ଆସିଲା Bird Flu ! ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ମରୁଛନ୍ତି ଶହ ଶହ କାଉ

0 297

 

ନୂଆଦିଲ୍ଲୀ ୩।୧(ଏସ ଏସ ନିୟୁଜ)ଦେଶରେ କରୋନା ଭାଇରସ ମହାମାରୀ ସାଙ୍ଗରେ ବାର୍ଡ ଫ୍ଲୁ ପ୍ରସାରିବାରେ ଲାଗିଲାଣି। ଦେଶର ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଫ୍ଲୁ ଯୋଗୁ ଶହଶହ କାଉ ପ୍ରାଣ ହରାଉଥିବା ବେଳେ ମୃତ କାଉଙ୍କ ମର ଶରୀର ପରୀକ୍ଷା ନିରିକ୍ଷା ହୋଇଛି। ଏଥିରେ ପକ୍ଷୀଙ୍କ ଠାରେ ବାର୍ଡ ଫ୍ଲୁ ବ୍ୟାପୁଥିବା ସ୍ପଷ୍ଟ ହୋଇଥିବା ବେଳେ ଲୋକଙ୍କୁ ସତର୍କ କରାଇ ଦିଆଯାଇଛି।

ରାଜସ୍ଥାନ ଝାଲାୱାଡ ବାଲାଜୀ ମନ୍ଦିରରେ ଅନେକ କାଉ ମରି ପଡିଥିବାର ସୂଚନା ପାଇ କୋଟା ପଶୁପାଳନ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରୁ ମୃତ କାଉଙ୍କୁ ସଂଗ୍ରହ କରିବା ସହ ଖାତ ଖୋଳି ପୋତି ଦେଇଛନ୍ତି। ଫ୍ଲୁ ଭୂତାଣୁ ଯେପରି ନ ବ୍ୟାପେ ସେଥିଲାଗି ଆଖପାଖ ଅଞ୍ଚଳକୁ ସାନିଟାଇଜ ମଧ୍ୟ କରିଛନ୍ତି। କାଉଙ୍କ ମୃତ୍ୟୁ ପରେ ବ୍ରଏଲର କୁକୁଡା ଖାଇବା ଲୋକେ ବନ୍ଦ କରିଦଇଛନ୍ତି।

ମଧ୍ୟପ୍ରଦେଶ ଇନ୍ଦୋରରେ ୩ ଦିନ ପୂର୍ବେ ଏକ କାଳୀନ ୫୦ରୁ ଅଧିକ କାଉ ମରିପଡିଥିବାର ଦେଖା ଯାଇଥିଲା। ମୃତ କାଉଙ୍କ ପରୀକ୍ଷା ନିରିକ୍ଷା ପରେ ବାର୍ଡ ଫ୍ଲୁ ବୋଲି ଜଣାପଡିଛି। ଏଣୁ ସମ୍ପୃକ୍ତ ଅଞ୍ଚଳର ପ୍ରାଣୀଧନ ବିଭାଗ ଅଧିକାରୀମାନେ ଆଖାପାଖ ଅଞ୍ଚଳରେ ଅଭିଯାନ ଆରମ୍ଭ କରିଛନ୍ତି। ମୃତ କାଉଙ୍କଠାରେ ଏଚ୫ଏନ୮(ବାର୍ଡ ଫ୍ଲୁ ଭୂତାଣୁ) ଷ୍ଟ୍ରେନ ଠାବ ହୋଇଥିବା ଇନ୍ଦୋରର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡା.ପୂର୍ଣ୍ଣିମା ଗଡାରିୟା କହିଛନ୍ତି।

ଡା. ଗଡାରିଆ କାଉଙ୍କ ମୃତ୍ୟୁ ସ୍ଥଳର ଆଖପାଖ ଅଞ୍ଚଳରେ ଥଣ୍ଡା, କଫ ଓ ଜ୍ୱରରେ ଆକ୍ରାନ୍ତ ଲୋକଙ୍କ ଚିହ୍ନଟ ଲାଗି ଏବେ ପଦକ୍ଷେପ ନିଆଯାଇଥିବା କହିଛନ୍ତି। ସନ୍ଦିଗ୍ଧ ରୋଗୀଙ୍କ ସ୍ୱାବ ନମୁନା ପରୀକ୍ଷଣ ଲାଗି ପଠାଇବା ନିମନ୍ତେ ପଦକ୍ଷେପ ନିଯାଇଥିବା ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.