ଆକ୍ସନ ମୁଡ୍ ରେ ଉଚ୍ଚଶିକ୍ଷା ମନ୍ତ୍ରୀ,ଅଚାନକ ଗ୍ରସ୍ତ କଲେ ପରାମର୍ଶ ଦେଲେ

0 283

ଭୁବନେଶ୍ୱର,୧୩/୧୧-ଆକ୍ସନ ମୁଡ୍ ରେ କୃଷି ଓ କୃଷକ ସଶକ୍ତିକରଣ,ମସ୍ଚ୍ୟ ଓ ପ୍ରାଣୀସଂପଦ ବିକାଶ,ଉଚ୍ଚଶିକ୍ଷାମନ୍ତ୍ରୀ ଡ.ଅରୁଣ କୁମାର ସାହୁ । ଡ.ସାହୁ ବୁଧବାର  ଅଚାନକ ଭାବେ ଖୋର୍ଦ୍ଧାସ୍ଥିତ ପ୍ରାଣନାଥ ମହାବିଦ୍ୟାଳୟକୁ ଗ୍ରସ୍ତ କରିଛନ୍ତି ।ମହାବିଦ୍ୟାଳୟ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି । ଶ୍ରେଣୀଗୃହ ବୁଲି ଦେଖିବା ପରେ ପିଲାମାନଙ୍କର ପାଠପଢା ର ଅଗ୍ରଗତି ବିଷୟରେ ପିଲାମାନଙ୍କୁ ପଚାରି ବୁଝିଥିଲେ । ଏହାପରେ ଅଧ୍ୟାପକ ଓ ଛାତ୍ରଛାତ୍ରୀମାନଙ୍କର ଉପସ୍ଥାନ ଯାଂଚ କରିବା ସହ ପ୍ରୋକ୍ଟୋରିଆଲ୍ କ୍ଲାସ ପ୍ରଚଳନ ଆଦି ବିଷୟରେ ଅଧ୍ୟାପକମାନଙ୍କ ସହ ଆଲୋଚନା କରିଥିଲେ । ଛାତ୍ରଛାତ୍ରୀମାନଙ୍କୁ କ୍ଲାସ ରୁମ୍ ପ୍ରତି ଆକୃଷ୍ଟ କରିବା , କଲେଜ ପରିସରରରେ ସ୍ୱଛତା ବଜାୟ ରଖିବା, ନିୟମିତ ଭାବେ ଅଭିଭାବକମାନଙ୍କ ସହ ଯୋଗାଯୋଗ କରିବାକୁ ଅଧ୍ୟାପକମାନଙ୍କୁ ମନ୍ତ୍ରୀ ଡ.ସାହୁ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.