ପୂର୍ବତନରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଉକ୍ତଳରତ୍ନ ପୁରସ୍କାର

ଭୁବନେଶ୍ୱର,୨୬ା୭(ଏସଏସନିଉଜ) ଆଧୁନିକ ସମୟରେ ଆଂଚଳିକ ସାହିତ୍ୟର ଉନ୍ନତି ପାଇଁ ସାମୁହିକ ଉଦ୍ୟମ ଆବଶ୍ୟକ ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି କହିଛନ୍ତି । ଚଳିତ ଜୁଲାଇ ୨୬ ତାରିଖ ଦିନ କଟକଠାରେ ଉକଳ ସାହିତ୍ୟ ସମାଜର୧୨୩ତମ ବାର୍ଷିକସମାବର୍ତନ ଉସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି । ଏହି ସମାରୋହରେ ଉଦ୍ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ଏକବିଂଶ ଶତାଦ୍ଦୀରେ ଆମର ଆଂଚଳିକ ଭାଷା ଏବଂ ସାହିତ୍ୟ କେବଳ ଅଭିଲେଖାଗାର କିମ୍ବା ସ୍ମୃତିରେ ସୀମିତ ହେବା ଉଚିତ ନୁହେଁ । ଏହା ଏକ ଜୀବନ୍ତ ଓ ବିକଶିତ ଶକ୍ତି ହେବା ଉଚିତ, ଯାହା ସମୟ ସହିତ ପ୍ରେରଣା ଯୋଗାଇବ ଓ ଜଡିତ ରହିବ । ଉକ୍ତଳସାହିତ୍ୟ ସମାଜର ଐତିହାସିକ ଭୂମିକାକୁ ରାଜ୍ୟପାଳ ପ୍ରଶଂସା କରି କହିଥିଲେ ଯେ, ଏହା ଓଡ଼ିଆ ଭାଷା ଏବଂ ସାହିତ୍ୟର ଏକ ଦୃଢ଼ ରକ୍ଷକ ହୋଇରହିଛି । ଓଡ଼ିଶାର ସାଂସ୍କୃତିକ ଇତିହାସରେ ଏହା ସାହିତି୍କ ନବଜାଗରଣର ଏକ ଆଲୋକବର୍ତିକା ଭାବରେ ଛିଡ଼ା ହୋଇଛି । ଉକ୍ତଳସାହିତ୍ୟ ସମାଜପାଇଁ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଏବଂ ହରିହର ମର୍ଦ୍ଦରାଜଦେଓଙ୍କ ଭଳି ମହାନବ୍ୟକ୍ତିଙ୍କ ପୃଷ୍ଠପୋଷକତା ସହିତ ମଧୁସୂଦନ ରାଓ, ବିଶ୍ୱନାଥକର, ଫକୀରମୋହନ ସେନାପତି, ଗୋପାଳଚନ୍ଦ୍ର ପ୍ରହରାଜଙ୍କ ଭଳି ମହାନ ସାହିତି୍କଙ୍କ ଅବଦାନକୁ ରାଜ୍ୟପାଳ ସ୍ମରଣ କରିଥିଲେ ।ଭାଷାଗତ ଆଧାରରେ ଓଡ଼ିଶାରାଜ୍ୟ ଗଠନ ଆନେ୍ଦାଳନରେ ଉକଳସାହିତ୍ୟ ସମାଜର ଭୂମିକା ଉପରେ ଆଲୋକପାତ କରି ଓଡ଼ିଆ ପରିଚୟକୁ ସୁରକ୍ଷା ଏବଂ ପ୍ରୋସାହିତ କରିବା ପାଇଁ ଅନୁଷ୍ଠାନର ପ୍ରତିବଦ୍ଧତା ଆମର ସାଂସ୍କୃତିକ ଗୌରବର ମୂଳଦୁଆ ସ୍ଥାପନ କରିଥିଲା ବୋଲି ରାଜ୍ୟପାଳ କହିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଆକର୍ଷଣ ଭାବେ ସମ୍ମାନନୀୟ ରାଷ୍ଟ୍ରନେତା, ପ୍ରତିଷ୍ଠିତ ଜନ ସେବକ, ଓଡିଆ ସଂସ୍କୃତି ଓ ସାହିତ୍ୟର ମହାନ ପ୍ରବକ୍ତା ତଥା ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ  ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଉକ୍ତଳସାହିତ୍ୟ ସମାଜର ସର୍ବୋଚ୍ଚ ମାନ୍ୟତା “ଉକ୍ତଳରତ୍ନ ପୁରସ୍କାର”ରେ ସମ୍ମାନିତ କରି ରାଜ୍ୟପାଳ କହିଥିଲେ ଯେ ଶ୍ରୀଯୁକ୍ତ ହରିଚନ୍ଦନ ମାଟିର ଗର୍ବିତ ପୁଅ । ଜଣେ ରାଜନେତା ଏବଂ ସାହିତି୍କ ଭାବେ ତାଙ୍କର ଅବଦାନକୁ ପ୍ରଶଂସା କରିଥିଲେ । ଏହି ଅବସରରେ ରାଜ୍ୟପାଳ ଡ. କମ୍ଭମ୍ପାଟି  ହରିଚନ୍ଦନଙ୍କ ସହ ତାଙ୍କର ଘନିଷ୍ଟ ସଂପର୍କ ବିଷୟରେ ଅବତାରଣା କରିଥିଲେ । ଏହି ଅବସରରେ ରାଜ୍ୟପାଳ ଜାତୀୟ ଶିକ୍ଷାନୀତି-୨୦୨୦ରେ ମାତୃଭାଷା ଶିକ୍ଷା ଉପରେ ଗୁରୁତ୍ୱାରୋପ ସଂପର୍କରେ ଆଲୋକପାତ କରିଥିଲେ ଏବଂ ଡିଜିଟାଲ ପ୍ଲାଟ୍ଫର୍ମ ମାଧ୍ୟମରେ ସାହିତ୍ୟ ଗବେଷଣା, ଅନୁବାଦ ଏବଂ ଯୁବ ଅଂଶ ଗ୍ରହଣକୁ ପ୍ରୋସାହିତ  କରିଥିଲେ । ଏତଦ୍ବ୍ୟତୀତ ଆୟୋଜକ, ଲେଖକ, ପୁରସ୍କାର ବିଜେତା ଏବଂ ଅନୁଷ୍ଠାନର ସଦସ୍ୟମାନଙ୍କୁ ଓଡ଼ିଆ ସାହିତ୍ୟର ଅଭିବୃଦ୍ଧି ପାଇଁ ସେମାନଙ୍କର ନିରନ୍ତର ପ୍ରୟାସ ପାଇଁ ଅଭିନନ୍ଦନ ଜଣାଇଥିଲେ । ଉତକଳ ରତ୍ନ ସମ୍ମାନରେ ସମ୍ମାନିତ ବିଶିଷ୍ଟ ରାଷ୍ଟ୍ରନେତା ତଥା ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ “ଉକ୍ତଳସାହିତ୍ୟ ସମାଜ”କୁ ସାଧୁବାଦ ଜଣାଇବା ସହ ଅନୁଷ୍ଠାନର କ୍ରିୟାଶୀଳ ଭୂମିକାକୁ ପ୍ରଶଂସା କରିଥିଲେ । ନିଜ ବକ୍ତବ୍ୟରେ ସାହିତି୍ୟକମାନେ ସର୍ବଦା ଜନ ଜାଗରଣ ଆଣିବାରେ ପ୍ରମୁଖ ଭୂମିକା ନିଭାଇଥାନ୍ତି ବୋଲି ଅବତାରଣା କରିଥିଲେ । ଏତଦ୍ବ୍ୟତୀତ କଲମ ବଲମଠାରୁ ଶକ୍ତିଶାଳୀ ବୋଲି କହିବା ସହିତ ସାହିତି୍ୟକମାନେ ମା, ମାଟି ଓ ମଣିଷର ସମ୍ମାନ ପାଇଁ ତଥା ସ୍ୱାଭିମାନ ରକ୍ଷା ପାଇଁ ଏବଂ ସମାଜରେ ଅସଙ୍ଗତି ଦେଖିଲେ କଲମ ଚାଳନା କରିବାକୁ  ହରିଚନ୍ଦନ ଆୱାନ ଜଣାଇଥିଲେ । ଉକଳ ସାହିତ୍ୟ ସମାଜର ସଭାପତି ଡ. ଗୋବିନ୍ଦ ଚାନ୍ଦ ସଭା ପରିଚାଳନା କରିଥିବା ବେଳେ ଉକ୍ତଳସାହିତ୍ୟ ସମାଜର ଉପଦେଷ୍ଟା ପ୍ରଫେସର ବିଜୟାନନ୍ଦ ସିଂହ, ସାଧାରଣ ସଂପାଦକ ଆଦିତ୍ୟ ପ୍ରତାପ ଧଳ ବକ୍ତବ୍ୟ ପ୍ରଦାନ କରିଥିଲେ ଏବଂ ଉପସଭାପତି ଜୀବନାନନ୍ଦ ଅଧିକାରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

- Advertisement -

Leave A Reply

Your email address will not be published.