ଅଧା ରହିଗଲା ତାରିଣୀଦର୍ଶନ

ବାଟରେ ଚାଲିଗଲା ୮ ଜଣଙ୍କ ଜୀବନ

0 135

 

ଘଟଗାଁ,୧।୧୨(ଏସଏସନିଉଜ) ତାରିଣୀଦର୍ଶନ ପାଇଁ ଯାଉଥିବାବେଳେ ଚାଲିଗଲା ୮ଜଣଙ୍କ ଜୀବନ।ଅଧା ରହିଗଲା ମାଙ୍କ ମଙ୍ଗଳଆଳତି ଦର୍ଶନ।ଆଜି ସକାଳେ ଘଟଗାଁ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।୮ଜଣ ପ୍ରାଣହରାଇଥିବାବେଳେ ୮ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାବେଳେ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ପଠାଯାଇଛି। ଏଣେ ଅନ୍ୟ ୫ ଗୁରୁତରଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାପରେ ଡ୍ରାଇଭର୍ ଫେରାର ହୋଇଯାଇଛି।
ପ୍ରକାଶଯେ, ଗଞ୍ଜାମଜିଲ୍ଲା ସାନଖେମୁଣ୍ଡି ଅନ୍ତର୍ଗତ ପୁଡାମାରି ଗାଁରୁ ଏକ ଉଇଙ୍ଗର ଭ୍ୟାନ‌ରେ ଘଟଗାଁ ତାରିଣୀଙ୍କୁ ଦର୍ଶନ କରିବା ଲାଗି ୧୮ଜଣ ଯାଉଥିଲେ।ମନ୍ଦିରର ମାତ୍ର ତିନି କିଲୋମିଟର ପୂର୍ବରୁ ବାଲିଯୋଡ଼ିଠାରେ ରାସ୍ତା କଡ଼ରେ ଛିଡା ହୋଇଥିବା ଏକ ଟ୍ରକ ସହିତ ଧକ୍କା ହୋଇଥିଲା। ଦୁର୍ଘଟଣା ସକାଳ ୫ଟା ପାଖାପାଖି ଘଟିଥିବାର ଜଣାପଡିଛି।ଘଟଗାଁରେ ଘଟିଥିବା ଦୁର୍ଘଟଣାରେ୮ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଓ ୧୨ଜଣ ଆହତ ହୋଇଥିବା ଘଟଣାରେ
ମୁଖ୍ୟମନ୍ତ୍ରୀଙ୍କ ଶୋକବ୍ୟକ୍ତ କରିବାସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କପାଇଁ ତିନିଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି।ଏହାସହ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.