ଅଗ୍ନିଶମ ବିଭାଗର ୧୨ଜଣ କର୍ମଚାରୀ କରୋନା

0 355

ଭୁବନେଶ୍ୱର,୮/୬(ଏସଏସନିୟୁଜ) ବାତ୍ୟା ଅମ୍ଫାନ ପରେ କୋଲକତାକୁ ଯାଇଥିବା ଅଗ୍ନିଶମ ବିଭାଗର ୧୨ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । କୋଲକତାରୁ ଫେରିବା ପରେ ସେମାନେ କ୍ୱାରେନଟାଇନ ସେଂଟରରେ ଅଛନ୍ତି । ସରକାରଙ୍କ ପକ୍ଷରୁ ସେମାନଙ୍କର ଉତମ ସ୍ୱାସ୍ଥ୍ୟଚିକି୍‌ସ୍‌ା ଚାଲିଛିବୋଲି ଅଗ୍ନିଶମ କର୍ମଚାରୀ କରୋନା ଆକ୍ରାନ୍ତ ହେବା ନେଇ ଅଗ୍ନିଶମ ଡିଜି ସତ୍ୟଜିତ ମହାନ୍ତି ଟ୍ୱିଟ କରି ସୂଚନା ଦେଇଛନ୍ତି । ସୁଚନା ଅନୁସାରେ, ବାତ୍ୟା ଅମ୍ପନ ପରେ ଓଡ଼ିଶା ଅଗ୍ନିଶମ ବାହିନୀର ୩୭୨ଜଣ କର୍ମଚାରୀ କୋଲକତା ଯାଇଥିଲା ।ଏହିଟିମ୍ ୨୪ ତାରିଖରେ କୋଲକତାରେ ପହଁଚି କାର‌୍ୟ୍ୟ ଆରମ୍ଭ କରିଥିଲେ ପଡି ରହିଥିବା ବଡ଼ବଡ଼ ଗଛକୁ କାଟି ରାସ୍ତା ସଫା କରିଥିଲେ । ସେଠାରୁ ଶୁକ୍ରବାର ସନ୍ଧ୍ୟାରେ ଓଡ଼ିଶାରେ ପହଁଚି ଟିମର ସମସ୍ତ ଅଫିସର ଓ କର୍ମଚାରୀ ୧୪ଦିନ ପର‌୍ୟ୍ୟନ୍ତ କ୍ୱାରେନଟାଇନରେ ରହିଥିଲେ ।

Leave A Reply

Your email address will not be published.