୩ରୁ ସର୍ବଭାରତୀୟ ଗଣ୍ଡରପୁରକପ୍ ଫୁଟ୍‌ବଲ୍ ଟୁର୍ଣ୍ଣାମେଣ୍ଟ

ଭାଗନେବେ ରାଜ୍ୟବାହାର ନାଇଜେରିଆ,ତାମିଲନାଡୁ,ବିହାର ଟିମ୍‌

0 66

ବାରଙ୍ଗ,୩୦ା୧୧(ଏସଏସନିଜଉ)ଆରମ୍ଭ ହେବାକୁ ଯାଉଛି ସର୍ବ ଭାରତୀୟ ଗଣ୍ଡରପୁର କପ୍ ଫୁଟ୍‌ବଲ୍ ଟୁର୍ଣ୍ଣାମେଣ୍ଟ। ଆସନ୍ତା ମାସ ୩ତାରିଖ ଠାରୁ ୧୦ ତାରିଖପର୍ଯ୍ୟନ୍ତ ଖେଳାଯିବ ମ୍ୟାଚ୍। ଏହି ଫୁଟ୍‌ବଲଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଭୁବନେଶ୍ଵର ଉତ୍ତରନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଜୁ ପଟ୍ଟନାୟକ ମିନି ଷ୍ଟାଡ଼ିୟମ୍‌ରେ ଅନୁଷ୍ଠିତ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ବିଭିନ୍ନ ଅଞ୍ଚଳ ଓ ରାଜ୍ୟ ବାହାରୁ ବିଭିନ୍ନ ଦଳ ଭାଗ ନେବେ । ରାଜ୍ୟରୁ ବରଗଡ଼ ୟୁନାଟେଡ୍, ସୋନପୁର କ୍ଲବ୍, ରାଇଜିଂ ଷ୍ଟୁଡେଣ୍ଟ, କଟକ, ଜଗା ୟୁନାଇଟେଡ୍‌, ଭୁବନେଶ୍ବର ଓ ସଂଘର୍ଷ କ୍ଲବ ନାମକ ୫ଟି ଦଳ ଭାଗ ନେଉଥିବା ବେଳେ ରାଜ୍ୟ ବାହାରୁ ତାମିଲନାଡ଼ୁ ପୋଲିସ, ବକ୍ଟର ବିହାର, ନାଇଜେରିଆ-୧୧ ନାମକ ୩ ଟି ଦଳ ଭାଗ ନେବେ । ସେହିପରି ଗ୍ରାମାଞ୍ଚଳର ଏ-ଡ଼ିଭିଜନ୍ ବିଭାଗରେ ୧୬ଟି ଓ ବି-ଡ଼ିଭିଜନ୍ ବିଭାଗରେ ୮ଟି ଦଳ ଭାଗ ନେବାର କାର୍ଯ୍ୟକ୍ରମ ରହିଛି । ଗ୍ରାମାଞ୍ଚଳର ଏ-ଡ଼ିଭିଜନ୍‌ର ଚମ୍ପିଆନ୍ ଦଳଙ୍କୁ ଏକ ଲକ୍ଷଟଙ୍କା ୧ଲକ୍ଷଟଙ୍କା ଓ ରନର୍ସ ଅପ୍ ଦଳଙ୍କୁ ୭୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଉଥିବା ବେଳେ ବି-ଡ଼ିଭିଜନ୍ ବିଭାଗର ଚମ୍ପିଆନ୍ ଦଳଙ୍କୁ ୨୫ହଜାର ଟଙ୍କା ଓ ରନର୍ସ ଅପ୍ ଦଳଙ୍କୁ ୨୦ ହଜାର ଟଙ୍କା ଦିଆଯିବ । ସେହିପରି ସହରାଞ୍ଚଳ ବିଭାଗର ଚମ୍ପିଆନ୍ ଦଳଙ୍କୁ ୫୦ ହଜାର ଟଙ୍କା ଓ ରନର୍ସ ଅପ୍ ଦଳଙ୍କୁ ୪୦ ହଜାର ଟଙ୍କା ଦିଆଯିବ । ତାସହିତ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ସର୍ବଶ୍ରେଷ୍ଟ ଖେଳାଳୀଙ୍କୁ ଦୁଇଗୋଟି ହିରୋହୋଣ୍ଡା ପାସିଅନ ଗାଡ଼ି ଦିଆଯିବ ।ଖେଳ ଦେଖିବାକୁ ଆସୁଥିବା ଦର୍ଶକ ପାଇଁ ମଧ୍ୟ ଲଟେରୀ କାର‌୍ୟ୍ୟକ୍ରମ ରହିଛି । ପ୍ରତ୍ୟେକଦିନ ସଂପୂର୍ଣ ମାଗଣାରେ ଲଟେରୀ କାର‌୍ୟ୍ୟକ୍ରମ ମାଧ୍ୟମରେ ଟିଭି, ଫ୍ରିଜ୍‌, ସାଇକେଲ, ୱାସିଂ ମେସିନ୍ ଆଦି ବିଭିନ୍ନ ପ୍ରକାରର ଉପହାରମାନ ଦିଆଯିବ । ୮ ଦିନ ଧରି ଚାଲିବାକୁ ଥିବା ସର୍ବ ଭାରତୀୟ ଗଣ୍ଡରପୁର କପ୍ ଫୁଟ୍‌ବଲ୍ ଟୁର୍ଣ୍ଣାମେଣ୍ଟ ରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଅଛି ବୋଲି କ୍ଲବ ସଂପାଦକ ମାନସରଞ୍ଜନପଢ଼ିଆରୀ ପ୍ରେସ୍ ବିବୃତିରେ କହିଛନ୍ତି ।

Leave A Reply

Your email address will not be published.