ଦେଶରେ ସର୍ବଶ୍ରେଷ୍ଠ ସାଂସଦ ୨୦୨୦ ହେଲେ ଅପରାଜିତା

0 353

ଭୁବନେଶ୍ୱର ର ଲୋକପ୍ରିୟ ସାଂସଦ ଅପରାଜିତା ଷଡ଼ଙ୍ଗୀକୁ ଏସିଆ ପୋଷ୍ଟ ଓ ଫେମ୍ ଇଣ୍ଡିଆ ପକ୍ଷରୁ ଦେଶରେ ସର୍ବଶ୍ରେଷ୍ଠ ସାଂସଦ ୨୦୨୦ ଭାବେ ମନୋନୀତ କରାଯାଇଛି । ଏହି ଦୁଇ ଅନୁଷ୍ଠାନର ସର୍ବ ଭାରତୀୟ ସ୍ତରରେ ମିଳିତ ସର୍ଭେ ରେ ଅପରାଜିତାଙ୍କୁ ୨୦୨୦ ବର୍ଷ ପାଇଁ ଦେଶର ସର୍ବଶ୍ରେଷ୍ଠ ସାଂସଦ ଭାବେ ବିବେଚିତ କରିଛନ୍ତି। ପ୍ରଶାସିକା ଚାକିରି ଛାଡ଼ି ରାଜନୀତିରେ ଯୋଗ ଦେଇ ଭୁବନେଶ୍ୱର ଲୋକସଭା କ୍ଷେତ୍ରରୁ ପ୍ରଥମ ଥର ନିର୍ବାଚନ ଜିତି ସଂସଦକୁ ଯାଇଛନ୍ତି ।ଦେଶର ଶ୍ରେଷ୍ଠ ସାଂସଦ ଭାବେ ମନୋନୀତ ହେବା ପରେ ଟ୍ୱିଟ୍ କରି ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ସାଂସଦ ଅପରାଜିତା ।

 

Leave A Reply

Your email address will not be published.