ୨୮% ହ୍ରାସ।
୧୫-କୋଭାସିଲ୍ଡର ୩ୟ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ।

Leave A Reply

Your email address will not be published.