ଆଜି ସର୍ବାଧିକ ୨୪୯୬ ଆକ୍ରାନ୍ତ ଚିହ୍ନଟ

0 539

ଭୁବନେଶ୍ଵର,୧୫/୮ (ଏସ ଏସ ନିୟୁଜ ) ଆଜି ରାଜ୍ୟରେ ସର୍ବାଧିକ ୨୪୯୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୫୯୧ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୯୦୫ ଜଣ ଚିହ୍ନଟ ହୋଇଛନ୍ତି । ତେବେ ଖୋର୍ଦ୍ଧାରୁ ସର୍ବାଧିକ ୩୭୮ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଛନ୍ତି ଗଞ୍ଜାମରୁ ୩୨୭, କୋରାପୁଟରୁ ୧୩୩,ରାୟଗଡରୁ ୧୪୬, ଭଦ୍ରକରୁ ୧୦୨, ସୁନ୍ଦରଗଡରୁ ୧୫୬, କଟକରୁ ୧୨୮, ଅନୁଗୁଳରୁ ୧୨, ବାଲେଶ୍ୱରୁ ୧୬୫, ବରଗଡରୁ ୩୬, ବଲାଙ୍ଗିରୁ ୯୨, ବୌଦ୍ଧରୁ ୧୧୫, , ଢେଙ୍କାନାଳରୁ ୬୯, ଗଜପତିରୁ ୬୮, ଜଗତସିଂହପୁରରୁ ୧୪, ଯାଜପୁରରୁ ୧୧, ମାଲକାନଗିରିରୁ ୭୩, ଝାରସୁଗୁଡାରୁରୁ ୧୯, କଳାହାଣ୍ଡିରୁ ୪୨, କନ୍ଧମାଳରୁ ୯୮, କେନ୍ଦ୍ରପଡାରୁ ୧୩, କେନ୍ଦୁଝରରୁ ୫୧, ମୟୂରଭଞ୍ଜରୁ ୨୩, ନବରଙ୍ଗପୁରରୁ ୧୧, ନୟାଗଡରୁ ୧୬, ନୂଆପଡାରୁ ୧୬,ସମ୍ବଲପୁରରୁ ୮୧, ସୋନପୁରୁରୁ ୨୦ ଜଣ , ପୁରୀରୁ ୯୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୭ ହଜାର ୧୨୬ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.