ଆଉ ଦୁଇ ଲଘୁଚାପ ସୃଷ୍ଟି

0 303

ଖବର ଆଜି ସକାଳର, ତାରିଖ – ୧୪/୧୦/୨୦୨୦
୧. ଉନିଶ୍‌-ବିଶ୍‌ରେ ଲଢୁଥିଲେ; ଉନିଶ୍‌-ବିଶ୍‌ରେ ଚାଲିଗଲେ, ମାହାଙ୍ଗା ମାଟିର ଦୁଇ ଦିଗ୍ଗଜ ଶରତ-ମତଲୁବ୍ ।
୨. ନୂଆଦିଲ୍ଲୀ: ଦେଶରେ ଲଗାତାର କରୋନା ସଂକ୍ରମଣ ମାମଲା କମୁଛି । ନୂଆ ସଂକ୍ରମଣ ମାମଲା ୬୦ ହଜାରରୁ କମ୍ ରହିଛି ।
୩. ଚେନ୍ନାଇ ଚମକ ଫେରିଲା, ସନ୍‌ରାଇଜର୍ସର ପଞ୍ଚମ ପରାଜୟ ।
୪. ନୂଆଦିଲ୍ଲୀ: ସୀମା ବିବାଦର ସମାଧାନ ପାଇଁ ଭାରତ ଏବଂ ଚୀନ୍ ମଧ୍ୟରେ ହୋଇଥିବା ସପ୍ତମ କମାଣ୍ଡରସ୍ତରୀୟ ଆଲୋଚନାକୁ ଚୀନ୍ ସକରାତ୍ମକ ଏବଂ ଗଠନମୂଳକ ବୋଲି କହିଥିଲେ ମଧ୍ୟ ଏଲ୍‌ଏସିରୁ ସେନା ହଟାଇବା ନେଇ ସ୍ଥିତି ସ୍ପଷ୍ଟ କରିନାହିଁ ।
୫. ଉତ୍ତରପ୍ରଦେଶରେ ପୁଣି ଏକ ମହିଳା ବିରୋଧୀ ବର୍ବର କାଣ୍ଡ ଘଟିଛି । ଏକ ଦଳିତ ପରିବାରରେ ୩ ଝିଅ ତଥା ୩ ଭଉଣୀଙ୍କ ଉପରକୁ ଏସିଡ୍ ଆକ୍ରମଣ ହୋଇଛି ।
୬. ଅଲିମ୍ପିକ୍ସ ପ୍ରସ୍ତୁତି ସଂସଦୀୟ କମିଟିରେ ସସ୍ମିତ ଓ ଅନୁଭବ ।
୭. ବିହାର ବିଧାନସଭା ନିର୍ବାଚନ : ବିହାର ବିଧାନସଭା ନିର୍ବାଚନରେ ଲାଲୁ ପ୍ରସାଦ ଯାଦବଙ୍କ ଚମକ ଓ ଯାଦୁ ଦେଖିବାକୁ ମିଳିବନି ।
୮. ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହେବା ସହ ଦକ୍ଷିଣ- ପୂର୍ବ ମୁହାଁ ହୋଇଛି ଓ ତାହା ମଙ୍ଗବାର ରାତ୍ରି ସୁଦ୍ଧା ନର୍ସାପୁର ଓ ବିଶାଖାପାଟଣା ମଧ୍ୟ ଦେଇ କାକିନଡ଼ା ପାଖାପାଖି ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବ। ପୁଣି ବଙ୍ଗୋପ ସାଗରରେ ଆଉ ଦୁଇ ଲଘୁଚାପ ସୃଷ୍ଟି ହୋଇଛି
୯. ଆଇଏମଏଫର ପୂର୍ବାନୁମାନ- ଚଳିତ ବର୍ଷ ନିମ୍ନଗାମୀ ରହିବ ଅର୍ଥବ୍ୟବସ୍ଥା, କିନ୍ତୁ ୨୦୨୧ରେ ଚୀନକୁ ପଛରେ ପକାଇବ ଭାରତ ।
୧୦. ଦୁବାଇ ସଡ଼କରେ ବ୍ରିଟିଶ୍ ସିଙ୍ଗର ଗାଇଲେ ପଞ୍ଜାବୀ ଗୀତ । ବିଚ୍ ରାସ୍ତାରେ ‘ଦମା ଦମ୍ ମସ୍ତ କଲନ୍ଦର’ ଗୀତ ଗାଇ ଚର୍ଚ୍ଚାରେ ବ୍ରିଟିଶ୍ ଗାଇକା ।
୧୧. କରୋନା ମୁକାବିଲା : ବିଭିନ୍ନ ଭାକସିନର ଚାଲିଛି ହ୍ୟୁମାନ୍ ଟ୍ରାଏଲ୍ ।
୧୨. ଫେଷ୍ଟିଭ୍ ସିଜନରେ ରେଳବାଇର ଉପହାର; ଅକ୍ଟୋବର ୨୦ରୁ ଚାଲିବ ୩୯୨ଟି ସ୍ପେଶାଲ୍ ଟ୍ରେନ୍
୧୩. ଓଡ଼ିଶା ସରକାର ରଗ୍‌ବୀ ଇଣ୍ଡିଆ ପ୍ରାୟୋଜକ।
