ଆଜିର ରାଶିଫଳ

0 153

୧-୧୨-୨୦୨୩,ଶୁକ୍ରବାର,ସୀତା ବିବାହ,ବିଛା ଦି୧୫ନ, ମାର୍ଗଶୀର କୃଷ୍ଣ ଚତୁର୍ଥୀ ଦ୨୨।୩୩ ଦିଘ୩।୯, ପୁନର୍ବସୁ ଦ୨୭।୨୨ ସଂଘ୫।୫,ମିଥୁନ ଚନ୍ଦ୍ର ଦ୧୧।୧୬ ଦିଘ ୧୦।୩୮।ଯୋଗିନୀ ନୈଋତେ । ଦିବା ଘ୩।୯ ଗତେ ଦକ୍ଷିଣେ ।ଯାତ୍ରାନାସ୍ତି ।ଦିବା ଘ୩।୯ ପରେ ସୂର୍ଯ୍ୟାସ୍ତ ମଧ୍ୟେ ଗୃହପ୍ରବେଶ ଓ ଗୃହ ପ୍ରତିଷ୍ଠା ,ଦେବତା ଗଠନ ।ଗତ ଦିବସ ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି ।ସନ୍ଧ୍ୟା ଘ୫।୫ ଗତେ ଅଶ୍ଳେଷା ମଘା ଉତ୍ତରାଫାଃ ଚିତ୍ରା ବିଶାଖା ଜ୍ୟେଷ୍ଠା ମୂଳା ଉତ୍ତରାଷାଢ଼ା ଧନିଷ୍ଠା ପୂର୍ବଭାଦ୍ର ରେବତୀ ଅଶ୍ୱିନୀ କୃତ୍ତିକା ମୃଗଶିରା ପୁନର୍ବସୁ ଏ ନକ୍ଷତ୍ରମାନଙ୍କର ତାରାଶୁଦ୍ଧି । ଦିବା ଘ୧୦।୩୮ ଗତେ କର୍କଟ ସିଂହ କନ୍ୟା ତୁଳା ମକର କୁମ୍ଭ ମେଷ ବୃଷ ଏ ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ।ବିଛା ଧନୁ ଓ ମୀନ ରାଶିମାନଙ୍କର ଘାତବାର । ଦିବା ଘ୮।୫୩ ଗତେ ଘ୧୧।୧୭ ମଧ୍ୟେ ବାର ଓ କାଳବେଳା ।ରାତ୍ରି ଘ୮।୧୮ ଗତେ ଘ୯।୫୬ ମଧ୍ୟେ କାଳରାତ୍ରି । ମୃତେ ସନ୍ଧ୍ୟା ଘ୫।୫ ମଧ୍ୟେ ପାଦ ଦୋଷ ।ଫଳଂ ଗୋତ୍ରନାଶ ଓ ତିଳକାଞ୍ଚନଦାନ ।ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ।ମୂଳା ଦିବା ଘ୩।୯ ଗତେ  ବେଲ ଭକ୍ଷଣ ନିଷେଧ ।ଅମୃତ–ଦିବା ଘ୬।୫୭ମଧ୍ୟେ ଘ୭।୪୫ଗତେ ଘ୧୦।୯ମଧ୍ୟେ ଘ୧୨।୩୩ଗତେ ଘ୪।୫ ମଧ୍ୟେ ଘ୪।୩୩ଗତେ ଘ୫।୨ମଧ୍ୟେ ରାତ୍ରିଘ୫।୦ ଗତେ ଘ୯।୨ମଧ୍ୟେ ଘ୧୧।୨୬ ଗତେ ଘ୨।୩୮ ମଧ୍ୟେ ଘ୩।୨୬ ଗତେ ଘ୫।୨ ମଧ୍ୟେ।ମାହେନ୍ଦ୍ର–ନାସ୍ତି ।
ମେଷ:-ଜୀବନରେ ଆଗକୁ ବଢ଼ିବାର ରାସ୍ତା ଖୋଲିବ। ଅଚାନକ ବ୍ୟବସାୟ ବୃଦ୍ଧି ହେବ। ବୈବାହିକ ଜୀବନରେ ଲାଗି ରହିଥିବା ମନୋମାଳିନ୍ୟର ସମାଧାନ ହେବ।
ବୃଷ:-ନିଜକୁ ଶକ୍ତିବାନ ଅନୁଭବ କରିବେ। ଅନୁଭବୀ ବ୍ୟକ୍ତିଙ୍କ ମତକୁ ନିଜ ଜୀବନରେ ଉପଯୋଗ କରନ୍ତୁ। ସମାଜରେ ଆପଣଙ୍କ ବଦାନ୍ୟତାକୁ ସ୍ବୀକୃତି ମିଳିବ।
ମିଥୁନ:-ନୂଆଲୋକଙ୍କ ସହିତ ସ˚ପର୍କହେବ।ଯେଉଁ କାମ ମନପ୍ରାଣଢ଼ାଳି କରିବେ ତହିଁରେ ଯଥେଷ୍ଟ ସଫଳତାପାଇବେ।ପ୍ରେମଜୀବନ ଖୁବ୍‌ ରୋଚକ ରହିବ।
