ସହାୟତାର ହାତ ବଢାଇଲେ ଡ.ପ୍ରତିଭା ମହାରଥି

0 281

ଡେଲାଙ୍ଗ ୨୧/୧୦ (ଏସଏସନିୟୁଜ) ଡେଲାଙ୍ଗ ଥାନା ଗଡମୋଟରୀ ପଂଚାୟତର ଗଣ୍ଡପଡା ଗ୍ରାମରେ ଦୁଇ ନାବାଳିକା ପୋଖରୀ ବୁଡି ମୃତ୍ୟୁ ଘଟଣାରେ ଆଜି ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ସହାୟତାର ହାତ ବଢାଇଛନ୍ତି ଡେଲାଙ୍ଗ- ପିପିଲିର ବିଧାୟକ ସ୍ୱର୍ଗତ ପ୍ରଦୀପ ମହାରଥିଙ୍କ ଧର୍ମପତ୍ନୀ ଡଃ.ପ୍ରତିଭା ମହାରଥି । ପ୍ରକାସ ଥାଉକି ଗତ ୭ ଅକ୍ଟୋବର ବୁଧବାର ସକାଳ ୯.୩୦ରେ ଗଣ୍ଡପଡା ଗ୍ରାମର ବିରଂଚି ବେହେରା ଙ୍କ ଝିଅ ଲିଜାରାଣୀ (୧୦) ଓ ବିଜୟ ବେହେରାଙ୍କ ଝିଅ ଦିପ୍ତିମୟୀ (୮) ଘର ପାଖରେ ପୋଖରୀକୁ ଗାଧେଇ ଯାଇଥିଲେ । ଅସାବଧାନତା ବସତଃ ପାଣିରେ ବୁଡି ପ୍ରାଣ ହରାଇଥିଲେ । ଏହି ଦୁଃଖଦ ଘଟଣା ସମଗ୍ର ଡେଲାଙ୍ଗ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଥିଲା । ଘଟଣା ସମ୍ପର୍କରେ ଅବଗତ ହୋଇ ଡ. ପ୍ରତିଭା ମହାରଥି ଆଜି ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଉଭୟ ପରିବାରକୁ ୧୦ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ,ମିଶନ ଶକ୍ତି ମହିଳା ମହାସଂଘ ସମ୍ପାଦିକା ବାସନ୍ତି ସାହୁ, ଗଡମୋଟରୀ ପଂଚାୟତ ସରପଂଚଙ୍କ ପ୍ରତିନିଧି ରମଣୀ ରଞ୍ଜନ ଚମ୍ପତିରାୟ ପ୍ରମୂଖ ଉପସ୍ଥିତ ରହିଥିଲେ ।ଡଃ ମହାରଥିଙ୍କ ଏଭଳି ମହତ୍ୱ କାର୍ଯ୍ୟକୁ ଗ୍ରାମବାସୀ ପ୍ରଶଂସା କରିଛନ୍ତି । ଆଗାମି ଦିନରେ ଡେଲାଙ୍ଗ -ପିପିଲି ଅଂଚଳରେ ଲୋକଙ୍କ ସେବା କରି ସ୍ୱର୍ଗତଃ ମହାରଥିଙ୍କ ଅଧୁରା ସ୍ୱପ୍ନକୁ ସାକାର କରିବାକୁ ଆଶା ପ୍ରକଟ କରିଛନ୍ତି ଡ. ମହାରଥି ।(ଡେଲାଙ୍ଗ ରୁ ଚିତଜେନାଙ୍କ ରିପୋର୍ଟ )

Leave A Reply

Your email address will not be published.