ଅନୁଗୁଳ, ୬ା୮(ଏସଏସନିଉଜ) ଏକ ଅଜଣାଗାଡି ଧକ୍କାରେ ଚାଲିଯାଇଛି ଜଣେ ବୃଦ୍ଧଙ୍କ ଜୀବନ ।ସଦର ଥାନା କରଡ଼ାଗାଡ଼ିଆ ନିକଟରେ ଆଜି ଏହିଭଳି ଘଟଣା ଘଟିଛି ।ଯାହାକୁନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।ଆଜି ସକାଳ ୬ଟା ବେଳକୁ କରଡ଼ାଗାଡ଼ିଆ ଗାଁର କାଶୀନାଥ ତୁଙ୍ଗ (୭୨)ନାମକ ବୃଦ୍ଧ ସାଇକେଲ ଯୋଗେ ୫୫ ନମ୍ବର ଜାତୀୟ ରାଜପଥ ନିକଟରେ ଥିବା ତାଙ୍କର ଟାୟାର ଦୋକାନକୁ ଯାଉଥିଲେ। ଏହି ସମୟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ପଳାଇ ଯାଇଥିବାବେଳେ ଘଟଣାସ୍ଥଳରେ କାଶୀନାଥଙ୍କ ମୃତ୍ୟୁଘଟିଥିଲା ।ଏହିଘଟଣାପରେ ଉତ୍ତେଜନା ଦେଖାଦେବାସହ ସ୍ଥାନୀୟଲୋକମାନେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ମଟର ଅଟକି ରହିଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା।