କର୍କଟ:-କ୍ୟାରିୟରସମ୍ବନ୍ଧୀୟ ନୂଆସୁଯୋଗ ପାଇବେ। ବନ୍ଧୁ ଓ ପାଖଲୋକଙ୍କ ପ୍ରତି ଦୃଢ଼ ବିଶ୍ବାସ ଜାତ ହେବ। ମହିଳାଙ୍କର ଗଳ୍ପ କବିତା ଆଦିରେ ରୁଚି ବଢ଼ିବ।
ସି˚ହ:-କଠିନ ପରିଶ୍ରମ କରିବାର ଇଚ୍ଛା ଉଜ୍ଜୀବିତ ହେବ। ଠିକ୍ ସମୟରେ ଉଚିତ ନିଷ୍ପତ୍ତି ନେବେ। ଘରୋଇ ଜୀବନରେ ପ୍ରେମପୂର୍ଣ୍ଣ ବାତାବରଣ ରହିବ। ସ୍ବାସ୍ଥ୍ୟରେ ଉନ୍ନତି ହେବ।
କନ୍ୟା:-ପୂଜାପାଠରେ ଅଧିକ ଗୁରୁତ୍ବଦେବେ।ସୁସମ୍ବାଦ ପାଇବେ।ଜୀବନରେ ଉନ୍ନତିଘଟିବା ହେତୁ ପରିବାର ରେ ଖୁସି ବଢ଼ିବ। ଲେଖକଙ୍କ କୃତିକୁ ପ୍ରଶଂସା ମିଳିବ।
ତୁଳା:-ନିଜଉପରେ ନିୟନ୍ତ୍ରଣରଖିବା ଆବଶ୍ୟକ। କୌଣସିକାମ ଆରମ୍ଭ କରିବାବେଳେ ତରବରିଆ ନିଷ୍ପତ୍ତି ନିଅନ୍ତୁନାହିଁ।ବ୍ୟବସାୟରେ ଲାଭର ସୁଯୋଗ ମିଳିବ।
ବିଛା:-ନୂଆ କାମଧନ୍ଦା ସମ୍ବନ୍ଧରେ ଚିନ୍ତାକରିବେ। ପରିବାରରେ ବଡ଼ଙ୍କ ପରାମର୍ଶନେଇ କୌଣସି ପଦକ୍ଷେପ ନିଅନ୍ତୁ। ଦମ୍ପତିଙ୍କମଧ୍ୟରେ ବିଶ୍ବାସ ମଜଭୁତ ହେବ।
ଧନୁ:-ବ୍ୟବସାୟରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ଆଲୋଚନା କରିବେ। ପୂର୍ବରୁ କରିଥିବା କାମରୁ ଲାଭ ପାଇବେ। ପ୍ରେମିକାଙ୍କୁ ଉପହାର ଦେଇପାରନ୍ତି।
ମକର:-ପ୍ରଭାବଶାଳୀ ଲୋକଙ୍କ ସହିତ ସ˚ପର୍କ ହେବ। ନୂଆ କାମରେ ସଫଳତା ପାଇବେ। ଧର୍ମକାର୍ଯ୍ୟ ପ୍ରତି ରୁଚି ବଢ଼ିବ। ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ।
କୁମ୍ଭ:-ଭାବିଥିବାକାମ ପୂରାହେବ।ପୁରୁଣା ବନ୍ଧୁଙ୍କ ସହିତ ଦେଖା ହୋଇପାରେ। ନୂଆ ବ୍ୟବସାୟ ଆରମ୍ଭ କରିବାଲାଗି ଚିନ୍ତାକରିପାରନ୍ତି।ସ୍ବାସ୍ଥ୍ୟରେ ସୁଧାର ହେବ।
ମୀନ:-ଭାଗ୍ୟର ପୂରା ସହଯୋଗ ପାଇବେ। ବେପାର କାର୍ଯ୍ୟ ଶୃଙ୍ଖଳିତ ହେବ। ଟଙ୍କା ପଇସା ଦିଆନିଆ ବେଳେ ସତର୍କ ରୁହନ୍ତୁ। ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ!!ଜୟ ଜଗନ୍ନାଥ, ଜୟ ସୋମନାଥ, ଜୟ ମା ଯୋଗମାୟା!!

Leave A Reply

Your email address will not be published.