ବାରଙ୍ଗରେ ପୁଣି କରୋନାର ଭୟ ,୮ପଜିଟିଭ ଚିହ୍ନଟ

0 369

ବାରଙ୍ଗ,୨୦/୧୧(ଏସ୍‌ଏସ୍‌ନିୟୁଜ)ପୁଣି ବାରଙ୍ଗରେ କରୋନା ତାର ପ୍ରକୋପ ଦେଖାଇବା ଆରମ୍ଭ କରିଛି । ଦୀର୍ଘଦିନର ବ୍ୟବଧାନ ପରେ କରୋନାକୁ ନେଇ ବାରଙ୍ଗ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଆଜି ବାରଙ୍ଗ ଅଂଚଳରୁ ୮ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ଲୋକ ମାନେ ଛାନିଆ ହୋଇପଡିଛନ୍ତି ।ଗତକିଛିଦିନ ହେବ ବାରଙ୍ଗବ୍ଲକର ବେଲ ଗଛିଆ ପଂଚାୟତରେ କେତେକ ଲୋକ ଜ୍ୱରରେ ଆକ୍ରନ୍ତ ହୋଇଔଷଧ ଖାଉଥିଲେ ମଧ୍ୟ ଜ୍ୱର କମିନଥିଲା । ଏ ବିଷୟରେ ବ୍ଲକ ପ୍ରଶାସନ ସୁଚନା ପାଇ ମହିଧରପଡା ସ୍ୱାସ୍ଥ୍ୟକେନ୍ଦ୍ରକୁ ଖବର ଦେବାପରେ ଏକ ଡାକ୍ତରୀଦଳ ଆସି ନମୁନା ସଂଗ୍ରହ କରିଥିଲେ ।ଏହି ଡାକ୍ତରୀଦଳ ବେଲଗଛିଆ ଓ ରାମ ଦାସପୁର ପଂଚାୟତରୁ ୨୩୩ଟି ନମୁନା ସଂଗ୍ରହ କରିଥିଲେ ।ଏହି ନମୁନା ମଧ୍ୟରୁ ୧୮୫ଜଣଙ୍କର ରିପୋର୍ଟ ଆସିଥିବାବେଳେ ସେଥିମଧ୍ୟରୁ ୮ଜଣଙ୍କର ପଜିଟିଭ ବାହାରିଥିବାର ଜଣାପଡିଛି ।ଏହି ପଜିଟିଭ ମଧ୍ୟରେ ବେଲଗଛିଆ ପଂଚାୟତରୁ ୭ଜଣ ଓ ରାମଦାସପୁର ପଂଚାୟତରୁ ଜଣଙ୍କୁ ମିଶାଇ ୮ଜଣଙ୍କର ପଜିଟିଭ ଜଣାପଡିଛି ବୋଲି ବାରଙ୍ଗବ୍ଲକ ବିଡିଓ ପ୍ରଭାକର ପଣ୍ଡା କହିଛନ୍ତି ।ତେବେ ଏହାପରେ ବାରଙ୍ଗ ଅଂଚଳପାଇଁ ପୁଣି ବିପଦ ସୃଷ୍ଟି ହୋଇଛି ।(ବାରଙ୍ଗରୁ ଗୌତମ ରାଉତଙ୍କ ରିପୋର୍ଟ )

Leave A Reply

Your email address will not be published.