ଆଜିର ରାଶିଫଳ

ଜୁଲାଇମାସ ୨୬ତାରିଖ ୨୦୨୪ ମସିହା(ଶୁକ୍ରବାର) ଶ୍ରାବଣମାସ- କୃଷ୍ଣପକ୍ଷ,ତିଥି- ଷଷ୍ଠୀ ରାତ୍ରି ଘ ୧୧/୪୪ ଗତେ ସପ୍ତମୀ,ନକ୍ଷତ୍ର- ଉତ୍ତର ଭାଦ୍ର ଦିବା ଘ୦୩/୨୦ ଗତେ ରେବତୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୨୪/୪୫,
ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୬/୨୨/୩୪,ଯୋଗିନୀ ପଶ୍ଚିମେ ରାତ୍ରି ଘ ୧୧/୪୪ ଗତେ ବାୟବ୍ୟେ,ଷଷ୍ଠୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ଧନୁରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୦୮/୩୮ ଗତେ ଘ୧୧/୫୨ ମଧ୍ୟେ,
ମୃତେ ରାତ୍ରି ଘ୧୧/୪୪ ଗତେ ଏକପାଦପୁଷ୍କର ଦୋଷ,ବିଶୁଦ୍ଧ ଅମୃତବେଳା- ଦିବା ୦୭/୦୧ ମଧ୍ୟେ ଓ ୧୧୧/୩୬ଗତେ ଘ୦୨/୧୩ମଧ୍ୟେ ଓ ୦୩/୪୮ଗତେ ଘ୦୫/୨୫ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରି ଘ ୧୧/୦୭ଗତେଘ୧୧/୫୫ମଧ୍ୟେ,ନିମ୍ବଭକ୍ଷଣ ନିଷେଧ।
ମେଷ👉ଆଜି ସକାଳୁ ସକାଳୁ ଦେବଦର୍ଶନ ର ସୁଯୋଗମିଳିବ ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଅଧିକ ଭଲ ହେବ ଯେଉଁକାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ।
ବୃଷ👉ଦେବୀଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଧାର୍ମିକ ଆୟୋଜନରେ ଆପଣଙ୍କୁ ସେବା କରିବାର ଅବସର ମିଳିବ। ବ୍ୟବସାୟ ଲାଗି ଦିନଟି ଭଲ ରହିବ। ଅଫିସରେ କିଛି ଏଭଳି କାମ ହେବ ଯାହା ଦ୍ବାରା ଆପଣଙ୍କର ପ୍ରଶ˚ସା ହେବ।
ମିଥୁନ👉ଅଚାନକ କୌଣସି କଥାକୁ ନେଇ ମନୋଭାବ ଖରାପ ହୋଇପାରେ। ମାତାପିତାଙ୍କ ସେବା କରନ୍ତୁ, କାର୍ଯ୍ୟକ୍ଷେତ୍ରରେ ଉନ୍ନତି ଦେଖିବାକୁ ମିଳିବ। ମିତ୍ରଙ୍କ ଠାରୁ ଭଲ ଖବର ପାଇବେ। ବଡ଼ ବ୍ୟବସାୟର ସଉଦା ହାତରେ ଲାଗିପାରେ।
