ରାସ୍ତା କଡରୁ ମିଳିଲା ଡାଟା ଏଣ୍ଟ୍ରି ଅଫିସର ଙ୍କ ମୃତ ଦେହ

0 420

ବାରଙ୍ଗ,୧୨/୧୨(ଏସଏସନିୟୁଜ)କଟକ ଜିଲ୍ଲା ବାରଙ୍ଗ ଥାନା ଅଧୀନସ୍ଥ ବ୍ରାହ୍ମଣୀଗାଁ ନିକଟ ପଦ୍ମନାଭ ନଗରଗାଁ ମୁଣ୍ଡରେ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି ବାରଙ୍ଗ ଥାନା ପୋଲିସ।ମୃତ ଯୁବକ ଜଣକ ହେଉଛନ୍ତି କଟକ ଜିଲ୍ଲା ପୁରୀଘାଟ ଥାନା ବଙ୍ଗାଳୀସାହି ଅଞ୍ଚଳର ଅଶୋକ ମହାନ୍ତିଙ୍କ ପୁଅ ଆଶିଷ ମହାନ୍ତି(୩୦)।ସେ କଟକ ସଦର ତହସିଲ ଅଫିସରେ ଡାଟା ଏଣ୍ଟ୍ରି ଅଫିସର ଭାବରେ କାର୍ଯ୍ୟ କରୁଥିଲେ।ଘଟଣାରୁ ପ୍ରକାଶ ଯେ,ଅପରାହ୍ନ ୩ଟା ସମୟରେ ଏକ ଯୁବକ ବ୍ରାହ୍ମଣୀଗାଁ ନିକଟ ପଦ୍ମନାଭ ନଗର ରାସ୍ତା କଡ଼ରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ।ପରେ ସ୍ଥାନୀୟ ଲୋକ ବାରଙ୍ଗ ଥାନାକୁ ଖବର ଦେଇଥିଲେ।ବାରଙ୍ଗ ଥାନା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ପଠାଇଛି।ତେବେ ଦୁର୍ଘଟଣାରେ ଆଶିଷ ଙ୍କ ମୃତୁ ହୋଇଥିବାର ପୋଲିସ ଅନୁମାନ କରୁଛି ।(ବାରଙ୍ଗରୁ ଗୌତମ ରାଉତଙ୍କ ରିପୋର୍ଟ )

Leave A Reply

Your email address will not be published.