ଥାନା ସମ୍ମୁଖରେ ମହିଳାଙ୍କ ବିକ୍ଷୋଭ

0 624

ବାରଙ୍ଗ,୧୬/୧୦(ଏସଏସନିୟୁଜ) ଜଣେ ନବମ ଶ୍ରେଣୀର ଛାତ୍ରୀଙ୍କୁ ଅପହରଣକରି ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଗତିରାଉତପାଟଣା ଅଂଚଳରେ ଦୀର୍ଘ ୨୨ଦିନ ଧରି ଗଣଦୁଷ୍କର୍ମ ଘଟଣା ପ୍ରତିବାଦରେ ଆଜି ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଙ୍ଗଠନଏ.ଆଇ.ଏମ୍‌.ଏସ୍‌.ଏସ୍ ପକ୍ଷରୁ ସାରା ଓଡିଶା ପ୍ରତିବାଦ ଦିବସ କରାଯାଇଛି।ଏହି ଉପଲକ୍ଷେ ଆଜି ବାରଙ୍ଗ ଠାରେ ପ୍ରତିବାଦ କାର୍ଯ୍ୟକ୍ରମ କରାଯାଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ,ରାଜ୍ୟ ବିଜେଡି ସରକାର ଓ କେନ୍ଦ୍ର ବିଜେପି ସରକାର ଆଜି ଛାତ୍ରୀ, ମହିଳା ଓ ଶିଶୁମାନଙ୍କୁ ସୁରକ୍ଷା ଯୋଗାଇ ଦେବାରେ ବିଫଳ ହୋଇଛନ୍ତି।ଗୋଟିଏ ପଟରେ ଅଶ୍ଳୀଳତା,ନଗ୍ନତା,ମଦ ଓ ଡ୍ରଗ୍‌ସର ପ୍ରଚାର ପ୍ରସାରକୁ ସରକାର ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ ପ୍ରୋତ୍ସାହନ ଦେଉଛନ୍ତି।ଅନ୍ୟ ଦିଗରେ ବିଭିନ୍ନ ବିଜ୍ଞାପନ, ଚଳଚିତ୍ର ମାଧ୍ୟମରେ ମହିଳାମାନଙ୍କୁ ଏକ ପଣ୍ୟ ଭାବରେ ଚିତ୍ରଣ କରାଯାଉଛି।ଅନେକ ସମୟରେ ବହୁ ନେତା ମନ୍ତ୍ରୀ କ୍ଷମତାର ଅପବ୍ୟବହାର କରି

ଦୋଷୀକୁ ଦଣ୍ଡ ଦେବାରେ ବିଳମ୍ବ କରିବା, କେତେକ କ୍ଷେତ୍ରରେ ଆଦୌ ଦଣ୍ଡ ନପାଇବା ଆଦି ଅପରାଧକୁ ପ୍ରୋତ୍ସାହିତ କରୁଛି।ଏହିଭଳି ସାମାଜିକ ବ୍ୟାଧିକୁ ରୋକିବା ପାଇଁ ଦୋଷୀକୁ ଦୃଷ୍ଟାନ୍ତମୂଳକ ଶାସ୍ତି ଦେବା ସହ ଅଶ୍ଳୀଳତା,ନଗ୍ନତା,ମଦ ମାଦକ ଦ୍ରବ୍ୟ,ଡ୍ରଗ୍‌ସ ଆଦିକୁ ନିଷିଦ୍ଧ କରିବା ଦାବିରେ ଶକ୍ତିଶାଳୀ ଗଣଆନ୍ଦୋଳନ ଗଢିତୋଳିବା ପାଇଁ ସଂଗଠନ ପକ୍ଷରୁ ଆହ୍ୱାନ ଦିଆଯାଇଛି।ମହିଳାମାନଙ୍କର ମର୍ଯ୍ୟାଦା ଓ ସମାନତା, ସୁରକ୍ଷା ପାଇଁ ଏକ ସାମାଜିକ-ସାଂସ୍କୃତିକ ଆନ୍ଦୋଳନ ସଂଗଠିତ କରିବା ପାଇଁ ଜନଗଣଙ୍କୁ ନିବେଦନ କରାଯାଇଛି।ଆଜିର ପ୍ରତିବାଦ କାର୍ଯ୍ୟକ୍ରମରେ ଏ.ଆଇ.ଏମ୍‌.ଏସ୍‌.ଏସ୍ ବାରଙ୍ଗ ଆଞ୍ଚଳିକ କମିଟିର ସଂପାଦିକା ଟିକା ସାମଲ,ଉପ-ସଭାପତି ମମତା ମହାପାତ୍ର, ଭାଗ୍ୟଲକ୍ଷ୍ମୀ ଓଝା,ରିନା ବିଶୋଇ,ଗୀତାଞ୍ଜଳି ବେହେରା ପ୍ରମୂଖ ଯୋଗ ଦେଇଥିଲେ।(ବାରଙ୍ଗରୁ ଗୌତମ ରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.