କର୍କଟ👉ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। ଆପଣଙ୍କ ପ୍ରତିଦ୍ବନ୍ଦ୍ବୀ ଶାନ୍ତରହିବେ। ଚାକିରି ତଲାସରେ ଥିବା ବ୍ୟକ୍ତିଙ୍କୁ ଭଲଖବର ମିଳିବ।ଯୌଥ ବ୍ୟବସାୟରୁ ଭଲ ଲାଭ ହେବ।ପ୍ରେମରେ ସଫଳତା ମିଳିବ।
ସି˚ହ👉ମନରେ ଦ୍ବନ୍ଦ୍ବ ରହିବ କିନ୍ତୁ ବ୍ୟବହାର ମଧୁର ରହିବ। କୌଣସି ସମସ୍ୟାର ସମାଧାନ ଲାଗି ଦିନଟି ଭଲ। ଲୋକେ ସାହାଯ୍ୟ ସହଯୋଗର ହାତ ବଢ଼ାଇଦେବେ। ମହିଳାମାନେ ଜରୁରୀ ଜିନିଷପତ୍ର କିଣିବାରେ ବ୍ୟସ୍ତରହିବେ।
କନ୍ୟା👉ଆଜି ଆପଣଙ୍କ ମନ ଅଶାନ୍ତି ରହିବା ସହ ଭାବନା ରଚନାତ୍ମକ ରହିବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ଆହୁରି ମଧୁରହେବ।କୌଣସି କ˚ପାନିରେ ଚାକିରିର ସୁଯୋଗମିଳିପାରେ।ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ।
ତୁଳା👉ନୂଆ ଆହ୍ବାନର ସାମନା କରିବେ। କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ; ଅସୁବିଧାର ସମ୍ମୁଖୀନ ହେବେ। ବ୍ୟବସାୟୀମାନେ ବଡ଼ ଡିଲ୍‌ କରିପାରନ୍ତି। ବଜେଟକୁ ଧୢାନ ରଖି ଖର୍ଚ୍ଚ କରନ୍ତୁ। ଘରକୁ ଅତିଥି ଆସିବେ।
ବିଛା👉 ଦିନଟି ଆପଣଙ୍କଲାଗି ଅନୁକୂଳ ରହିବ।ଘର ଓ ଦୋକାନରେ ଲାଗିରହିଥିବାସମସ୍ୟାର ସମାଧାନ ହେବ।ଅଫିସରେ ବାତାବରଣ ଅନୁକୂଳରହିବ।ମହତ୍ତ୍ବ ପୂର୍ଣ୍ଣ ଲୋକଙ୍କ ସହିତ ଯୋଗାଯୋଗ ହୋଇପାରେ।
ଧନୁ👉ସାବଧାନର ସହ କାମ କରନ୍ତୁ, ଲାଭ ପାଇବେ। ବ୍ୟସ୍ତତାରେ ରହିବା ସତ୍ତ୍ବେ ଅୟସ ପାଇଁ ସମୟ ବାହାର କରିନେବେ। କୌଣସି ନୂଆ ଲୋକଙ୍କ ସହିତ ବନ୍ଧୁତା କରିବେ। ପରିବାର ସମ୍ବନ୍ଧୀୟ କୌଣସି କାମ ପୂରା ହୋଇପାରେ।
ମକର👉ପୂରାଦିନ ଆପଣଙ୍କ ମନ ପ୍ରସନ୍ନ ରହିବ। ପରିବାରଜନଙ୍କ ସହଯୋଗ ମିଳିବ।କାମକୁ ପୂରା କରିବା ଲାଗି ନୂଆଯୋଜନା କରିବେ ଏବ˚ ତହିଁରୁ ଲାଭପାଇବେ।ପ୍ରେମପ୍ରସଙ୍ଗ ଓ ବ୍ୟବସାୟରେ ରେ ସଫଳତା ମିଳିବ।
