ଆସୁଛି ଚୀନ୍ ଭ୍ୟାକସିନ

0 560

ଖବର ଆଜିର,ତାରିଖ ୦୮/୦୯/୨୦ ମଙ୍ଗଳବାର

୧-ମୌସୁମୀ ଅଧିବେଶନରେ ବିଧାୟକଙ୍କ ପାଇଁ ଧାର୍ଯ୍ୟ ହେଲା ଗାଇଡଲାଇନ୍ : ୫ ଦିନ ବ୍ୟବଧାନରେ ହେବ ଦୁଇ ଥର କୋଭିଡ୍ ଟେଷ୍ଟ୍, ନେଗେଟିଭ୍ ରେଜଲ୍ଟ ଆସିଲେ ବିଧାନସଭାକୁ ପାସ୍।
୨-ଦୀର୍ଘ ଦିନର ପ୍ରତୀକ୍ଷା ପରେ ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳରେ ଆଜିଠାରୁ ଆରମ୍ଭ ହୋଇଛି ମୋବାଇଲ ସେବା।
୩-ବନ୍ଦ ହୋଇଯିବ ଓଡ଼ିଶା ଜେଲ୍ ଟ୍ରେନିଂ ସ୍କୁଲ୍‌: ପ୍ରିଜନ୍ ଏକାଡେମିକୁ କର୍ମଚାରୀ, ସାମଗ୍ରୀ ସ୍ଥାନାନ୍ତର।
୪-କରୋନା ପାଇଁ ଘୁଞ୍ଚିଲା ଓଜେଇଇ ଅନଲାଇନ୍ ପରୀକ୍ଷା.।
୫-ଶିକ୍ଷା ନୀତି ଯୁବପିଢୀଙ୍କ ଜ୍ଞାନ ଏବଂ ଦକ୍ଷତା ବୃଦ୍ଧି କରିବ : ପ୍ରଧାନମନ୍ତ୍ରୀ।
୬-ଅନୁଭବ-ବର୍ଷା ବିବାଦରେ ନୂଆମୋଡ଼: ବର୍ଷା ସୁରକ୍ଷା ଲୋଡ଼ିବା ପରେ ଅନୁଭବଙ୍କ ଘରେ ପହଞ୍ଚିଲା ପୁଲିସ।
୭-ରାଜ୍ୟକୁ ଜିଏସଟି କ୍ଷତିପୂରଣର ପୂରା ଅର୍ଥ ପ୍ରଦାନ କରିବ କେନ୍ଦ୍ର ସରକାର, ଶୀଘ୍ର ଜାରି ହେବ ୯୭ ହଜାର କୋଟି ଟଙ୍କା।
୮-ଗର୍ଭବତୀ ସ୍ତ୍ରୀକୁ ସ୍କୁଟରରେ ବସାଇ ୧୨୦୦ କିମି ପରୀକ୍ଷା ଦେବାକୁ ନେଇ ଯାଇଥିଲେ: ଫେରିବାକୁ ଦମ୍ପତ୍ତିଙ୍କୁ ଫ୍ଲାଇଟ୍ ଟିକେଟ୍ ଦେଲା ଅଦାନୀ ଗ୍ରୁପ୍।
୯-ତୃତୀୟ ପର୍ଯ୍ୟାୟରେ ପହଞ୍ଚିଥିବା କୌଣସି କରୋନା ଟୀକା ୫୦ ପ୍ରତିଶତ ପ୍ରଭାବୀ ନୁହେଁ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନ।
୧୦-କିଛି ଲୋକଙ୍କ ଦାୟିତ୍ବହୀନ ଆଚରଣ ଯୋଗୁଁ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି : ସ୍ୱତନ୍ତ୍ର ରିଲିଫ କମିଶନର।
୧୧-ଜେଇଇ ଦେଲେନି ୧୧ ହଜାର ପରୀକ୍ଷାର୍ଥୀ, ଦେଶରେ ଆଶାନୁରୂପ ହେଲାନି ପରୀକ୍ଷାର୍ଥୀଙ୍କ ଉପସ୍ଥାନ।
୧୨-୧୬୯ ଦିନ ପରେ ଗଡିଲା ଦିଲ୍ଲୀ ମେଟ୍ରୋ । ୟେଲୋ ୟେଲୋ ଲାଇନ ଉପରେ କରୋନା ମହାମାରୀ ଭିତରେ ଗଡିଲା ଟ୍ରେନ : ପ୍ରଥମ ଦିନରେ ଯାତ୍ରା କଲେ ସାଢେ ସାତ ହଜାର ଯାତ୍ରୀ।
୧୩-ଋଷିଆ ପରେ ଆସୁଛି ଚୀନ୍ ଭ୍ୟାକସିନ । ସାରା ବିଶ୍ୱ ସମ୍ମୁଖରେ କରୋନା ଟିକାର ଚିତ୍ର ପ୍ରଦର୍ଶନ କଲା ଚୀନ୍ : ତୃତୀୟ ଫେଜ ଟ୍ରାୟଲ ଶେଷ ହେବା ପରେ ଡିସେମ୍ବର ଶେଷ ସୁଦ୍ଧା ଆସିବ ସିନୋଭେକ ବାୟୋଟେକ ଓ ସିନୋଫାର୍ମା ଦ୍ୱାରା ପ୍ରସ୍ତୁତ ଭ୍ୟାକସିନ।
୧୪-ଦିନ ସାଢ଼େ ୧୦ରୁ ରାତି ସାଢ଼େ ୧୦ ଯାଏ ରାଜ୍ୟରେ ମଦ ଦୋକାନ ଖୋଲା ରହିବ।
୧୫-ଅନୁଭବ- ବର୍ଷା ବିବାଦ: ପିଟିସନର ଶୁଣାଣି ଅକ୍ଟୋବର ୧୨ରେ।
୧୬-ଭାରତକୁ ମିଳିଲା ଆମେରିକା ସମେତ ୪ ବଡ ଦେଶର ସମର୍ଥନ, ଚୀନ ଛାଡି ଭାରତ ଆସିଲେ Appleର ୮ ଫ୍ୟାକ୍ଟ୍ରି।
୧୭-ସୁରକ୍ଷା ଦେଲେ କେନ୍ଦ୍ର ସରକାର, ମୁମ୍ବାଇରେ କଙ୍ଗନାଙ୍କୁ ମିଳିବ ‘ୱାଇ’ ବର୍ଗର ସୁରକ୍ଷା।
୧୮-ମହାରାଷ୍ଟ୍ରର ବୁଲଢାଣା ଜିଲ୍ଲାରେ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି । ଏଠାରେ ଜଣେ ଷାଠିଏ ବର୍ଷୀୟ ବୃଦ୍ଧ ପଡୋଶରେ ରହୁଥିବା ୪ ବର୍ଷ ନିରୀହ ଶିଶୁକୁ ଇଲେକ୍ଟ୍ରିକ୍ ହିଟରର ଝଟ୍‌କା ଦେଇଥିବାର ସୂଚନା ମିଳିଛି ।
୧୯-ଆସନ୍ତା ୧୦ରେ ବାୟୁସେନାରେ ସାମିଲ ହେବ ରାଫେଲ।
୨୦-ସେପ୍ଟେମ୍ବର ୨୧ରୁ ଦର୍ଶକମାନଙ୍କ ଲାଗି ଖୋଲିବ ତାଜମହଲ ଓ ଆଗ୍ରା ଦୁର୍ଗ।

Leave A Reply

Your email address will not be published.