ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୪ ଗିରଫ

0 326

 

ଆନନ୍ଦପୁର୩/୧(ଏସ ଏସ ନିୟୁଜ)ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଘସିପୁରା ଥାନା ଅଞ୍ଚଳରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି। ଉକ୍ତ ଅଞ୍ଚଳରେ ଜଣେ ବିଧବା ମହିଳାଙ୍କ ୧୭ ବର୍ଷୀୟ ଝିଅ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଏହି ଘଟଣାରେ ସଂପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରି ତନାଘନା ଜାରି ରଖିଛି। ଗିରଫ ପରେ ୪ ଅଭିଯୁକ୍ତଙ୍କୁ ବହୁ ପଚରାଉଚରା ପରେ ସେମାନେ ନିଜର ଦୋଷ ସ୍ବୀକାର କରିଥିଲେ।ଏଭଳି ଘୃଣ୍ୟ କାମରେ ସଂପୃକ୍ତ ଥିବା ଅଭିଯୁକ୍ତମାନେ ହେଲେ ମେଦା ନାଇକ, ଚଗୁଲୁ ନାଇକ, ବଳିଆ ନାଇକ ଓ କୁନା ନାଇକ। ପୁଲିସର ସୁଚନା ମୁତାବକ, ଏମାନେ ସବୁ ସାବାଳକ ଅର୍ଥାତ ସମସ୍ତଙ୍କ ବୟସ ୧୮ ବର୍ଷରୁ ଊର୍ଦ୍ଧ୍ବ। ଅଭିଯୁକ୍ତଙ୍କ ବିରୋଧରେ ୬ ପୋକ୍ସୋ ଆକ୍ଟ ସହ ଆଇପିସି ଧାରା ୩୭୬, ୨୯୪, ୩୯୪ ଏବଂ ୫୦୬ ଭଳି ସଂଗୀନ ଦଫା ଲାଗିଛି। ଡାକ୍ତରୀ ପରୀକ୍ଷା ପରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।*ଏପରି କି ଏହି ଘଟଣାରେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଆରମ୍ଭ କରିଛି। ଗ୍ରାମବାସୀମାନେ ଏହି ଘଟଣାରେ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ବିଧାନ ପାଇଁ ଦାବି କରିଛନ୍ତି। ଅଭିଯୋଗ ମୁତାବକ, ଗତ ୨୯ ତାରିଖ ସନ୍ଧ୍ୟାରେ ପୀଡିତା ଗାଁ ନିକଟ ନାଳରୁ ଶୌଚ ହୋଇ ଫେରିବା ବେଳେ ସଂପର୍କୀୟ ଜ​‌ଣେ ଯୁବକଙ୍କ ସହ କଥା ହେଉଥିଲ

Leave A Reply

Your email address will not be published.