କୁମ୍ଭ👉 ଦିନଟି ଆପଣଙ୍କ ଲାଗି ଖଟାମିଠା ରହିବ। ବ୍ୟବସାୟରେ ପୂରା ହେବାକୁ ଯାଉଥିବା କାମରେ ବାଧା ଉତ୍ପନ୍ନ ହେବ। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ପରିବାରର ସ୍ନେହ ଓ ଜୀବନସାଥୀଙ୍କ ଠାରୁ ଖୁସି ପାଇବେ।
ମୀନ👉ଆପଣଙ୍କନିଷ୍ପତ୍ତିରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ।ଅଫିସରେ ଲାଗିରହିଥିବା ବିଶୃଙ୍ଖଳାର ସମାଧାନ ହୋଇଯିବ।ବ୍ୟବସାୟରୁ ଆଶାଠୁଁ ଅଧିକ ଲାଭ ହେବ।ପ୍ରେମସମ୍ପର୍କରେ ମଧୂରତା ସହ ସିକୃତି ମିଳିପାରେ।

ଶ୍ରାବଣରେ ଭାଗ୍ୟବାନଲୋକଙ୍କୁ ହିଁ ଆସେ ୫ସ୍ୱପ୍ନ
ଶ୍ରାବଣମାସ ଭଗବାନଶିବଙ୍କୁ ସମର୍ପିତ ହୋଇଥାଏ, ଏହିସମୟରେ ଭଗବାନବିଷ୍ଣୁ ଯୋଗନିଦ୍ରାରେ ରହିଥାନ୍ତି ଏବଂ ପ୍ରଭୁଭୋଳାନାଥ ସୃଷ୍ଟିର କାର୍ଯ୍ୟଭାର ସମ୍ଭାଳିଥାନ୍ତି ।ଏଥିପାଇଁ ଶ୍ରାବଣରେ ଭଗବାନଶିବଙ୍କ ପୂଜାର୍ଚ୍ଚନାଦ୍ୱାରା ଫଳପ୍ରାପ୍ତି ହୋଇଥାଏ ।ଏହାସହ ଯଦି ଶ୍ରାବଣମାସରେ ଅପଣଙ୍କୁକିଛି ବିଶେଷସ୍ୱପ୍ନ ଅସେ, ତେବେ ଏହାକୁ ଭଗବାନଶିବଙ୍କ କୃପାର ସଂକେତବୋଲି ଧରାଯାଏ ।ଆସନ୍ତୁ ବିସ୍ତୃତରେଜାଣିବା ଏହିପରି ପାଞ୍ଚସ୍ୱପ୍ନ ବିଷୟରେ ଯାହାକୁ ଭଗବାନଶିବଙ୍କ ସଂକେତବୋଲି କୁହାଯାଏ ।
ଧ୍ୟାନମୁଦ୍ରାରେ ଭଗବାନଶିବଙ୍କ ସ୍ୱପ୍ନ –ଯଦି ଶ୍ରାବଣମାସରେ ଆପଣ ନିଜ ସ୍ୱପ୍ନରେ ଭଗବାନଶିବଙ୍କୁ ଧ୍ୟାନମୁଦ୍ରା ବସିଥିବା ଦେଖନ୍ତି, ତେବେ ଭୋଳାନାଥଙ୍କ ଅପାରକରୁଣା ଆପଣଙ୍କ ଉପରେବର୍ଷା ହୋଇପାରେ । ଏହିପରି ସ୍ୱପ୍ନଆସିବା ଦ୍ୱାରା ଆପଣ ସମାଜରେ ପ୍ରତିଷ୍ଠା ପାଇପାରନ୍ତି, ଅନେକ ବଡ଼ଉପଲବ୍ଧି ପାଇପାରନ୍ତି ।ଏହାସହ ଏପରି ସ୍ୱପ୍ନଆସିବାଦ୍ୱାରା ଆପଣଙ୍କ ଆଧ୍ୟାତ୍ମିକବିକାଶ ମଧ୍ୟ ହୋଇପାରିବ ।
