ରାସ୍ତାକଡରେ ଦରବାର ଲଗାଇଲେ ଭୁବନେଶ୍ୱର ସାଂସଦ

0 534

ଖବର ଆଜିସକାଳର,ତାରିଖ ୧୨/୧୦/୨୦ ସୋମବାର।
୧-ଆଇପିଏଲ୍ -୨୦୨୦ : ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ୱିକେଟରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନସ୍।
୨-ତେୱତିଆ ଓ ପରାଗଙ୍କ ଦମଦାର ବ୍ୟାଟିଂ । ୫ ୱିକେଟରେ ବିଜୟ ହାସଲ କଲା ରାଜସ୍ଥାନ ରୟାଲ୍ସ
୩-ଆଜିଠୁ ଓଜେଇଇ : ୨୪ ସହରରେ ୫୯ ପରୀକ୍ଷା କେନ୍ଦ୍ର, ପରୀକ୍ଷା ଦେବେ ୮୦ ହଜାରଛାତ୍ରଛାତ୍ରୀ।
୪-୬୮ଟି ଶିକ୍ଷାନୁଷ୍ଠାନ ପାଇଁ ଆଜିଠୁ ଏକକ ପିଜି ପ୍ରବେଶିକା।
୫-ରାଜ୍ୟର ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି । ପ୍ରବଳ ବର୍ଷା ନେଇ ସତର୍କ ରହିବାକୁ ଚିଠି ଲେଖିଲେ ଏସଆରସି । ଯେକୌଣସି ସ୍ଥିତିର ମୁକାବିଲା ପାଇଁ ସଜାଗ ରହିବାକୁ ପରାମର୍ଶ ।
୬-କରୋନା ଟିକା କୋଭାକ୍ସିନର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ସଫଳ । ଓଡ଼ିଶାରେ ହେଉଥିବା ମାନବ ପରୀକ୍ଷଣର ମୁଖ୍ୟ କହିଲେ, ଦେଖାଯାଇନି ପାଶ୍ୱର୍ପ୍ରତିକ୍ରିୟା, ସୃଷ୍ଟି ହେଉଛି ଆଂଟିବଡି । ଖୁବଶୀଘ୍ର ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ।
୭-ଆକ୍ରମଣାତ୍ମକ ମୁଦ୍ରାରେ ଅପରାଜିତା । କାର୍ଯ୍ୟାଳୟ ସିଲ ପରେ ରାସ୍ତାକଡରେ ଦରବାର ଲଗାଇଲେ ଭୁବନେଶ୍ୱର ସାଂସଦ । କହିଲେ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଛନ୍ତି ଚିଠି, ପ୍ରମାଣ ସ୍ୱରୂପ ଦେଇଛି ଫଟୋ ଓ ଭିଡିଓ ।
୮-ଶୀତ ଋତୁରେ ଅଧିକ ବିପଦଜନକ ହୋଇପାରେ Covid-19: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ।
୯-ନଭେମ୍ବରରେ ମହିଳା ଆଇପିଏଲ୍‌: ୩ ଟିମ୍‌ର କ୍ୟାପ୍‌ଟେନ୍ ଓ ଖେଳାଳିଙ୍କ ନାଁ ଘୋଷଣା କଲା ବିସିସିଆଇ।
୧୦-ଭାରତ ତରଫରୁ ଶୋକ ସନ୍ଦେଶ ଦେବା ପାଇଁ ଦୁଇଦିନିଆ କୁଏତ ଗସ୍ତରେ ଗଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

୧୧-ପୁରୀ ବେଳାଭୂମିକୁ ମିଳିଲା ‘ବ୍ଲୁ ଫ୍ଲାଗ୍ ମାନ୍ୟତା’ ଟ୍ୱିଟ୍ କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ।
୧୨-୨୩ ରାଜ୍ୟ ଓ ୮ କେନ୍ଦ୍ର ଶାସିତ ଅଞ୍ଚଳରେ ଚାକିରି ବ୍ୟବସ୍ଥାରେ ପରିବର୍ତନ: ନିଯୁକ୍ତି ପାଇଁ ଲୋଡ଼ା ନାହିଁ ସାକ୍ଷାତକାର।
୧୩-TRP scam: ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକ ବ୍ୟାଙ୍କ ଖାତାକୁ ୧୧ ମାସରେ ଆସିଛି ୧ କୋଟି ଟଙ୍କା।
୧୪-ଅତି ଦ୍ରୁତଗାମୀ ଟ୍ରେନ୍‌ରୁ ନନ୍-ଏସି ସ୍ଲିପର୍ କୋଚ୍ ହଟାଯାଇ କେବଳ ଏସି କୋଚ୍ ଲାଗିବ: ରେଳ ମନ୍ତ୍ରାଳୟ।
୧୫-ଖୁବଶୀଘ୍ର RK ଫିଲ୍ମସ୍ ହେବ ସକ୍ରିୟ: ରଣଧୀର କପୁର କହିଲେ-ଏକ ‘ଲଭ୍ ଷ୍ଟୋରୀ’ ସିନେମାରୁ ଆରମ୍ଭ ହେବ ନୂଆ ଇନିଂସ୍‌, ସେ ଦେବେ ନିର୍ଦ୍ଦେଶନା।
୧୬-ଉପନିର୍ବାଚନ ପାଇଁ ବିଜେପି କଲା ପ୍ରାର୍ଥୀ ଘୋଷଣା: ବାଲେଶ୍ୱର ସଦରରୁ ମାନସ ଦତ୍ତ, ତିର୍ତ୍ତୋଲରୁ ଲଢ଼ିବେ ରାଜକିଶୋର ବେହେରା।
୧୭-ଫ୍ରେଞ୍ଚ ଓପନ: ନୋଭାକ ଜାକୋଭିକଙ୍କୁ ହରାଇ ରେଡ୍ କୋର୍ଟର ବାଦଶାହା ରାଫେଲ ନାଡାଲ ଜିତିଲେ ୨୦ତମ ଗ୍ରାଣ୍ଡସ୍ଲାମ ଟାଇଟଲ୍।
୧୮ଫାରୁଖ ଅବଦ୍ଦୁଲାଙ୍କ ବିବାଦୀୟ ବୟାନ: କହିଲେ-ଚୀନ ସହାୟତାରେ ଜମ୍ମୁ-କାଶ୍ମୀରକୁ ପୁଣି ଫେରିବ ଧାରା ୩୭୦।

Leave A Reply

Your email address will not be published.