ଆସିଲା ‘ସୁନ୍ଦରୀ ରାୟ

0 447

ଖବର ଆଜିରତାରିଖ ୨୪-୧୧-୨୦ ମଙ୍ଗଳବାର
୧-ବ୍ୟକ୍ତିଗତ ସମସ୍ୟାକୁ ଆଡେଇ ଦେଇ ରାଜକାର୍ଯ୍ୟ ପାଇଁ ଆଗେଇ ଆସିଲେ ରାଜ୍ୟପାଳ । ପତ୍ନୀଙ୍କ ବିୟୋଗ ପରେ ବି ଅଟକିଲାନି ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସାକ୍ଷତକାର ।
୨-ରାଜ୍ୟର ୬ଟି ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ।
୩-CBSE ପ୍ରାକ୍ଟିକାଲ୍ ପରୀକ୍ଷା ତାରିଖ ଘୋଷିତ, ଝଙଚ ଜାରି, ବୋର୍ଡ଼ ପରୀକ୍ଷା ବାତିଲ କିମ୍ବା ଆଗକୁ ଘୁଞ୍ଚାଇବାର ପ୍ରସ୍ତାବ ନାହିଁ।
୪-ଗ୍ରାମାଞ୍ଚଳ ପିଲାଙ୍କ ଚିନ୍ତା ବଢ଼ାଇଲା ସରକାରଙ୍କ ସ୍କୁଲ ବନ୍ଦ ନିଷ୍ପତ୍ତି । ଉଠିଲା ପ୍ରଶ୍ନ, ସରକାରୀ ସ୍କୁଲରେ ପାଠ ପଢୁଥିବା ପିଲା ଗଲେ କୁଆଡେ? ଶିକ୍ଷାବିତ୍ କହିଲେ, ସରକାରୀ ସ୍କୁଲରେ କମୁଛି ମାନ, ଘରୋଇ ସ୍କୁଲ ପ୍ରତି ବଢୁଛି ଆଗ୍ରହ ।
୫-୨୫ରେ ତାମିଲନାଡୁ ଉପକୂଳ ଅତିକ୍ରମ କରିବ ସାମୁଦ୍ରିକ ବାତ୍ୟା ‘ନିଭାର’: ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳ ବର୍ଷିବ ।
୬-ଭାରତ ପାଇଁ ଭଲ ଖବର । ୯୦ ପ୍ରତିଶତ ପର୍ଯ୍ୟନ୍ତ ଫଳପ୍ରଦ ଅକ୍ସଫୋର୍ଡ ଟିକା ଦାବି କଲେ ଟିକା ନିର୍ମାତା ।
୭-କରୋନା ମହାମାରୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ।
୮-ଅବସର ପରେ ପୁନଃନିଯୁକ୍ତି ପାଇବେନି ଲୋକାୟୁକ୍ତ ଅଧ୍ୟକ୍ଷ କିମ୍ବା ସଦସ୍ୟ, ୫ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବାକୁ ବି ମନା ।
୯-ରେଙ୍ଗାଲି ତହସିଲ ଅଫିସ୍ ପୋଡ଼ି ଘଟଣାରେ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ । ମିଛ ଦସ୍ତାବିଜ ଦେଇ ୨ ଏକର ଜମି ଠକି ନେଇଛନ୍ତି ଦଲାଲ୍, ପରିବାର ଲୋକ କହିଲେ ଅଭିଯୋଗ ପରେ ବି ଶୁଣିଲାନି ପ୍ରଶାସନ
୧୦-ଆସିଲା ‘ସୁନ୍ଦରୀ’ ରାୟ : ଓଡ଼ିଶାରୁ ଫେରିଯିବ, କାହ୍ନାରେ ରହିବ ।
୧୧-ଅନ୍‌ଲାଇନ୍ ଶିକ୍ଷାଦାନରେ ୩୧.୦୯% ଛାତ୍ରଛାତ୍ରୀ ଉପକୃତ ।
୧୨-ସୁନା ଋଣ ସଂସ୍ଥାରୁ ଲୁଟକୁ ନେଇ ବଢୁଛି ସନ୍ଦେହ । ୪ ବର୍ଷ ତଳେ ସମାନ ଢଙ୍ଗରେ ରାଉରକେଲା ଆଇଆଇଏଫଏଲରୁ ଚୋରି ହୋଇଥିଲା ୨ କୋଟି ଟଙ୍କା ।
୧୩-କଙ୍ଗନାଙ୍କ ମୁମ୍ବାଇ ସ୍ଥିତ ଘର ଭାଙ୍ଗିବା ଘଟଣା: ଆସନ୍ତା ୨୬ରେ ରାୟ ପ୍ରକାଶ କରିବେ ବମ୍ବେ ହାଇକୋର୍ଟ ।
୧୪-ଆଇନ୍ ଅନୁଯାୟୀ ଯଦି କୌଣସି ବ୍ୟକ୍ତି ବେଆଇନ୍ ଧର୍ମଘଟକୁ ପ୍ରୋତ୍ସାହନ ଦେଲେ ୧ ବର୍ଷ ଜେଲ ଓ ଦଣ୍ଡ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା : ଓଡ଼ିଶା ଅତ୍ୟାବଶ୍ୟକ ସେବା ସଂଶୋଧନ ବିଲ୍ ଆଜି ଓଡ଼ିଶା ବିଧାନସଭାରେ ପାରିତ ।
୧୫-ପରଲୋକରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ତରୁଣ ଗୋଗୋଇ
୧୬-କରୋନା ପଜିଟିଭ ଥିଲେ ମହାରାଷ୍ଟ୍ରକୁ ପ୍ରବେଶ ମନା । ବାହାରୁ ଆସୁଥିବା ଲୋକଙ୍କ ପାଇଁ କଟକଣା ଲଗାଇଲେ ଉଦ୍ଧବ ସରକାର ।
୧୭-କେବିସିର ତୃତୀୟ କୋଟିପତି ହେଲେ ଅନୁପା ଦାସ ।

Leave A Reply

Your email address will not be published.