ଜଳପଥରେ ଦମ୍ ଦେଖାଇଲେ ୪ ଦେଶ

ଚୀନକୁ ଚେତାବନୀ : ଆକାଶରେ ଗର୍ଜିଲେ ଭାରତ-ଆମେରିକା ଯୁଦ୍ଧ ଜେଟ୍

0 283

ଆଜିର ଖବର, ତାରିଖ ୨୧-୧୧-୨୦ ଶନିବାର।
୧-ହାଇକୋର୍ଟରେ ପୁରୀ ହାଜତ ମୃତ୍ୟୁ ମାମଲା । ସରକାରଙ୍କୁ ରିପୋର୍ଟ ତଲବ, ଆସନ୍ତା ସୋମବାର ପରବର୍ତ୍ତୀ ଶୁଣାଣୀ ।
୨-ପୁରୀ ଏସ୍‌ପି ଅଖିଳେଶ୍ବର ସିଂହ ବଦଳିଲେ : କେ ବିଶାଲ ସିଂହ ନୂଆ ଏସ୍‌ପି ।
୩-ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବ ଶୁକ୍ରବାର ପୂର୍ବାହ୍ନରେ କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। 
୪-ଦକ୍ଷିଣ ଭାରତକୁ ଭାରତ ଦର୍ଶନ ସ୍ୱତନ୍ତ୍ର ଟ୍ରେନ୍, ଜାନୁଆରି ୨ରୁ ଭୁବନେଶ୍ୱରରୁ ଦକ୍ଷିଣ ଭାରତକୁ ଯାତ୍ରା ।
୫-ସୀମା ବିବାଦ ତୁଟୁନି: ଗୁଗଲ ମ୍ୟାପ୍‌ରେ ଗଫଲତି କରି ଓଡିଶା ଅଞ୍ଚଳରେ ଆଖି ପକାଉଛି ଆନ୍ଧ୍ର, ସମାଧାନର ଦୁଇ ଦିନ ପରେ ଓଡିଶା ଇଲାକାରେ ପତାକା ପୋତିଲେ ଆନ୍ଧ୍ର ଲୋକେ ।
୬-ବିଶ୍ୱ ରେକର୍ଡ ବୁକ୍‌ରେ ୩ ବର୍ଷର ଶିଶୁ, ୪ଟି ଭାଷାରେ ୩୬ଟି ରାଇମ୍‌ସ ଗାଇ ପାରୁଛନ୍ତି କେ. ସାଇ ପ୍ରତ୍ୟୁଷ ।
୭-ରାଜ୍ୟ ସରକାର ୨୦୨୦-୨୧ ଆର୍ଥିକବର୍ଷ ପାଇଁ ୧୧,୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ପ୍ରସ୍ତୁତ କରିଛନ୍ତି। 
୮-ରାଜଧାନୀ ଦିଲ୍ଲୀରେ କୋଭିଡ ବିରୋଧରେ ସବୁଠୁ ବଡ ଲଢେଇ । ଆରମ୍ଭ ହେଲା ଡୋର ଟୁ ଡୋର ସର୍ଭେ । ୫୭ଲକ୍ଷ ଲୋକଙ୍କ ତଥ୍ୟ ସଂଗ୍ରହ କରିବ ସ୍ୱାସ୍ଥ୍ୟ ବିଭାଗ ।
୯-ଚୀନ ସମର୍ଥନର ଅଭିଯୋଗ ଆଣି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ଠାରୁ ଅଲଗା ହୋଇଥିଲେ ଡୋନାଲ୍ଡ ଟ୍ରମ୍ପ, କିନ୍ତୁ ରାଷ୍ଟ୍ରପତି ଭାବେ ନର୍ବାଚିତ ହେବା ପରେ ହୁ ସହ ମିଶି କାମ କରିବାକୁ ଘୋଷଣା କରିଛନ୍ତି ନବନିର୍ବାଚିତ ଜୋ ବାଇଡେନ।
୧୦-ହାଇକୋର୍ଟ ପକ୍ଷରୁ ସାନି ବିଜ୍ଞପ୍ତି : ଜାନୁଆରି ୮ ପର୍ଯ୍ୟନ୍ତ  ଭିଡିଓ କନଫରେନ୍ସିଂରେ ଶୁଣାଣି ।
୧୧-ସୁରକ୍ଷାକର୍ମୀଙ୍କ ଅସାଧାରଣ ସାହସିକତା ଓ ପରାକ୍ରମ ଯୋଗୁଁ ଦେଶ ଏକ ବଡ ଆତଙ୍କବାଦୀ ଆକ୍ରମଣରୁ ରକ୍ଷା ପାଇଲା : ମୋଦୀ ।
୧୨-ଅଁଳା ନବମୀରେ ରାଧାଦର୍ଶନ ମନା । କୋଭିଡ କଟକଣାରେ ରାତିନୀତି କରିବା ପାଇଁ ନିଷ୍ପତି । ଏଥର ରାଧାପାଦ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ ।
୧୩-ଚୀନକୁ ଚେତାବନୀ : ଜଳପଥରେ ଦମ୍ ଦେଖାଇଲେ ୪ ଦେଶର ନୌସେନା, ଆକାଶରେ ଗର୍ଜିଲେ ଭାରତ-ଆମେରିକା ଯୁଦ୍ଧ ଜେଟ୍ ।
୧୪-ଦେଶରେ ଫେବ୍ରୁଆରୀ ମାସରେ ଦିଆଯିବ ପ୍ରଥମ ପର୍ଯ୍ୟାୟ ଅକ୍ସଫୋର୍ଡ ଟିକା । ପୁନାୱାଲା କହିଲେ ଦୁଇ ଡୋଜକୁ ପଡ଼ିବ ହଜାରେ ଟଙ୍କା
୧୫-ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଆମେରିକା ସରକାରଙ୍କୁ ଅନୁମତି ମାଗିଲା ଫାଇଜର ।
୧୬-+୨ରେ ଖାଲିପଡ଼ିଛି ୧.୨୫ ଲକ୍ଷ ସିଟ୍ ।

Leave A Reply

Your email address will not be published.