ଓଡିଶାବାସୀଙ୍କୁ ଆଶ୍ୱସ୍ତ କଲେ ଓଡିଶା ସରକାର

ଖବର ଆଜିର,ତାରିଖ ୧୨-୦୧-୨୦୨୧ ମଙ୍ଗଳବାର

0 274

୧-ଟିକାକରଣ ପୂର୍ବରୁ ଓଡିଶାବାସୀଙ୍କୁ ଆଶ୍ୱସ୍ତ କଲେ ଓଡିଶା ସରକାର । କହିଲେ, ସମ୍ପୂର୍ଣ୍ଣ ନିରାପଦ କୋଭିଡ ଟିକା । ପ୍ରଥମେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ କରାଯିବ ଟିକାକରଣ ।
୨-ଚାଷୀ ଆନ୍ଦୋଳନରେ ନୂଆ ମୋଡ । କୃଷି ଆଇନକୁ ସ୍ଥଗିତ ରଖିବା ପାଇଁ କେନ୍ଦ୍ରକୁ କହିଲେ ସୁପ୍ରିମକୋର୍ଟ, ନହେଲେ କରିବେ ହସ୍ତକ୍ଷେପ ।
୩-ଟ୍ରମ୍ପଙ୍କ ପାଇଁ ବଢିବ ଅଡ଼ୁଆ ! କାର‌୍ୟ୍ୟକାଳ ଶେଷ ହେବା ପୂର୍ବରୁ ଟ୍ରମ୍ପଙ୍କ ବିରୋଧରେ ଆସିପାରେ ମହାଭିଯୋଗ ।
୪-କୋଇଲା କ୍ଷେତ୍ର ପାଇଁ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ପୋର୍ଟାଲର ଶୁଭାରମ୍ଭ : ଓଡିଶା ସମେତ ଭାରତବର୍ଷରେ କୋଇଲା ଉତ୍ପାଦନ ବୃଦ୍ଧି ହେବ – ଧର୍ମେନ୍ଦ୍ର ପ୍ରଧାନ ।
୫-ଇଣ୍ଡୋନେସିଆ ବିମାନ ଦୁର୍ଘଟଣା: ପାଣି ଭିତରେ ଭଗ୍ନାବଶେଷର ଦୃଶ୍ୟ ଦେଖାଇଲେ ସମୁଦ୍ର ବୁଡାଳି, ଶବ ସନ୍ଧାନରେ ଲାଗିଛନ୍ତି ୨୬୦୦ କର୍ମଚାରୀ
୬-ଇତିହାସ ରଚିଲେ ୪ ପାଇଲଟ୍ । ୧୬ହଜାର କିଲୋମିଟରର ଦୀର୍ଘତମ ଉଡାଣ ଭରିଲେ ଏୟାର ଇଣ୍ଡିଆର ୪ମହିଳା କ୍ୟାପଟେନ୍ ।
୭-କେନ୍ଦୁପତ୍ର ତୋଳାଳୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ୯୨.୩୭ କୋଟି ଟଙ୍କାର ବୋନସ୍‌ଓ ଅନ୍ୟାନ୍ୟ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।
୮-୧୪ରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ, ୭୫୬ କୋଟି ଟଙ୍କାର ବୃହତ୍ତ ଉଠା ଜଳସେଚନ ପ୍ରକଳ୍ପର କରିବେ ଉଦଘାଟନ, ୨୫,୨୭୫ ହେକ୍ଟର ଜମିକୁ ହେବ ଜଳସେଚନ ।
୯-ବାର୍ଡ ଫ୍ଲୁ ଭୟ ! ପରବର୍ତ୍ତୀ ଆଦେଶ ପର୍ଯ୍ୟାୟ ବନ୍ଦ ରହିବ ନନ୍ଦନକାନନର ପକ୍ଷୀ ବିହାର ।
୧୦-୩ କୋଟିଙ୍କୁ ମାଗଣା ଟିକା: ମୋଦି ।ପ୍ରଥମ ପର୍ଯ୍ୟାୟ ଟିକାକରଣର ଖର୍ଚ୍ଚ ଉଠାଇବେ କେନ୍ଦ୍ର ସରକାର ।
୧୧-କୋହଲି ହେଲେ ବାପା; କନ୍ୟା ସନ୍ତାନଙ୍କୁ ଜନ୍ମ ଦେଲେ ଅନୁଷ୍କା ।
୧୨-ଭୂମିପୁତ୍ରଙ୍କୁ ଇଣ୍ଡୋନେସିଆର ସମ୍ମାନ: ବିଜୁବାବୁଙ୍କ ନାମରେ ନାମିତ ହେଲା ଦୂତାବାସ କକ୍ଷ ।
୧୩-ଅକ୍ସଫୋର୍ଡର ପ୍ରତି ଶିଶି କରୋନା ଭ୍ୟାକ୍ସିନର ଦାମ ରହିବ ୨୦୦ ଟଙ୍କା
୧୪-୨୦୧୮ ମାହାଙ୍ଗା ବିକାଶ ଯେନା ହତ୍ୟାକାଣ୍ଡ : ଗୃହ ବିଭାଗ ଚିଠିକୁ ଚାପି ‌ଦେଇଥିଲା ପୁଲିସ ।
୧୫-ଆଜିଠୁ ବଢ଼ିବ ଶୀତ : ୬ ଜିଲାରେ ଘନ କୁହୁଡ଼ି ।
୧୬-କରୋନା ଭୂତାଣୁ ଉତ୍ପତ୍ତିର ତଦନ୍ତ : ୧୪ରେ ଚୀନ ଗସ୍ତରେ ଯିବେ ହୁ’ ଟିମ୍ ।
୧୭-ଭୁବନେଶ୍ୱରର ପଦ୍ମଚରଣ ପାତ୍ର ଓ ତାଙ୍କ ପତ୍ନୀ ଚତୁଃର୍ଦ୍ଧାବିଗ୍ରହଙ୍କ ଉଦ୍ଦେଶ୍ୟରେ ତିନି ସେଟ୍ ସୁବର୍ଣ୍ଣ ସୂର୍ଯ୍ୟ -ଚନ୍ଦ୍ର ଦାନ କରିଛନ୍ତି
ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.