ଆଜି ମହାପ୍ରଭୁଙ୍କ ୩ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୨୪ା୭(ଏସଏସନିଉଜ)ଶ୍ରୀମନ୍ଦିରରେ ଆଜି ହେବ ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ୩ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ସନ୍ଧ୍ୟା ୬ରୁ ରାତି ୯ଟା ଯାଏ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଦତ୍ତମହାପାତ୍ର ସେବକ ଶ୍ରୀଜୀଉଙ୍କ ଶ୍ରୀମୁଖ ସିଂହାର କରିବେ। ରଥଯାତ୍ରା ପରେ ପ୍ରଥମ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର କରାଯିବ।ପ୍ରାକୃତିକ ରଙ୍ଗ ହିଙ୍ଗୁଳା, ହରିତାଳ, ଧଳା ଓ କଳା ରଙ୍ଗରେ ଦତ୍ତମହାପାତ୍ର ସେବକ ବନକଲାଗି କରାଇବେ।ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବାରମାସରେ ତେରପର୍ବ । ଆଉ ଦୈନନ୍ଦିନ ନୀତିକାନ୍ତି ବି ଅନେକ । କିନ୍ତୁ ବନକଲାଗି ନୀତି ହେଉଛି ସାପ୍ତାହିକ ନୀତି । ଅର୍ଥାତ୍ ପ୍ରତି ସପ୍ତାହରେ ଶ୍ରୀଜଗନ୍ନାଥଙ୍କର ବନକଲାଗି ନୀତି ହୋଇଥାଏ । ସାଧାରଣ ଭକ୍ତଟିଏ ବୁଝିବା ପାଇଁ ବନକଲାଗିର ଅର୍ଥ ହେଉଛି ମୁଖ ଶୃଙ୍ଗାର ବା ମୁଖ ସଜ୍ଜା । ରତ୍ନ ସିଂହାସନ ଉପରେ ବିରାଜମାନ ପ୍ରଭୁ ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ପ୍ରଭୁ ଶ୍ରୀବଳଭଦ୍ରଙ୍କର ମୁଖର ଦୀପ୍ତି ବଢ଼ାଇବା ପାଇଁ ହୋଇଥାଏ ଏହି ବନକଲାଗି ନୀତି । ବନକଲାଗି ନୀତିରେ ଦତ୍ତ ମହାପାତ୍ର ସେବକମାନେ ଗର୍ଭଗୃହରେ ପ୍ରବେଶ କରି ଶ୍ରୀବିଗ୍ରହମାନଙ୍କ ମୁଖକୁ ସୁନ୍ଦର ଭାବେ ସଜାଇ ଥାଆନ୍ତି । ଏଥିପାଇଁ ପ୍ରାୟ ୪ ଘଣ୍ଟା ସମୟ ଲାଗିଥାଏ । ପ୍ରାକୃତିକ ରଙ୍ଗରେ ପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ମୁଖମଣ୍ଡଳକୁ ସଜ୍ଜିତ କରାଯାଇ ଥାଏ ।

 

- Advertisement -

Leave A Reply

Your email address will not be published.