ଆଜି ସକାଳର ଖବର ,ତାରିଖ ୦୫/୦୭/୨୦,ରବିବାର

0 248

୧-ଜୁଲାଇ ୫ ତାରିଖ ଅର୍ଥାତ ଆଜି ଲଞ୍ଚ୍ ହେବ ଦେଶର ପ୍ରଥମ ସୁପର୍ ସୋସିଆଲ ମିଡିଆ ଆପ୍ ଏଲାଇମେଣ୍ଟ୍ସ। ବିଶେଷ କଥା ହେଉଛି ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଏହାକୁ ଲଞ୍ଚ୍ କରିବେ।
୨-ମହାଲକ୍ଷ୍ମୀଙ୍କ ମାନଭଞ୍ଜନ ପରେ ନୀଳକନ୍ଦର ପ୍ରବେଶ କଲେ ମହାବାହୁ । ରତ୍ନସିଂହାସନ ବିଜେ ପରେ ସରିଲା ରଥଯାତ୍ରା ।
୩-JEEପରୀକ୍ଷା ୧ ସେପ୍ଟେମ୍ବର ରୁ ୬ ସେପ୍ଟେମ୍ବର ମଧ୍ୟରେ ଆୟୋଜିତ ହେବ ।ଏହା ସହିତ ଘଋଋଞ ପରୀକ୍ଷାକୁ ୧୩ ସେପ୍ଟେମ୍ବରକୁ ସ୍ଥିର କରାଯାଇଛି ।
୪-୧୩ ଜିଲ୍ଲାବାସୀଙ୍କ ପାଇଁ ରାଉରକେଲାରେ କଟକଣା
୫-ଗଞ୍ଜାମ ଜିଲ୍ଲାରେ ସ୍ଥିତି ଅଣାୟତ୍ତ : କୋଭିଡ୍ ପରିଚାଳନା ପାଇଁ ୨ ଆଇଏଏସଙ୍କୁ ଦାୟିତ୍ବ
୬-ଗୋଲଡେନ ମ୍ୟାନ୍ଶଙ୍କର କୁରାଡେ ଙ୍କ ଗୋଲଡେନ ମାସ୍କ : ଦାମ ୨ଲକ୍ଷ ୮୯ ହଜାର ଟଙ୍କା ।
୭-ଆୟକର ରିଟର୍ଣ୍ଣ ଅବଧି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ନଭେମ୍ବର ୩୦ ପର‌୍ୟ୍ୟନ୍ତ ରିଟର୍ଣ୍ଣ ଅବଧି ବୃଦ୍ଧି କରାଯାଇଛି ।
୮-ବିଜୁଳି ମାଡ଼ରେ ବିହାର ରାଜ୍ୟରେ ପୁଣିଥରେ ୧୮ ଜଣଙ୍କ ଜୀବନ ଯାଇଛି।
୯-ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ତୁକଲା ରାଜସ୍ୱ ନିରୀକ୍ଷକ ଦୀନମଣି ରାଉତରାୟ ଶନିବାର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି।
୧୦-ଖଣ୍ଡଗିରି, ଉଦୟଗିରି ଓ ଧଉଳି ସହିତ ୬ରେ ଖୋଲିବ ଓଡ଼ିଶାର କିଛି ଦର୍ଶନୀୟ ସ୍ଥାନ ।
୧୩-ଶନିବାର ରାଜ୍ୟରେ ପୁଣି ୪୯୫ କରୋନା ପଜିଟିଭ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୮,୬୦୧ ରେ ପହଞ୍ଚିଲା।ଆରୋଗ୍ୟ ହେଲେ ୨୨୯ ‘କରୋନା’ ଆକ୍ରାନ୍ତ। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୫୯୩୪ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି।

Leave A Reply

Your email address will not be published.