ଉଦଘାଟିତ ହେଲା ରାଜ୍ୟସ୍ତରୀୟ ଗଣ୍ଡରପୁର କପ୍ ଫୁଟବଲ ଟୁର୍ଣାମେଂଟ

0 266

ଭୁବନେଶ୍ୱର,୧/୧୨- ରବିବାରଦିନ ୧୬ତମ ରାଜ୍ୟସ୍ତରୀୟ ଗଣ୍ଡରପୁର କପ୍ ଫୁଟବଲ ଟୁର୍ଣାମେଂଟ ଗଣ୍ଡରପୁର ଖେଳପଡିଆରେ ଆରମ୍ଭ ହୋଇଛି । ଏହାକୁ ଆନୁଷ୍ଠାନିକ ଭାବେ ବାଙ୍କୀ ବିଧାୟକ ଦେବୀରଞନତ୍ରିପାଠୀ ଉଦଘାଟନ କରିଛନ୍ତି । ୮ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗୀତାରେ ସମୁଦାୟ ୨୪ଟି ଦଳ ଭାଗନେବେ । ଗ୍ରାମାଂଚଳ ଓ ସହରାଚଂଳ ବିଭାଗ ମାଧ୍ୟମରେ ଏହି ଟୁର୍ଣାମେଂଟ କରାଯାଉଛି । ଗ୍ରାମାଂଚଳରେ ୧୬ ଓ ସହରାଂଚଳରେ ୮ଟି ଦଳ ଅଂଶଗ୍ରହଣ କରିବାର ସିଦ୍ଧାନ୍ତ ହୋଇଛି ।

ଟୁର୍ଣାମେଂଟର ପ୍ରଥମଦିବସର ପ୍ରଥମମ୍ୟାଚ୍ ଗ୍ରାମାଂଚଳର ମହାବୀରକ୍ଲବ ନରଣପୁର ଓ  ମା ଚମ୍ପାନାହ।କାଣୀ କ୍ଲବ ପଦ୍ମକେଶରପୁର ମଧ୍ୟରେ ହୋଇଥିଲା । ଟ୍ରାଇବ୍ରେକର ସହୟତାରେ ବିଜେତା ବଛାଯାଇଥିଲା । ପଦ୍ମକେଶରପୁର ୫-୪ଗୋଲରେ ବିଜୟଲାଭ କରିଥିଲା ।ଦ୍ୱିତୀୟମ୍ୟାଚ୍ ସ୍ୱର୍ଣଦେବୀକ୍ଲବ ବଉଳକୁଦ ଓ ବାବା ବାନ୍ଛାମଣିକ୍ଲବ ଟାଙ୍ଗିବନ୍ତ ମଧ୍ୟରେ ହୋଇଥିଲା । ଟ୍ରାଇବ୍ରେକର ମାଧ୍ୟମରେ ସ୍ୱର୍ଣଦେବୀକ୍ଲବ୍ ୧-୦ଗୋଲରେ ବିଜୟଲାଭ କରିଥିଲା ।ସେହିପରି ସହରାଂଚଳରେ ସ୍ପୋର୍ଟସ ହଷ୍ଟେଲ କଟକ ସହ ଭୁବନେଶ୍ୱର ଇଲେଭେନ୍ ମଧ୍ୟରେ ହୋଇଥିଲା । ଇଲେଭେନ୍ ୨-୦ଗୋଲରେ ବିଜୟଲାଭ କରିଥିଲା ।ଏହି ଉଦଘାଟନି  ଉସବରେ ପୁର୍ବତନ କମିଶନର ଅରୁପ ପଟ୍ଟନାୟକ,ନନ୍ଦନକାନନଥାନା ଅଧିକାରୀ ପରମାନନ୍ଦନାୟକ ,ଟୁର୍ଣାମେଂଟର ଅଧକ୍ଷ ଅର୍ନ୍ତଯ୍ୟାମି କୁଅଁର ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ । ଗଣ୍ଡରପୁର ସ୍ପୋଟିଂୟୁଥ୍କକ୍ଲବଏହାକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.