ଧଳାସାପର ସ୍ୱପ୍ନଦେଖିବା-ଶ୍ରାବଣମାସରେ ଧଳାସାପ ସ୍ୱପ୍ନଆସିବା ଶୁଭଧରାଯାଏ ଏବଂ ଏହା ଭଗବାନଶିବଙ୍କ କୃପାର ପ୍ରତୀକଅଟେ । ଏହି ସ୍ୱପ୍ନ ଏହାମଧ୍ୟ ସଂକେତଦିଏ ଯେ ଭଗବାନଶିବ ଆପଣଙ୍କ ରକ୍ଷା କରୁଛନ୍ତି ।
ଶିବଲିଙ୍ଗର ସ୍ୱପ୍ନ –ଯଦି ଶ୍ରାବଣ ମାସରେ ଆପଣ ସ୍ୱପ୍ନରେ ଶିବଲିଙ୍ଗଙ୍କୁ ଦେଖନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ସଂକେତ ଅଟେ । ଶିବଲିଙ୍ଗର ସ୍ୱପ୍ନ ଦର୍ଶାଉଛି ଯେ ଭଗବାନଙ୍କ ବିଶେଷ କୃପା ଆପଣଙ୍କ ଉପରେ ରହିଛି । ଏହି ସ୍ୱପ୍ନ ଆପଣଙ୍କ ଆଧ୍ୟାତ୍ମିକ ବିକାଶକୁ ଦର୍ଶାଇଥାଏ । ଏହି ସ୍ୱପ୍ନ ଆସିବା ଦ୍ୱାରା ଆପଣଙ୍କ ଘର ପରିବାରେ ଖୁସି ଏବଂ ସୁଖ-ସମୃଦ୍ଧି ଆସିପାରେ ।
ଗଙ୍ଗାନଦୀର ସ୍ୱପ୍ନ-ଶ୍ରାବଣମାସରେ ଗଙ୍ଗାନଦୀକୁ ସ୍ୱପ୍ନରେଦେଖିବା ଅତ୍ୟନ୍ତଶୁଭ ହୋଇଥାଏ ।ଗଙ୍ଗାମାତା ଭଗବାନଶିବଙ୍କ ଜଟାରେ ବିଜାରମାନ ତେଣୁ ଏହିସ୍ୱପ୍ନ ଏହା ମଧ୍ୟ ସଂକେତଦେଉଛିଯେ ମାନସିକରୂପେ ଆପଣଙ୍କମଧ୍ୟରେ ସକାରାତ୍ମକପରିବର୍ତ୍ତନ ଆସିପାରେ ।ଏହାସହ ଆପଣଙ୍କ ସମସ୍ୟାର ସମାଧାନ ମଧ୍ୟ ହୋଇପାରେ ।
ତ୍ରିଶୂଳରସ୍ୱପ୍ନ ଆସିବା-ତ୍ରିଶୂଳ ଭଗବାନଶିବଙ୍କ ପ୍ରମୁଖ ହତିଆର ଏବଂ ଶ୍ରାବଣମାସରେ ଯଦି ଏହା ଆପଣଙ୍କ ସ୍ୱପ୍ନରେଆସନ୍ତି ତେବେ ଏହାକୁ ଶୁଭସଂକେତ ଧରାଯାଏ ।ଏହିସ୍ୱପ୍ନ ଏହା ମଧ୍ୟ ସଂକେତ ଦେଉଛିଯେ, ଆପଣଙ୍କ ଜୀବନରକଷ୍ଟ ଦୂରହେବ ଏବଂ ଆପଣଙ୍କୁ ସଫଳତା ମିଳିବ ।
Disclaimer:-ଏଠାରେ ଦିଆଯାଇଥିବା ସୂଚନା ଧାର୍ମିକଆସ୍ଥା ଏବଂ ଲୋକମାନ୍ୟତା ଉପରେ ଆଧାରିତଅଟେ ।ଏହାର କୌଣସି ବି ବୈଜ୍ଞାନିକପ୍ରମାଣ ନାହିଁ ।କୌଣସିକଥାର ସତ୍ୟତାର ପ୍ରମାଣ ଦେଉନାହିଁ !!ଜୟଜଗନ୍ନାଥ,ଜୟସୋମନାଥ,ଜୟମାଯୋଗମାୟା!!

- Advertisement -

Leave A Reply

Your email address will not be published.