ଅଗ୍ନିପଥ ନିଆଁ

0 232

ଭୁବନେଶ୍ୱର,୧୭/୬(ଏସ ଏସ ନିଉଜ)କେନ୍ଦ୍ର ସରକାରଙ୍କ ଅଗ୍ନିପଥ ନିଯୁକ୍ତି ଯୋଜନାକୁ ଦେଶବ୍ୟାପୀ ବିରୋଧ ହେଉଛି। ଆନ୍ଦୋଳନକାରୀମାନେ ବିହାର ଓ ଉତ୍ତର ପ୍ରଦେଶରେ ପୁଣି ଟ୍ରେନ୍ ଜାଳିଛନ୍ତି । ବିହାର ସମସ୍ତିପୁର ଓ ଲଖିସରାୟ ରେଳ ଷ୍ଟେସନରେ ଟ୍ରେନ୍ ଜାଳିଦେଲେ। ଉତ୍ତର ପ୍ରଦେଶ ବଲିୟା ଷ୍ଟେସନରେ ବି ବିକ୍ଷୋଭକାରୀଙ୍କ ଟ୍ରେନ୍ ପୋଡ଼ିଛନ୍ତି। ଆନ୍ଦୋଳନକୁ ଦୃଷ୍ଟିରେ ରଖି ହରିୟାଣା ବଲ୍ଲଭବଗଡ଼ରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି ।ଏହାସହ ଓଡ଼ିଶାରେ ଅଗ୍ନିପଥ ନିଆଁ ମଧ୍ୟ କୁହୁଳିଛି । କଟକରେ ଥିବା ଆର୍ମି ରିକୃଟମେଣ୍ଟ ଅଫିସ ଘରିଲେ ଆଶାୟୀ ପ୍ରାର୍ଥୀ। ହଜାରରୁ ଅଧିକ ଆଶାୟୀ ପ୍ରାର୍ଥୀଙ୍କ ବିକ୍ଷୋଭ କରିଥିବାର ଦେଖିବାକୁ ମିଳିଛି ।

Leave A Reply

Your email address will not be published.