କୁକୁଡା ଫାର୍ମରେ ଗଣଦୁଷ୍କର୍ମ !

0 413

କଟକ,୧୪/୧୦(ଏସ ଏସ ନିୟୁଜ) ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଗତିରାଉତପାଟଣା ଅଞ୍ଚଳରଏକ କୁକୁଡା ଫାର୍ମରେ ଜନୈକ ୧୫ବର୍ଷୀୟ ନାବାଳିକାଙ୍କୁ ୨୨ଦିନ ଧରି ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। କଟକ ଚାଇଲ୍ଡଲାଇନ ପକ୍ଷରୁ ଥାନାରେ ଏତଲା ଦାଏର କରାଯାଇଛି।

ପ୍ରକାସ ଯେ, ଗତିରାଉତପାଟଣାରୁ ଚାଉଳିଆଗଞ୍ଜ ଥାନା ପୋଲିସ ଜଣେ ୧୫ ବର୍ଷୀୟ ନାବାଳିକାଙ୍କୁ ଉଦ୍ଧାର କରି ଚାଇଲ୍ଡଲାଇନ୍ କୁ ହସ୍ତାନ୍ତର କରାଯାଇଥିଲା। ନାବାଳିକାଙ୍କୁ ସିଡବ୍ଲ୍ୟୁସି ସମ୍ମୁଖରେ ହାଜର କରାଯିବାପରେ ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଥିଲା । ପୀଡ଼ିତାନାବାଳିକା କୌଶଳକ୍ରମେ ସେଠାରୁ ଖସି ବିଳମ୍ବିତ ରାତିରେ ନିକଟସ୍ଥ  ହନୁମାନ ମନ୍ଦିର ପାଖରେ ବସିଥିବା ବେଳେ ପୋଲିସ ଉଦ୍ଧାର କରି ବିଡ଼ାନାସୀସ୍ଥିତ ବସୁନ୍ଧରାରେ ଛାଡ଼ିଥିଲା। ତେବେ ସିଡବ୍ଲ୍ୟୁସି ପକ୍ଷରୁ ପୀଡ଼ିତାଙ୍କୁ ଥଇଥାନ ସହ ଥାନାରେଏତଲା  ଦବାକୁ   ଚାଇଲ୍‌ଡ୍‌ଲାଇନକୁ ନିର୍ଦ୍ଦେଶ ଦିଆଯାଇଥିଲା ବୋଲି  ସଂଯୋଜକ ନାରାୟଣ ଶୁକ୍ଳା ସୂଚନା ଦେଇଛନ୍ତି।

 

 

Leave A Reply

Your email address will not be published.