ହେଲମେଂଟ ନଥିଲେ ବାତିଲ ହେବ ଡିଏଲ

0 345

ଖବର ଆଜିର,ତାରିଖ ୧୯-୧୧-୨୦ ଗୁରୁବାର ।
୧-ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନୂତନ ଶିକ୍ଷା କ୍ୟାଲେଣ୍ଡର ଖୁବ୍ ଶୀଘ୍ର ପ୍ରକାଶ ପାଇବ। ଚଳିତ ଶିକ୍ଷାବର୍ଷ ଦଶମ ଓ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି।
୨-ଘନ କୁହୁଡ଼ି ପାଇଁ ୧୨ଜିଲାକୁ ସତର୍କତା ଜାରି ।
୩-୧୦ କୋଟି ଟଙ୍କାର ଜୋରିମାନା ଭରି ଦେଲେ ଶଶିକଳା, ଜେଲ୍‌ରୁ ଖୁବ୍ ଶୀଘ୍ର ମୁକୁଳି ପାରନ୍ତି ।
୪-ସ୍ବାସ୍ଥ୍ୟ କର୍ମୀଙ୍କ ସହିତ ଗର୍ଭବତୀ ମହିଳା ଓ ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କୁ ଟୀକା ପ୍ରଦାନରେ ପ୍ରଥମିକତା ଦିଆଯିବ : ମୁଖ୍ୟମନ୍ତ୍ରୀ।
୫-ଫାଇନାଲ୍ ଷ୍ଟଡି ରିପୋର୍ଟ; ଫାଇଜର କରୋନା ଟିକା ସୁରକ୍ଷିତ ଓ ୯୫% ସଫଳ ।
୬-ହେଲମେଟ ନ ପିନ୍ଧି ଗାଡ଼ି ଚଳାଇଲେ ଜୋରିମାନା ସହ ବାତିଲ ହେବ ଡିଏଲ୍ ।
୭-ଭାରତ ସମ୍ପର୍କରେ ବାଇଡେନଙ୍କ ପ୍ରଥମ ପ୍ରତିକ୍ରିୟା; କରୋନା, ବିଶ୍ବ ସମସ୍ୟାର ମିଳିତ ମୁକାବିଲା କରିବୁ ।
୮-ପାଟଣାଗଡ ଗଣହତ୍ୟା ମାମଲାର ପର୍ଦ୍ଦାଫାସ, ୭ ଗିରଫ ।
୯-ଓଡିଶା ପାଇଲା ଶ୍ରେଷ୍ଠ ସମୁଦ୍ର ତଟବର୍ତ୍ତୀ ରାଜ୍ୟ ପୁରସ୍କାର ।
୧୦-ଆମେରିକାର ପ୍ରେସିଡେଂଟ ଇଲେକ୍ଟ ଜୋ ବାଇଡେନଙ୍କୁ ଫୋନ କଲେ ପ୍ରଧାନମନ୍ତ୍ରୀ । ନିର୍ବାଚନରେ ବିଜୟ ପାଇଁ ଶୁଭେଚ୍ଛା ଜଣାଇଲେ ମୋଦି ।
୧୧-ଦିଲ୍ଲୀରେ କରୋନା ସ୍ଥିତି ଅସମ୍ଭାଳ । ୨୪ ଘଂଟାରେ ୬ହଜାରରୁ ଅଧିକ ସଂକ୍ରମିତ, ୯୯ ମୃତ । ନୋଏଡା ସୀମାରେ ଆରମ୍ଭ ହେଲା ରେଣ୍ଡମ ଟେଷ୍ଟିଂ ।
୧୨-ବିଧାନସଭାରେ ପ୍ରଶ୍ନ କରିପାରିବେନି ବିଧାୟକ । ପ୍ରଶ୍ନକାଳ ବାତିଲ ନେଇ ସୂଚନା ଦେଲେ ବାଚସ୍ପତି । କୋଭିଡ କଟକଣା ଭିତରେ ସାଢେ ୪ ଘଣ୍ଟା ଚାଲିବ ଗୃହ ।
୧୩-ପ୍ରଥମ ଥର ଲାଗି ‘୨୦୨୨ କମନ୍‌ୱେଲ୍‌ଥ୍ ଗେମ୍‌ସ୍‌’ରେ ସାମିଲ ହେବ ମହିଳା କ୍ରିକେଟ୍: ‘ଆଇସିସି’ ।
୧୪-ରାଜ୍ୟର ୭ ଜିଲ୍ଲାରେ ଦୈନିକ କରୋନା ସଂକ୍ରମଣ ୧୦ ତଳେ .।
୧୫-ଜାମ୍ମୁ ଓ କାଶ୍ମୀରର ପୁଲଓ୍ଵାମାରେ ଆତଙ୍କୀ ଆକ୍ରମଣ: ସୁରକ୍ଷାବଳ ଉପରକୁ ଗ୍ରେନେଡ ମାଡ, ୧୨ ସ୍ଥାନୀୟ ଲୋକ ଆହତ ।

 

Leave A Reply

Your email address will not be published.