୧୪. ଜିଏସଟି କ୍ଷତି ଭରଣା ପାଇଁ ଋଣ କରିବ ଓଡିଶା । ଜିଏସଟି କାଉନସିଲ୍ ବୈଠକ ପରେ ୨୦ଟି ରାଜ୍ୟକୁ ଅନୁମତି ଦେଲେ କେନ୍ଦ୍ର ସରକାର, ଖୋଲା ବଜାରରୁ ରାଜ୍ୟ କରିବ ୨ହଜାର ୮୫୮ କୋଟି ଟଙ୍କାର ଋଣ ।
୧୫. ହାଥରସ ଘଟଣା: ତରବରିଆ ଭାବେ ପୀଡ଼ିତାଙ୍କ ଶବ ସଂସ୍କାରକୁ ହାଇକୋର୍ଟଙ୍କ ନିନ୍ଦା ।
୧୬. ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭୁବନେଶ୍ୱର ଓ ପୁରୀରେ ଟ୍ୟାପ୍‌ରୁ ପାନୀୟ ଜଳ ମିଶନ ‘ସୁଜଳ’ ଲୋକାର୍ପିତ କରିଛନ୍ତି ।
୧୭. ସୀମାରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ-ଚାଇନା ରାଜି!
୧୮. ୨ ଗଣମାଧ୍ୟମ ଓ ୪ ଆଙ୍କରଙ୍କ ବିରୋଧରେ ଏକାଠି ହେଲା ପୂରା ବଲିଉଡ । ଦିଲ୍ଲୀ ହାଇକୋର୍ଟରେ ଅପିଲ, ଭାଷା ବ୍ୟବହାରରେ ଶାଳୀନତା ରଖିବାକୁ ନିର୍ଦ୍ଦେଶ ପାଇଁ ଅପିଲ ।
୧୯. କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର ଦିନ କହିଛି ଯେ କୋଭିଡ -୧୯ ସମ୍ବନ୍ଧୀୟ ମୃତ୍ୟୁରେ ୬୦ ବର୍ଷରୁ କମ୍ ଲୋକ ଅଛନ୍ତି ।
୨୦. ଆଜି ରାଜ୍ୟରୁ ମୋଟ୍ ୨୭୯୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି ।
୨୧. ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଲଗାଣ ବର୍ଷା ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ଅଘଟଣ ଘଟିଛି ।
୨୨. ଜାତୀୟ ଆଲୁମିନିୟମ କମ୍ପାନି ଲିମିଟେଡ(ନାଲ୍‌କୋ)ରେ ଡାକ୍ତର ପଦବୀ ନିମନ୍ତେ ଚାକିରି ବିଜ୍ଞପ୍ତି ପ୍ରକାଶ ପାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ନଭେମ୍ଵର ୨ ପୂର୍ବରୁ ଅନଲାଇନ୍ ଜରିଆରେ ଆବେଦନ କରିପାରିବେ ।
୨୩. ଆନ୍ଧ୍ର ଉପକୂଳ ଅତିକ୍ରମ କଲା ଅବପାତ, ଦକ୍ଷିଣ ଉପକୂଳରେ ପ୍ରବଳ ବର୍ଷିଲା, ଆଜିଠୁ କମିବ ।
୨୪. ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ ନେଇ ଧର୍ମେନ୍ଦ୍ରଙ୍କ ଟ୍ବିଟ୍‌, ଅମୃତ ଯୋଜନାରେ କେନ୍ଦ୍ରରୁ ମିଳିଛି ୮୮୫ କୋଟି ।
କରୋନା ଟିପ୍ସ୍ : ଆମ ସୁରକ୍ଷା ଆମ ଦାୟିତ୍ଵ କରୋନାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରଖିବା, ଏବଂ ବାରମ୍ବାର ହାତ ଧୋଇବା -ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଶା ସରକାର ।

 

Leave A Reply

Your email address will not be published.